Advertisment

ଖାଲି ହାତରେ ଫେରିଲା ଭାରତ, ବ୍ରୋଞ୍ଜ ପଦକ ଜିତିଲା ଫ୍ରାନ୍ସ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମିଳିଥିବା ଅନେକ ସୁଯୋଗକୁ ହାତ ଛଡ଼ା କରି ବ୍ରୋଞ୍ଜ ମେଡାଲ ମ୍ୟାଚରେ ଫ୍ରାନ୍ସ ଠାରୁ ୩-୧ଗୋଲରେ ପରାଜୟ ସ୍ୱୀକାର କରିଛି ଭାରତ। ଏଥିସହ ଭାରତକୁ ଖାଲି ହାତରେ ଫେରିବାକୁ ପଡ଼ିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ଗୋଟିଏ ଗୋଲ ଦେଇଥିବା ବେଳେ ଫ୍ରାନ୍ସ ପକ୍ଷରୁ କ୍ୟାପଟେନ୍ ଟିମୋଥି […]

ଖାଲି ହାତରେ ଫେରିଲା ଭାରତ, ବ୍ରୋଞ୍ଜ ପଦକ ଜିତିଲା ଫ୍ରାନ୍ସ

india-vs-france

Advertisment

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମିଳିଥିବା ଅନେକ ସୁଯୋଗକୁ ହାତ ଛଡ଼ା କରି ବ୍ରୋଞ୍ଜ ମେଡାଲ ମ୍ୟାଚରେ ଫ୍ରାନ୍ସ ଠାରୁ ୩-୧ଗୋଲରେ ପରାଜୟ ସ୍ୱୀକାର କରିଛି ଭାରତ। ଏଥିସହ ଭାରତକୁ ଖାଲି ହାତରେ ଫେରିବାକୁ ପଡ଼ିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ଗୋଟିଏ ଗୋଲ ଦେଇଥିବା ବେଳେ ଫ୍ରାନ୍ସ ପକ୍ଷରୁ କ୍ୟାପଟେନ୍ ଟିମୋଥି କ୍ଲିମେଣ୍ଟ ହ୍ୟାଟ୍ରିକ୍ ଗୋଲ୍ ଦେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

Advertisment

ଭାରତ ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ବ୍ରୋଞ୍ଜ ପଦକ ମ୍ୟାଚରେ ଆୟୋଜକ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଭାରତ ତୁଳନାରେ ଫ୍ରାନ୍ସର ଆଟାକ୍ ଓ ଡିଫେନ୍ସ ଢେର ମଜଭୁତ୍ ଥିଲା। ଯେଉଁ କାରଣରୁ ଭାରତ ମାତ୍ର ଗୋଟିଏ ଗୋଲ୍ ସ୍କୋର କରିଥିଲା। ମ୍ୟାଚ୍ ଆରମ୍ଭରୁ ଭାରତ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାର୍ଟରରେ ଭାରତୀୟ ଖେଳାଳି ମାନେ ଆଗ୍ରେସିଭ୍ ଓ ଆଟାକିଂ ମୁଡରେ ପଡିଆକୁ ଓହ୍ଲାଇଥିଲେ। ପ୍ରଥମ ମିନିଟରେ ମିଳିଥିବା ପେନାଲଟି କର୍ଣ୍ଣରକୁ ଭାରତ ହାତଛଡ଼ା କରିଥିଲା। ୧୪ଶ ମିନିଟରେ ଫ୍ରାନ୍ସକୁ ମିଳିଥିବା ବ୍ୟାକ୍ ଟୁ ବ୍ୟାକ୍ ୩ଟି ପେନାଲଟି କର୍ଣ୍ଣର ମିଳିଥିଲେ ହେଁ ଏଥରୁ ଗୋଟିଏ ବି ଗୋଲରେ ପରିଣତ ହୋଇନଥିଲା। ଯେଉଁ କାରଣରୁ ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା।

ଦ୍ଵିତୀୟ କ୍ୱାର୍ଟରରେ ଫ୍ରାନ୍ସ ଭାରତକୁ ନାକେଦମ କରାଇ ଥିଲା। ୧୮ଶ ମିନିଟରେ ମିଳିଥିବା ପେନାଲଟି କର୍ଣ୍ଣରକୁ ଫ୍ରାନ୍ସ ଗୋଲରେ ପରିଣତ କରିପାରିନଥିଲା। ତେବେ ୨୬ତମ ମିନିଟରେ ମିଳିଥିବା ପେନାଲଟି କର୍ଣ୍ଣରକୁ ଫ୍ରାନ୍ସ ଗୋଲରେ ପରିଣତ କରି ଆଗୁଆ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ କ୍ଲିମେଣ୍ଟ ଟିମୋଥି ଏହି ଗୋଲଟି ଦେଇଥିଲେ। ଏଥିସହ ହାଫ୍ ଟାଇମ୍ ଶେଷ ସୁଦ୍ଧା ଫ୍ରାନ୍ସ ୧-୦ ଗୋଲରେ ଆଗୁଆ ରହିଥିଲା।

Advertisment

ତୃତୀୟ କ୍ୱାର୍ଟରରେ ମଧ୍ୟ ଫ୍ରାନ୍ସର ଦମଦାର ଆଟାକ୍ ଦେଖିବାକୁ ମିଳିଥିଲା। ୩୨ତମ ମିନିଟରେ ଫ୍ରାନ୍ସକୁ ଲଗାତର ୪ଟି ପେନାଲଟି କର୍ଣ୍ଣର ମିଳିଥିଲା କିନ୍ତୁ ଭାରତୀୟ ଗୋଲ କିପର ପବନ ସୁନ୍ଦର ଭାବେ ସମସ୍ତ ଆଟାକକୁ ଅଟକାଇ ଦେଇଥିଲେ। ତେବେ ୩୪ତମ ମିନିଟରେ ଅଧିନାୟକ କ୍ଲିମେଣ୍ଟ ଟିମୋଥି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନିଜ ଦଳ ପାଇଁ ଦ୍ୱିତୀୟ ସ୍କୋର କରିଥିଲେ। କମବ୍ୟାକ୍ କରିବାକୁ ଉଦ୍ୟମ କରୁଥିବା ଭାରତ ୪୨ତମ ମିନିଟରେ ଫିଲ୍ଡ ଗୋଲ୍ କରିଥିଲା। ଓଡ଼ିଆ ହକି ତାରକା ସୁଦୀପ ଚିରମାକୋ ଦଳୀୟ ପ୍ରଥମ ଗୋଲ କରିଥିଲେ। ତୃତୀୟ କ୍ୱାର୍ଟର ଶେଷ ଫ୍ରାନ୍ସ ସୁଦ୍ଧା ୨-୧ଗୋଲରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟର ପୂରା ଫ୍ରାନ୍ସ କବଜାରେ ରହିଥିଲା। ମ୍ୟାଚର ୪୮ମିନିଟରେ ଫ୍ରାନ୍ସକୁ ମିଳିଥିବା ଏକ ପେନାଲଟି କର୍ଣ୍ଣରକୁ କ୍ୟାପଟେନ କ୍ଲିମେଣ୍ଟ ଗୋଲରେ ପରିଣତ କରିଥିଲେ। ଏଥିସହ କ୍ଲିମେଣ୍ଟ ନିଜର ହ୍ୟାଟ୍ରିକ୍ ଗୋଲ୍ ସହ ଦଳକୁ ୩-୧ରେ ଆଗୁଆ କରାଇଥିଲେ। ୪୯ତମ ମିନିଟରେ ଫ୍ରାନ୍ସକୁ ଲଗାତର ପେନାଲ୍ଟି କର୍ଣ୍ଣରକୁ ରୋକିବାରେ ସଫଳ ହୋଇଥିଲେ ଭାରତୀୟ ଗୋଲ କିପର ପବନ। କିଛି ସେକେଣ୍ଡ ବ୍ୟବଧାନରେ ଫ୍ରାନ୍ସକୁ ଆଉଏକ ପେନାଲଟି କର୍ଣ୍ଣର ମିଳିଥିଲା, ତାକୁ ବି ଟିମ୍ ଗୋଲରେ ପରିଣତ କରିପାରିନଥିଲା। ୫୧ତମ ମିନିଟରେ ଭାରତକୁ ମିଳିଥିବା ପେନାଲଟି କର୍ଣ୍ଣର ବି ହାତଛଡ଼ା ହୋଇଥିଲା। ଏହାରି ଭିତରେ ଭାରତକୁ ଅନେକ ସୁଯୋଗ ମିଳିଥିଲା, କିନ୍ତୁ ବୁଝାମଣା ଅଭାବରୁ ଏଥିରୁ ଗୋଟିଏ ବି ଗୋଲ୍ ହୋଇପାରିନଥିଲା। ଶେଷରେ ଭାରତ ପରାଜୟ ସ୍ୱୀକାର କରିଥିବା ବେଳେ ଫ୍ରାନ୍ସ ୩-୧ ଗୋଲରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ହାତେଇଥିଲା।

ଏହା ପୂର୍ବରୁ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିବା ମୁକାବିଲାରେ ହଲାଣ୍ଡ ୬-୪ ଗୋଲ ରେ ବିଜୟୀ ହୋଇ ପଞ୍ଚମ ସ୍ଥାନରେ ରହି ବିଶ୍ୱକପ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ବେଲଜିୟମକୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ହୋଇଥିବା ଲଢେଇରେ ମାଲେସିଆକୁ ୧-୪ଗୋଲରେ ହରାଇ ସ୍ପେନ ସପ୍ତମରେ ରହିଥିବା ବେଳେ ମାଲେସିଆ ଅଷ୍ଟମରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe