Advertisment

ଇଂଲଣ୍ଡ ଠାରୁ ହାରିଲା ଭାରତୀୟ ମହିଳା ହକି ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆୟୋଜକ ଇଂଲଣ୍ଡ ଠାରୁ ହାରି ଯାଇଛି ଭାରତୀୟ ମହିଳା ଦଳ। ପ୍ରଥମ ମ୍ୟାଚ୍‌ରେ ଘାନାକୁ ହରାଇଥିବା ସବିତା ପୁନିଆ ଟିମ ଇଣ୍ଡିଆ ଆଜି ଇଂଲଣ୍ଡ ଠାରୁ ୧-୩ ଗୋଲରେ ପରାସ୍ତ ହୋଇଛି। ଗ୍ରୁପ ଏର ଏହି ମ୍ୟାଚ୍‌ରେ ଆରମ୍ଭରୁ ଶେଷ ଯାଏ ଇଂଲଣ୍ଡର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଆରମ୍ଭର ତୃତୀୟ ମିନିଟରେ ଇଂଲଣ୍ଡର ଜିସେଲ୍ଲେ ଆନସଲେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ୧-୦ କରି ଦେଇଥିଲେ। […]

ଇଂଲଣ୍ଡ ଠାରୁ ହାରିଲା ଭାରତୀୟ ମହିଳା ହକି ଦଳ

Hockey

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆୟୋଜକ ଇଂଲଣ୍ଡ ଠାରୁ ହାରି ଯାଇଛି ଭାରତୀୟ ମହିଳା ଦଳ। ପ୍ରଥମ ମ୍ୟାଚ୍‌ରେ ଘାନାକୁ ହରାଇଥିବା ସବିତା ପୁନିଆ ଟିମ ଇଣ୍ଡିଆ ଆଜି ଇଂଲଣ୍ଡ ଠାରୁ ୧-୩ ଗୋଲରେ ପରାସ୍ତ ହୋଇଛି। ଗ୍ରୁପ ଏର ଏହି ମ୍ୟାଚ୍‌ରେ ଆରମ୍ଭରୁ ଶେଷ ଯାଏ ଇଂଲଣ୍ଡର ଦବଦବା ଦେଖିବାକୁ ମିଳିଥିଲା।

Advertisment

ମ୍ୟାଚ୍‌ ଆରମ୍ଭର ତୃତୀୟ ମିନିଟରେ ଇଂଲଣ୍ଡର ଜିସେଲ୍ଲେ ଆନସଲେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ୧-୦ କରି ଦେଇଥିଲେ। ଏହାପରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଭାରତ ଗୋଲ ସ୍କୋର କରିବାକୁ ଶତ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲା।

ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ସ୍ଥିତି ୧-୦ରେ ଇଂଲଣ୍ଡ ସପକ୍ଷରେ ରହିଥିଲା। ତୃତୀୟ କ୍ୱାର୍ଟରର ଅର୍ଥାତ ମ୍ୟାଚର ୪୦ତମ ମିନିଟରେ ଟେସ ହୋୱାର୍ଡ ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ସେହିପରି ୫୩ତମ ମିନିଟରେ ହାନା ମାର୍ଟିନ ତୃତୀୟ ଗୋଲ ସ୍କୋର କରି ଭାରତକୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲେ। ତେବେ ମ୍ୟାଚର ଅନ୍ତିମ ମିନିଟରେ ବନ୍ଦନା କଟାରିୟା ପେନାଲ୍ଟି କର୍ଣ୍ଣରରୁ ମିଳିଥିବା ଡିଫ୍ଲେସନରୁ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲେ।

Advertisment

ଆଜିର ମ୍ୟାଚରେ ଭାରତର ମିଡ ଫିଲ୍ଡରମାନେ ଏକାଧିକ ତ୍ରୁଟି କରିଥିଲେ। ସେହିପରି ଦଳକୁ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିବାକୁ ସବିତା ପୁନିଆଙ୍କ ଟିମ୍ ସକ୍ଷମ ହୋଇ ନଥିଲା।

୨୦୧୮ରେ ଇଂଲଣ୍ଡ ହିଁ ଭାରତୀୟ ମହିଳା ଦଳକୁ ବ୍ରୋଞ୍ଜ ପଦକ ଲଢ଼େଇ ୬-୦ରେ ହରାଇଥିଲା। ସେହିପରି ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଚ ମେଡାଲ ପ୍ଲେଅଫରେ ବି ଭାରତ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ୪-୩ରେ ହାରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe