Advertisment

ଭାରତର ଟାଇଟଲ୍ ସ୍ୱପ୍ନ ଧୂଳିସାତ୍: ସେମିରେ ହାରିଲା, ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଲଢ଼େଇ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ସେମିଫାଇନାଲରେ ଝୁଣ୍ଟିଛି ଆୟୋଜକ ଭାରତ। ଶୁକ୍ରବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୨-୪ ଗୋଲରେ ଜର୍ମାନୀ ଠାରୁ ପରାସ୍ତ ହୋଇ ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ଅନ୍ୟପକ୍ଷରେ ବିଜୟ ସହ ଜର୍ମାନୀ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୫ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ଟାଇଟଲ ପାଇଁ ଲଢେ଼ଇ କରିବ। ସେହିପରି ବ୍ରୋଞ୍ଜ ପଦକ ପାଇଁ […]

ଭାରତର ଟାଇଟଲ୍ ସ୍ୱପ୍ନ ଧୂଳିସାତ୍: ସେମିରେ ହାରିଲା, ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଲଢ଼େଇ

hockey

Advertisment

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ସେମିଫାଇନାଲରେ ଝୁଣ୍ଟିଛି ଆୟୋଜକ ଭାରତ। ଶୁକ୍ରବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୨-୪ ଗୋଲରେ ଜର୍ମାନୀ ଠାରୁ ପରାସ୍ତ ହୋଇ ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ଅନ୍ୟପକ୍ଷରେ ବିଜୟ ସହ ଜର୍ମାନୀ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୫ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ଟାଇଟଲ ପାଇଁ ଲଢେ଼ଇ କରିବ। ସେହିପରି ବ୍ରୋଞ୍ଜ ପଦକ ପାଇଁ ଭାରତ ଆସନ୍ତା ୫ ତାରିଖରେ ଫ୍ରାନ୍ସକୁ ଭେଟିବ।

Advertisment

ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଯଦିଓ ଆରମ୍ଭରୁ ମ୍ୟାଚରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ଜର୍ମାନୀ ଯେଉଁଭଳି ଆକ୍ରମଣ କରିଥିଲା, ତା'ର କୌଣସି ଜବାବ ଭାରତ ପାଖରେ ନଥିଲା। ମ୍ୟାଚର ପ୍ରଥମ ୫ ମିନିଟରେ ଜର୍ମାନୀ କୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ଭାରତୀୟ ଗୋଲ କିପର ପ୍ରଶାନ୍ତ ଚୌହାନ ଅଟକାଇ ବଲଟିକୁ ବାହାରକୁ ଠେଲି ଦେଇଥିଲେ। ହେଲେ ପ୍ରଥମ କ୍ୱାର୍ଟରର ଶେଷ ମିନିଟ୍ ଅର୍ଥାତ୍ ମ୍ୟାଚର ୧୫ଶ ମିନିଟରେ ଜର୍ମାନୀ ଦଳକୁ ଆଉଏକ ପେନାଲିଟି କର୍ଣ୍ଣର ମିଳିଥିଲା। ଏହାକୁ ଏରିକ୍ କ୍ଲେନଲିନ୍ ଗୋଲ କରିଥିଲେ। ସେହି ୧୫ମିନିଟରେ ଭାରତକୁ ମଧ୍ୟ ଗୋଟିଏ ପେନାଲଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ଟିମ୍ ଗୋଲରେ ରୂପାନ୍ତରିତ କରିପାରିନଥିଲା। ଏଥିସହ ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଜର୍ମାନୀ ୧-୦ ଗୋଲରେ ଆଗୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଗୋଲ ଦେଇ ବରାବର ସ୍ଥିତିକୁ ଆଣିବାକୁ ଉଦ୍ୟମ କରୁଥିବା ଭାରତ ଆଉ ୩ଟି ଗୋଲ ଖାଇଥିବା ବେଳେ ଗୋଟିଏ ଗୋଲ ଫିଲ୍ଡ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ଜର୍ମାନୀ ପାଇଁ ଦଳୀୟ ଦ୍ଵିତୀୟ ଗୋଲ ସ୍କୋର ଦେଇଥିଲେ ଫିଲିପ୍ସ ହଲମୁଲର। ସେ ୨୦ତମ ମିନିଟରେ ଫିଲ୍ଡ ଗୋଲ ଦେଇ ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ। ସେହିପରି ଦଳୀୟ ତୃତୀୟ ଗୋଲ ଦେଇଥିଲେ ହାନେସ୍ ମୁଲର। ସେ ୨୪ତମ ମିନିଟରେ ଏହି ଗୋଲ ସ୍କୋର କରିଥିଲେ। ଏହି ସମୟରେ ଜର୍ମାନୀ ୩-୦ ଗୋଲରେ ଆଗୁଆ ଥିବା ବେଳେ କିଛି ସେକେଣ୍ଡ ବ୍ୟବଧାନରେ ଭାରତ ପକ୍ଷରୁ ଉତ୍ତମ ସିଂହ ଅତି ସୁନ୍ଦର ଭାବେ ଫିଲ୍ଡ ଗୋଲ୍ ସ୍କୋର କରିଥିଲେ। ୨୫ତମ ମିନିଟରେ ଜର୍ମାନୀର କୁଟ୍ଟେର ଖ୍ରୀଷ୍ଟପର ପେନାଲଟି ଷ୍ଟ୍ରୋକ ଜରିଆରେ ସ୍କୋର କରିଥିଲେ। ଏଥିସହ ହାଫଟାଇମ ଶେଷ ସୁଦ୍ଧା ଜର୍ମାନୀ ୪-୧ଗୋଲରେ ଆଗୁଆ ରହି ମ୍ୟାଚକୁ ନିଜ ଆୟତ୍ତରେ ରଖିଥିଲା।

Advertisment

କମବ୍ୟାକ କରିବାକୁ ସଂଘର୍ଷ କରୁଥିବା ଭାରତ ତୃତୀୟ କ୍ୱାର୍ଟରରେ ଘନ ଘନ ଆକ୍ରମଣ କରିଥିଲା। କିନ୍ତୁ କୌଣସି ସଫଳତା ମିଳି ନଥିଲା। ସେହି ୪-୧ଗୋଲରେ ଜର୍ମାନୀ ଆଗୁଆ ରହି ମନୋବଳ ଦୃଢ ରଖିଥିଲା। ଶେଷ କ୍ୱାର୍ଟରରେ ଥିବା ଭାରତ ସେମିତି ଆଖି ଦୃଶିଆ ଗୋଲ ସ୍କୋର କରି ପାରିନଥିଲା। ଏହି କ୍ୱାର୍ଟରରେ ଆଉଏକ ପେନାଲଟି କର୍ଣ୍ଣରର ସୁଯୋଗ ପାଇଥିଲା ଜର୍ମାନୀ। କିନ୍ତୁ ଏହାକୁ ଟିମ୍ ଗୋଲରେ ପରିଣତ କରିପାରିନଥିଲା। ମ୍ୟାଚର ଶେଷ ମିନିଟରେ ଭାରତ ପକ୍ଷରୁ ଧାମି ବବି ସିଂହ ଫିଲ୍ଡ ଗୋଲ କରିଥିଲେ ହେଁ ଟିମକୁ ପରାଜୟରୁ ରକ୍ଷା କରିବା ପାଇଁ ଏହା ଯଥେଷ୍ଟ ନଥିଲା। ଫାଇନାଲ୍ ହୁଇସିଲ୍ ବାଜିବା ସୁଦ୍ଧା ସ୍କୋର ୪-୨ରେ ରହିଥିଲା ଏବଂ ଭାରତ ପରାଜୟ ସ୍ୱୀକାର କରିଥିଲା।

Hockey Men's Junior World Cup Bhubaneswar 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe