Advertisment

୭-୦ ଗୋଲ୍‌ରେ ହାରିଲା ଭାରତ, ମିଳିଲା ରୌପ୍ୟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ସୋମବାର ନିରାଶ କରିଛି ଭାରତୀୟ ପୁରୁଷ ହକି ଦଳ। ଫାଇନାଲ୍ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୭-୦ ଗୋଲ୍‌ରେ ପରାସ୍ତ ହୋଇଛି। ଫଳରେ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ପୂର୍ବରୁ ୬ ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅଷ୍ଟ୍ରେଲିଆ ଦଳ ଆଜି ମ୍ୟାଚ୍ ପ୍ରାରମ୍ଭରୁ ହିଁ ଭାରତୀୟ ଟିମ୍ ଉପରେ ଆଧିପତ୍ୟ ବିସ୍ତାର କରିଥିଲା ଓ ଏହାର ଶେଷ ପର୍ଯ୍ୟନ୍ତ […]

୭-୦ ଗୋଲ୍‌ରେ ହାରିଲା ଭାରତ, ମିଳିଲା ରୌପ୍ୟ

Ind

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ସୋମବାର ନିରାଶ କରିଛି ଭାରତୀୟ ପୁରୁଷ ହକି ଦଳ। ଫାଇନାଲ୍ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୭-୦ ଗୋଲ୍‌ରେ ପରାସ୍ତ ହୋଇଛି। ଫଳରେ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Advertisment

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ପୂର୍ବରୁ ୬ ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅଷ୍ଟ୍ରେଲିଆ ଦଳ ଆଜି ମ୍ୟାଚ୍ ପ୍ରାରମ୍ଭରୁ ହିଁ ଭାରତୀୟ ଟିମ୍ ଉପରେ ଆଧିପତ୍ୟ ବିସ୍ତାର କରିଥିଲା ଓ ଏହାର ଶେଷ ପର୍ଯ୍ୟନ୍ତ ବଜାୟ ରହିଥିଲା। ବେଶ୍‌ ଆରାମରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ଜିତି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସପ୍ତମ ଥର ପାଇଁ ଚାମ୍ପିୟନ ହୋଇ ସ୍ୱର୍ଣ୍ଣ ପଦକ ହାତେଇ ଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକିକୁ ୧୯୯୮ରେ ସାମିଲ କରାଯାଇଥିଲା। ଏପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ହକିର ୭ଟି ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ସବୁଥର ବାଜି ମାରିଛି ଅଷ୍ଟ୍ରେଲିଆ।

Advertisment

ଭାରତ ତିନି ଥର ଫାଇନାଲ୍‌ରେ ପ୍ରବେଶ କରିଥିଲା। କିନ୍ତୁ ସବୁଥର ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା। ଚଳିତ ବର୍ଷକୁ ବାଦ୍ ଦେଲେ ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ହକିର ଫାଇନାଲ୍‌କୁ ଯାଇଥିଲା ଭାରତୀୟ ଟିମ୍।

ଚଳିତ ବର୍ଷ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୩-୨ ଗୋଲ୍‌ରେ ହରାଇ ଭାରତ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡକୁ ୩-୨ ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପ୍ରବେଶ କରିଥିଲା।

ଆଜି ହକି ଟିମ୍ ନିରାଶ କରିଥିଲେ ମଧ୍ୟ ବ୍ୟାଡମିଣ୍ଟନ ଖେଳାଳି ମାନେ ଦେଶ ପାଇଁ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍‌ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ସିଙ୍ଗିଲ୍‌ସରେ ଲକ୍ଷ୍ୟ ସେନ୍‌ ଏବଂ ପୁରୁଷ ଡବଲ୍ସରେ ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଯୋଡ଼ି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହିତ କିଛି ରେକର୍ଡ ମଧ୍ୟ ସ୍ଥାପନ ହୋଇଛି। ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନରେ ଭାରତକୁ ୩ଟି ସ୍ୱର୍ଣ୍ଣ ପଦକ ମିଳିଛି। ସେହିପରି ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଏହା ପୂର୍ବରୁ କେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ମିଳି ନଥିଲା।

ଅନ୍ୟପକ୍ଷରେ ଆଜି ଆଉ ଏକ ସ୍ୱର୍ଣ୍ଣ ପଦକ ଆସିଥିଲା ଟେବୁଲ୍ ଟେନିସ୍‌ରୁ। ଏହାକୁ ଜିତିଛନ୍ତି ୪୦ ବର୍ଷୀୟ ଅଚନ୍ତା ଶରତ କମଳ। ସେହିପରି ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସରେ ଜି.ସାଥିଆନ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ମୋଟ ଉପରେ ଭାରତକୁ ଆଜି ଶେଷ ଦିନରେ ୬ଟି ପଦକ (୪ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ) ମିଳିଛି।

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୬୧ଟି ପଦକ ଜିତିଛି। ତା’ ମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି। ଏହା ସହିତ ଭାରତ ଚତୁର୍ଥ ସ୍ଥାନରେ ରହି ତା’ର ଅଭିଯାନ ଶେଷ କରିଛି। ୧୭୮ ପଦକ ସହ ଅଷ୍ଟ୍ରେଲିଆ ପ୍ରଥମ, ୧୭୬ ପଦକ ସହ ଇଂଲଣ୍ଡ ଦ୍ୱିତୀୟ ଓ ୯୨ ପଦକ ସହ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି କାନାଡ଼ା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe