Advertisment

କଳିଙ୍ଗରେ ଆରମ୍ଭରୁ ଝଟକା, ଫ୍ରାନ୍ସଠାରୁ ହାରିଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଠାରୁ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ହକି ବିଶ୍ୱକପରେ ଆୟୋଜକ ଭାରତକୁ ବଡ଼ ଝଟକା ଲାଗିଛି। ବୁଧବାର ଭାରତ ତା’ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଫ୍ରାନ୍ସ ନିକଟରୁ ୪-୫ ଗୋଲରେ ପରାସ୍ତ ହୋଇଛି। ଆଉ ଏଥିସହ ଭାରତ ଜୁନିୟର ବିଶ୍ୱକପରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ହରାଇ ଫ୍ରାନ୍ସ ବଡ଼ ବିପର୍ଯ୍ୟୟ ଘଟାଇଛି। କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍-ବି’ର ଦ୍ୱିତୀୟ ମ୍ୟାଚରେ ଭାରତ ଓ ଫ୍ରାନ୍ସ […]

author-image
Ranjit Kumar Jena
କଳିଙ୍ଗରେ ଆରମ୍ଭରୁ ଝଟକା, ଫ୍ରାନ୍ସଠାରୁ ହାରିଲା ଭାରତ

jwc

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଠାରୁ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ହକି ବିଶ୍ୱକପରେ ଆୟୋଜକ ଭାରତକୁ ବଡ଼ ଝଟକା ଲାଗିଛି। ବୁଧବାର ଭାରତ ତା’ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଫ୍ରାନ୍ସ ନିକଟରୁ ୪-୫ ଗୋଲରେ ପରାସ୍ତ ହୋଇଛି। ଆଉ ଏଥିସହ ଭାରତ ଜୁନିୟର ବିଶ୍ୱକପରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ହରାଇ ଫ୍ରାନ୍ସ ବଡ଼ ବିପର୍ଯ୍ୟୟ ଘଟାଇଛି।

Advertisment

କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍-ବି’ର ଦ୍ୱିତୀୟ ମ୍ୟାଚରେ ଭାରତ ଓ ଫ୍ରାନ୍ସ ସାମ୍ନାସାମ୍ନି ହୋଇଥିଲେ। ମ୍ୟାଚ୍ ପୂର୍ବରୁ ଭାରତକୁ ଫେବରିଟ୍ ବୋଲି କୁହାଯାଉଥିଲା। କିନ୍ତୁ ଆଗରୁ ମାଇଣ୍ଡ ସେଟ୍ କରି ଆସିଥିବା ଫ୍ରାନ୍ସ ସବୁ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରିଛି। ଫ୍ରାନ୍ସ ପକ୍ଷରୁ ଟି. କ୍ଲିମେଣ୍ଟ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ। ଭାରତ ଶେଷ ମୁହୂର୍ତ୍ତରେ ଲଗାତର ଦୁଇଟି ଗୋଲ୍ ଦେଇଥିଲେ ହେଁ, ତାହା ଦଳକୁ ପରାଜୟରୁ ରୋକିପାରିବା ପାଇଁ ଯଥାର୍ଥ ନଥିଲା।

ମ୍ୟାଚ୍ ଆରମ୍ଭରୁ ଫ୍ରାନ୍ସ ଆଟାକ୍ କରିଥିଲା। ପ୍ରଥମ ମିନିଟରେ ଫ୍ରାନ୍ସକୁ ପ୍ରଥମ ସଫଳତା ଦେଇଥିଲେ କ୍ଲିମେଣ୍ଟ। ଏହାର ୬ ମିନିଟ୍ ପରେ ଅର୍ଥାତ୍ ସପ୍ତମ ମିନିଟରେ ବେଞ୍ଜାମିନ୍ ମାର୍କ ଫ୍ରାନ୍ସ ପାଇଁ ଦ୍ୱିତୀୟ ଗୋଲ ସସ୍କୋର କରିଥିଲେ। ଲଗାତର ଦୁଇଟି ଗୋଲ୍ ଖାଇବା ପରେ ଭାରତ କମବ୍ୟାକ୍ କରିଥିଲା ଏବଂ ୫ ମିନିଟ୍ ଭିତରେ ଦୁଇଟି ଯାକ ଗୋଲ ପରିଶୋଧ କରିଥିଲା। ଫଳରେ ଭାରତ ପ୍ରଥମ କ୍ୱାର୍ଟର୍ ସୁଦ୍ଧା ମୁକାବିଲାକୁ ୨-୨ରେ ବରାବର କରିନେଇଥିଲା।

Advertisment

ଦ୍ୱିତୀୟ କ୍ୱାର୍ଟରରେ ଫ୍ରାନ୍ସର ଆକ୍ରମଣ ଜାରି ରହିଥିଲା। ୨୩ତମ ମିନିଟରେ କ୍ଲିମେଣ୍ଟ ଫ୍ରାନ୍ସ ପାଇଁ ତୃତୀୟ ଗୋଲ୍ ସ୍କୋର କରିଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଫ୍ରାନ୍ସ ୩-୨ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟ୍ ଅର୍ଥାତ୍ ମ୍ୟାଚର ୩୨ତମ ମିନିଟରେ କ୍ଲିମେଣ୍ଟ ନିଜର ହ୍ୟାଟ୍ରିକ୍ ଗୋଲ୍ ଦେଇଥିଲେ। ଚତୁର୍ଥ କ୍ୱାର୍ଟରରେ ଫ୍ରାନ୍ସର କରେଣ୍ଟିନ୍ ସେଲିଅର୍ ଫିଲ୍ଡ ଗୋଲ (୪୮ତମ) ଦେଇଥିଲେ। ଆଉ ଏଥିସହ ଭ୍ରମଣକାରୀ ଟିମ୍ ୫-୨ର ବଡ଼ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ଶେଷ ୪ ମିନିଟରେ ଭାରତ ଜୋରଦାର କମବ୍ୟାକ୍ କରିଥିଲା ଏବଂ ଦୁଇଟି ଗୋଲ୍ ସ୍କୋର କରି ଆଶା ସଞ୍ଚାର କରିଥିଲା। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଥିଲା। ଏଥିସହ ଭାରତ ମ୍ୟାଚରେ ୪-୫ ଗୋଲରେ ପରାସ୍ତ ହୋଇଥିଲା।