Advertisment

ଜିତିବା ମ୍ୟାଚ୍‌କୁ ଡ୍ରରେ ଶେଷ କଲା ଭାରତୀୟ ହକି ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ହକିରେ ସମସ୍ତଙ୍କୁ ନିରାଶ କରିଛି ଭାରତୀୟ ଟିମ। ଜିତିବା ମ୍ୟାଚ୍‌କୁ ମନପ୍ରୀତ ସିଂହଙ୍କ ଭାରତ ଡ୍ରରେ ଶେଷ କରିବାକୁ ବାଧ୍ୟ ହୋଇଛି। ୪ର୍ଥ କ୍ୱାଟର ଯାଏ ୪-୧ରେ ଆଗରେ ଥିବା ଭାରତୀୟ ଟିମ ଶେଷ ସମୟରେ ୩ଟି ଗୋଲ ଖାଇଛି। ଏଥିସହ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି। ମ୍ୟାଚ ଶେଷ ଭାଗରେ ଭାରତର ଏକାଧିକ ଖେଳାଳି ବାରମ୍ବାର ତ୍ରୁଟି କରିବା ଟିମ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ଏପରି କି ଭାରତ […]

ଜିତିବା ମ୍ୟାଚ୍‌କୁ ଡ୍ରରେ ଶେଷ କଲା ଭାରତୀୟ ହକି ଦଳ

Hockey

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ହକିରେ ସମସ୍ତଙ୍କୁ ନିରାଶ କରିଛି ଭାରତୀୟ ଟିମ। ଜିତିବା ମ୍ୟାଚ୍‌କୁ ମନପ୍ରୀତ ସିଂହଙ୍କ ଭାରତ ଡ୍ରରେ ଶେଷ କରିବାକୁ ବାଧ୍ୟ ହୋଇଛି। ୪ର୍ଥ କ୍ୱାଟର ଯାଏ ୪-୧ରେ ଆଗରେ ଥିବା ଭାରତୀୟ ଟିମ ଶେଷ ସମୟରେ ୩ଟି ଗୋଲ ଖାଇଛି। ଏଥିସହ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି।

Advertisment

ମ୍ୟାଚ ଶେଷ ଭାଗରେ ଭାରତର ଏକାଧିକ ଖେଳାଳି ବାରମ୍ବାର ତ୍ରୁଟି କରିବା ଟିମ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ଏପରି କି ଭାରତ ୟେଲୋ କାର୍ଡ ଯୋଗୁ ୯ ଜଣ ଖେଳାଳିଙ୍କୁ ନେଇ ମ୍ୟାଚ ଖେଳିଥିଲା। ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଘାନାକୁ ୧୧-୦ ଗୋଲରେ ପରାସ୍ତ କରିଥିଲା।

ଆଜିର ମ୍ୟାଚ୍‌ରେ ଭାରତ ଦମଦାର ଆରମ୍ଭ କରିଥିଲା। ମ୍ୟାଚର ତୃତୀୟ ମିନିଟରେ ଲଳିତ ଉପାଧ୍ୟାୟ ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ଏହାପରେ ମନଦୀପ ସିଂହ ଓ ପରେ ଆକାଶଦୀପ ସିଂହ ଗୋଲ କରି ସ୍ଥିତିକୁ ୩-୦ କରି ଦେଇଥିଲେ। ତେବେ ଇଂଲଣ୍ଡ ତୃତୀୟ କ୍ୱାର୍ଟରର ଶେଷ ଭାଗରେ ଗୋଟିଏ ଗୋଲ ସ୍କୋର କରିଥିଲା।

Advertisment

ଏହି କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୧ରେ ଆଗୁଆ ରହିଥିଲା। ୪ର୍ଥ କ୍ୱାର୍ଟର ଆରମ୍ଭରୁ ଭାରତ ଗୋଟିଏ ଗୋଲ ସ୍କୋର କରିଥିଲା। ହେଲେ ଇଂଲଣ୍ଡ ଦୁଇ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ଭାରତର ଚିନ୍ତା ବଢ଼ାଇ ଦେଇଥିଲା। ସ୍ଥିତି ୪-୩ ଥିବା ବେଳେ ଇଂଲଣ୍ଡ ଆଉ ଏକ ଗୋଲ ସ୍କୋର କରିଥିଲା। ମ୍ୟାଚ୍‌କୁ ଇଂଲଣ୍ଡ ୪-୪ କରିବା ପରେ ଭାରତ କାଉଣ୍ଟର ଆଟାକ କରିଥିଲା। ହେଲେ ଇଂଲଣ୍ଡର ରକ୍ଷାକବଚକୁ ଭେଦ କରିବା ସମ୍ଭବ ହୋଇ ପାରି ନଥିଲା। ଶେଷରେ ମ୍ୟାଚ୍‌ ୪-୪ରେ ଡ୍ର ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe