Advertisment

ମହିଳାଙ୍କ ପରେ ସେମିରେ ପୁରୁଷ ହକି ଟିମ୍‌

ବର୍ମିଂହାମ: କ୍ରମାଗତ ଦ୍ୱିତୀୟ ବିଜୟ ସହ ଟେବୁଲ ଟପରେ ରହି ଭାରତୀୟ ପୁରୁଷ ହକି ଦଳ ସେମି ଫାଇନାଲରେ ପ୍ରବେଶ କରିଛି। ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ମନପ୍ରୀତ ସିଂହଙ୍କ ଭାରତୀୟ ଦଳ ୱେଲ୍ସକୁ ୪-୧ରେ ପରାସ୍ତ କରିଛି। ଏଥିସହ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ସ୍ଥାନ ସୁରକ୍ଷିତ କରିଛି। ଏହାପୂର୍ବରୁ ଭାରତର ମହିଳା ହକି ଟିମ କାନାଡାକୁ ୩-୨ରେ ହରାଇ ଗତକାଲି ସେମିରେ ପ୍ରବେଶ କରିଥିଲା। ଭାରତୀୟ ପୁରୁଷ ହକି ଟିମ୍‌ ପାଇଁ […]

author-image
Hemant Lenka
ମହିଳାଙ୍କ ପରେ ସେମିରେ ପୁରୁଷ ହକି ଟିମ୍‌

Hockey

ବର୍ମିଂହାମ: କ୍ରମାଗତ ଦ୍ୱିତୀୟ ବିଜୟ ସହ ଟେବୁଲ ଟପରେ ରହି ଭାରତୀୟ ପୁରୁଷ ହକି ଦଳ ସେମି ଫାଇନାଲରେ ପ୍ରବେଶ କରିଛି। ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ମନପ୍ରୀତ ସିଂହଙ୍କ ଭାରତୀୟ ଦଳ ୱେଲ୍ସକୁ ୪-୧ରେ ପରାସ୍ତ କରିଛି। ଏଥିସହ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ସ୍ଥାନ ସୁରକ୍ଷିତ କରିଛି। ଏହାପୂର୍ବରୁ ଭାରତର ମହିଳା ହକି ଟିମ କାନାଡାକୁ ୩-୨ରେ ହରାଇ ଗତକାଲି ସେମିରେ ପ୍ରବେଶ କରିଥିଲା।

Advertisment

ଭାରତୀୟ ପୁରୁଷ ହକି ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ ସହଜ ଥିଲା। ୱେଲ ଅପେକ୍ଷାକୃତ ଦୁର୍ବଳ ହୋଇଥିବାରୁ ଆରମ୍ଭରୁ ହିଁ ଦଳ ତା’ର ଦବଦବା ଦେଖାଇଥିଲା। କିନ୍ତୁ ୱେଲ୍ସର ଗୋଲପୋଷ୍ଟ ମଧ୍ୟରେ ବଲ ମାରିବାକୁ ଦଳ ସକ୍ଷମ ହୋଇ ନଥିଲା। ଫଳରେ ପ୍ରଥମ କ୍ୱାର୍ଟରରେ ସ୍ଥିତି ୦-୦ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରରେ ସ୍ଥିତି ବଦଳି ଥିଲା। ଭାରତର ଡ୍ରାଗ ଫ୍ଲିକର ଦୁଇ ମିନିଟ ମଧ୍ୟରେ ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୨-୦ କରି ଦେଇଥିଲେ। ସେ ୧୯ତମ ଓ ୨୦ତମ ମିନଟରେ ଗୋଲ ସ୍କୋର କରିଥିଲେ।

ୱେଲ୍ସ କାଉଣ୍ଟର ଆଟାକ କରିଥିଲେ ମଧ୍ୟ ସୁ‍ଫଳ ପାଇ ନଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୨-୦ରେ ଆଗରେ ରହିଥିଲା। ତୃତୀୟ କ୍ୱାର୍ଟରରେ  ଭାରତକୁ ଗୋଟିଏ ପେନାଲ୍ଟ ଷ୍ଟୋକ ମିଳିଥିଲା। ମ୍ୟାଚ୍ର ୪୦ତମ ମିନିଟରେ ମିଳିଥିବା ପେନାଲ୍ଟି ଷ୍ଟୋକକୁ ହରମନପ୍ରୀତ ଗୋଲରେ ପରିଣତ କରିଥିଲେ।  ଏଥିସହ ସେ ମ୍ୟାଚ୍‌ରେ ନିଜର ହ୍ୟାଟ୍ରିକ ହାସଲ କରିଥିଲେ।

Advertisment

୪ର୍ଥ କ୍ୱାର୍ଟରରେ ଗୁରଜନ୍ତ ସିଂହ ଚମତ୍କାର ଫିଲ୍ଡ ଗୋଲ କରି ଭାରତ ପାଇଁ ୪ର୍ଥ ଗୋଲ ସ୍କୋର କରିଥିଲେ। ମ୍ୟାଚ୍ ସରିବାକୁ ଆଉ ମାତ୍ର ୫ ମିନିଟରୁ କମ ସମୟ ଥିବା ବେଳେ ୱେଲ୍ସ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ହେଲେ ଭାରତ ୪-୧ରେ ମ୍ୟାଚ୍ ଜିତି ସେମିରେ ନିଜର ସ୍ଥାନ ପକ୍କା କରିଥିଲା।
ଭାରତ ଗ୍ରୁପ ପର୍ଯ୍ୟାୟରେ ଘାନାକୁ ୧୧-୦ରେ ହରାଇଥିବା ବେଳେ ଇଂଲଣ୍ଡ ସହ ମ୍ୟାଚ୍‌କୁ ୪-୪ରେ ଡ୍ର ରଖିଥିଲା। ଏହାପରେ କାନାଡାକୁ ୮-୦ରେ ହରାଇଥିଲା। ଆଜି ୱେଲ୍ସ ୪-୧ରେ ଭାରତ ଠାରୁ ହାରିଛି।