Advertisment

ମହିଳା ହକି ପ୍ରୋ ଲିଗ୍‌: ସବିତା ଅଧିନାୟକ, ଓଡ଼ିଶାର ଦୀପ ଗ୍ରେସ ଏକ୍କା ଉପ ଅଧିନାୟକ

ନୂଆଦିଲ୍ଲୀ: ଜୁନ୍‌ ମାସରେ ଖେଳା ଯିବାକୁ ଥିବା ହକି ମହିଳା ଏଫଆଇଏଚ୍‌ ପ୍ରୋ ଲିଗ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଭାରତ ୨୪ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଭାରତୀୟ ମହିଳା ହକି ଟିମ୍‌ ଜୁନ୍‌ରେ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ମ୍ୟାଚ୍‌ ଖେଳିବ। ଏହି ପ୍ରୋ ଲିଗ୍‌ରେ ଭାରତର ନେତୃତ୍ୱ ୩୧ ବର୍ଷୀୟ ସବିତା ପୁନିଆ ନେବେ। ସେହିପରି ତାଙ୍କ ଡେପୁଟି ଭାବେ ଓଡ଼ିଶାର ଦୀପ ଗ୍ରେସ ଏକ୍କା ନିଯୁକ୍ତି ପାଇଛନ୍ତି। ଅଲିମ୍ପିକ୍ସରେ ମଧ୍ୟ ଦୀପ ଗ୍ରେସ […]

ମହିଳା ହକି ପ୍ରୋ ଲିଗ୍‌: ସବିତା ଅଧିନାୟକ, ଓଡ଼ିଶାର ଦୀପ ଗ୍ରେସ ଏକ୍କା ଉପ ଅଧିନାୟକ

deep-grance

Advertisment

ନୂଆଦିଲ୍ଲୀ: ଜୁନ୍‌ ମାସରେ ଖେଳା ଯିବାକୁ ଥିବା ହକି ମହିଳା ଏଫଆଇଏଚ୍‌ ପ୍ରୋ ଲିଗ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଭାରତ ୨୪ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଭାରତୀୟ ମହିଳା ହକି ଟିମ୍‌ ଜୁନ୍‌ରେ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ମ୍ୟାଚ୍‌ ଖେଳିବ। ଏହି ପ୍ରୋ ଲିଗ୍‌ରେ ଭାରତର ନେତୃତ୍ୱ ୩୧ ବର୍ଷୀୟ ସବିତା ପୁନିଆ ନେବେ। ସେହିପରି ତାଙ୍କ ଡେପୁଟି ଭାବେ ଓଡ଼ିଶାର ଦୀପ ଗ୍ରେସ ଏକ୍କା ନିଯୁକ୍ତି ପାଇଛନ୍ତି। ଅଲିମ୍ପିକ୍ସରେ ମଧ୍ୟ ଦୀପ ଗ୍ରେସ ଭାରତର ଉପ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ।

Advertisment

ଜୁଲାଇ ୧ରୁ ୧୭ ଯାଏ ନେଦରଲ୍ୟାଣ୍ଡସ ଓ ସ୍ପେନରେ ମହିଳା ହକି ବିଶ୍ୱକପ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତୀୟ ମହିଳା ଦଳ ଜୁନ୍ ୧୧ରୁ ୨୨ ମଧ୍ୟରେ ୬ଟି ମ୍ୟାଚ୍‌ ଖେଳିବ। ଆୟୋଜକ ବେଲଜିୟମକୁ ଜୁନ୍ ୧୧ ଓ ୧୨ ଭାରତ ଭେଟିବ। ଜୁନ୍‌ ୧୮ ଓ ୧୯ରେ ଆର୍ଜେଣ୍ଟିନା ଏବଂ ୨୧ ଓ ୨୨ ତାରିଖରେ ସବିତା ଆଣ୍ଡ କୋ ଆମେରିକା ସହ ଦୁଇଟି ମ୍ୟାଚ୍‌ ଖେଳିବ।

ଟୋକିଓ ଅଲିମ୍ପିକ୍ସରେ ଭାରତର ନେତୃତ୍ୱ ନେଉଥିବା ରାନୀ ରାମପଲ ଦଳକୁ କମବ୍ୟାକ୍‌ କରିଛନ୍ତି। ତଥାପି ପୁନିଆ ହିଁ ଟିମ୍‌ର କମାଣ ସମ୍ଭାଳିବେ। ଅଲିମ୍ପିକ୍ସ ପରେ ରାନୀ ପ୍ରଥମଥର ଭାରତ ପାଇଁ ଖେଳିବାକୁ ଜୁନ୍‌ ୧୧ରେ ପଡ଼ିଆକୁ ଓହ୍ଲାଇବେ। ଭୁବନେଶ୍ୱରରେ ଭାରତୀୟ ମହିଳା ଦଳ ନେଦରଲ୍ୟାଣ୍ଡସ ବିପକ୍ଷରେ ପ୍ରୋ ଲିଗ୍‌ର ୨ଟି ମ୍ୟାଚ୍‌ ଖେଳିଥିଲା। ଟିମ୍‌ରେ ରାନୀ ଥିଲେ ମଧ୍ୟ ଆହତ ଯୋଗୁ ଖେଳି ପାରି ନଥିଲେ। ହେଲେ ଏବେ ସେ ଫିଟ ହୋଇଯାଇଛନ୍ତି।

Advertisment

ଦୀପ ଗ୍ରେସ, ସବିତା ପୁନିଆ ଓ ରାନୀଙ୍କ ବ୍ୟତୀତ ଇଶିକା ଚୌଧୁରୀ, ବିଚୁ ଦେବୀ ଖାରିବାମ, ବଲଜୀତ କୌର, ଅକ୍ଷିତା ଆବାସୋ ଦେଖାଲେ, ସଙ୍ଗୀତା କୁମାରୀ ଓ ଦୀପିକାଙ୍କ ଭଳି ଷ୍ଟାର ଖେଳାଳି ସ୍କ୍ୱାଡରେ ଅଛନ୍ତି।

ଭାରତୀୟ ମହିଳା ଟିମ

ଗୋଲ କିପର:ସବିତା ପୁନିଆ(ଅଧିନାୟକ), ବିଚୁ ଦେବୀ ଖାରିବାମ

ଡିଫେଣ୍ଡର: ଦୀପ ଗ୍ରେସ ଏକ୍କା(ଉପ ଅଧିନାୟକ), ଗୁଜଜିତ କୌର, ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧୁରୀ, ଅକ୍ଷିତା ଆବାସୋ ଦେଖାଲେ

ମିଡ ଫିଲ୍ଡର:ନିଶା, ସୁଶୀଲା ଚାନୁ ପି, ମୋନିକା, ନେହା, ଜ୍ୟୋତି, ନବଜୋତ କୌର, ସୋନିକା, ସଲିମା ଟେଟେ, ବଲଜୀତ କୌର

ଫରୱାର୍ଡ: ବନ୍ଦନା କଟାରିୟା, ଲାଲରେମସିଆମି, ନବନୀତ କୌର, ଶର୍ମିଲା ଦେବୀ, ସଙ୍ଗୀତା କୁମାରୀ, ଦୀପିକା ଓ ରାନୀ ରାମପଲ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe