Advertisment

ଏସିଆ କପ୍‌ ଫାଇନାଲକୁ ଯାଇ ପାରିଲାନି ଭାରତ, ଏବେ ବ୍ରୋଞ୍ଜ ପାଇଁ ଖେଳିବ

ଜାକର୍ତ୍ତା: ସୁପର ୪ରେ ଦମଦାର ଓ ଦ୍ରୁତ ଖେଳ ପ୍ରଦର୍ଶନ ସତ୍ତ୍ୱେ ବୀରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ହକି ଟିମ୍‌ ଏସିଆ କପ ଫାଇନାଲରେ ପହଞ୍ଚି ପାରିନି। ସୁପର ୪ର ଶେଷ ମୁକାବିଲାରେ ଭାରତୀୟ ଟିମ୍‌ ଆଜି ଦକ୍ଷିଣ କୋରିଆ ସହ ୪-୪ ମ୍ୟାଚ୍‌ ଡ୍ର ରଖିଛି। ଏହି ମ୍ୟାଚ୍‌ ଜିତିଥିଲେ ଭାରତ ଫାଇନାଲରେ ପ୍ରବେଶ କରି ଥାଆନ୍ତା। କିନ୍ତୁ ଦୁଭାର୍ଗ୍ୟବଶତଃ ମ୍ୟାଚ୍‌ ଡ୍ର ହେବାରୁ ବୀରେନ୍ଦ୍ର ଲାକ୍ରାଙ୍କ ଟିମ୍‌ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଏହାପୂର୍ବରୁ ମାଲେସିୟା […]

ଏସିଆ କପ୍‌ ଫାଇନାଲକୁ ଯାଇ ପାରିଲାନି ଭାରତ, ଏବେ ବ୍ରୋଞ୍ଜ ପାଇଁ ଖେଳିବ

India

Advertisment

ଜାକର୍ତ୍ତା: ସୁପର ୪ରେ ଦମଦାର ଓ ଦ୍ରୁତ ଖେଳ ପ୍ରଦର୍ଶନ ସତ୍ତ୍ୱେ ବୀରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ହକି ଟିମ୍‌ ଏସିଆ କପ ଫାଇନାଲରେ ପହଞ୍ଚି ପାରିନି। ସୁପର ୪ର ଶେଷ ମୁକାବିଲାରେ ଭାରତୀୟ ଟିମ୍‌ ଆଜି ଦକ୍ଷିଣ କୋରିଆ ସହ ୪-୪ ମ୍ୟାଚ୍‌ ଡ୍ର ରଖିଛି। ଏହି ମ୍ୟାଚ୍‌ ଜିତିଥିଲେ ଭାରତ ଫାଇନାଲରେ ପ୍ରବେଶ କରି ଥାଆନ୍ତା। କିନ୍ତୁ ଦୁଭାର୍ଗ୍ୟବଶତଃ ମ୍ୟାଚ୍‌ ଡ୍ର ହେବାରୁ ବୀରେନ୍ଦ୍ର ଲାକ୍ରାଙ୍କ ଟିମ୍‌ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଏହାପୂର୍ବରୁ ମାଲେସିୟା ୫-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା।

Advertisment

ସୁପର ୪ରେ ଭାରତ, ମାଲେସିୟା ଓ କୋରିଆ ସମାନ ୫ ପଏଣ୍ଟ ଲେଖାଏ ପାଇଛନ୍ତି। ହେଲେ ଗୋଲ ବ୍ୟବଧାନ ଯୋଗୁ ଭାରତ ଫାଇନାଲ ଟିକେଟ ହାସଲ କରିପାରି ନାହିଁ। ଏବେ ଭାରତ ଆସନ୍ତାକାଲି ଜାପାନ ସହ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍‌ ଖେଳିବ। ସେହିପରି କୋରିଆ ଓ ମାଲେସିୟା ଟ୍ରଫି ପାଇଁ ଲଢ଼େଇ କରିବେ।

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ଭାରତୀୟ ଯୁବ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ। ଭାରତ ପକ୍ଷରୁ ୯ମ ମିନିଟରେ ନିଲମ ସଞ୍ଜୀପ, ୨୧ତମ ମିନିଟରେ ଓଡ଼ିଶାର ଦୀପସାନ ତିର୍କୀ, ୨୨ତମ ମିନିଟରେ ମହେଶ ଏସ୍‌ ଗୌଡ଼ା ଓ ୩୭ତମ ମିନିଟରେ ଏସ୍‌ ମାରୀସ୍ୱର୍ଣ୍ଣ ଗୋଲ କରିଥିଲେ। କୋରିଆ ପକ୍ଷରୁ ୧୩ତମ ମିନିଟରେ ଜାଙ୍ଗ, ୧୮ତମ ମିନିଟରେ ଜି ୱ ଚେୱନ, ୨୮ତମ ମିନିଟରେ କିମ ଜଙ୍ଗ ହୋ ଓ ୪୪ତମ ମିନିଟରେ ନିର୍ଣ୍ଣାୟକ ଗୋଲ ଜଙ୍ଗ ମଞ୍ଜେଇ ଦେଇଥିଲେ।

Advertisment

ଭାରତ ଫାଇନାଲରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦମଦାର ଖେଳ ପ୍ରଦର୍ଶନ ପାଇଁ ଟିମ୍‌ର ମହେଶ ଗୌଡ଼ାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe