Advertisment

ଅଲିମ୍ପିକ୍ ଚାମ୍ପିୟନ୍‌କୁ ଧୂଳି ଚଟାଇଲା ଭାରତ

ବ୍ୟୁନସ୍ ଆୟର୍ସ: ଚଳିତ ଏଫଆଇଏଚ୍ ପ୍ରୋ ହକି ଲିଗରେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନାକୁ ଧୂଳି ଛଟାଇଛି ଭାରତ। ଏଠାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ହକି ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୦ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ଆର୍ଜେଣ୍ଟିନାକୁ ଶୁଟଆଉଟରେ ୩-୨ ଗୋଲରେ ହରାଇଥିଲା। ତେବେ ଆଜି ମ୍ୟାଚରେ ଏକତରଫା ପ୍ରଦର୍ଶନ କରି ଆର୍ଜେଣ୍ଟିନାକୁ ସବୁ ବିଭାଗରେ ପଛରେ ପକାଇଛି। ଏହି ବିଜୟ ସହ ଭାରତ ଏଫଆଇଏଚ୍ ପ୍ରୋ ଲିଗ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଲିମ୍ପିକ୍ ଚାମ୍ପିୟନ୍‌କୁ ଧୂଳି ଚଟାଇଲା ଭାରତ

Indian-hockey-team

ବ୍ୟୁନସ୍ ଆୟର୍ସ: ଚଳିତ ଏଫଆଇଏଚ୍ ପ୍ରୋ ହକି ଲିଗରେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନାକୁ ଧୂଳି ଛଟାଇଛି ଭାରତ। ଏଠାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ହକି ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୦ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ଆର୍ଜେଣ୍ଟିନାକୁ ଶୁଟଆଉଟରେ ୩-୨ ଗୋଲରେ ହରାଇଥିଲା। ତେବେ ଆଜି ମ୍ୟାଚରେ ଏକତରଫା ପ୍ରଦର୍ଶନ କରି ଆର୍ଜେଣ୍ଟିନାକୁ ସବୁ ବିଭାଗରେ ପଛରେ ପକାଇଛି। ଏହି ବିଜୟ ସହ ଭାରତ ଏଫଆଇଏଚ୍ ପ୍ରୋ ଲିଗ୍ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି।

Advertisment

ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ଏକାଦଶ), ଲଲିତ ଉପାଧ୍ୟାୟ (୨୫ତମ) ଓ ମନଦୀପ ସିଂହ (୫୮ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଛନ୍ତି। ଭାରତର ଏବେ ୮ ମ୍ୟାଚରୁ ୧୫ ପଏଣ୍ଟ ହୋଇଯାଇଛି। ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଏଫଆଇଏଚ୍ ହକି ପ୍ରୋ ଲିଗ୍ ପଏଣ୍ଟ ଟେବୁଲରେ ଆର୍ଜେଣ୍ଟିନା ୧୨ ମ୍ୟାଚରୁ ୧୧ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।

https://twitter.com/FIH_Hockey/status/1381371731827392513?s=20

ଆଗାମୀ ଅଲିମ୍ପିକ୍ସ ଗେମ୍ସରେ ଭାରତ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ପରସ୍ପର ବିପକ୍ଷରେ ମ୍ୟାଚ୍ ଖେଳିବ। ଏହି ତିନି ଟିମ୍ ଅଲିମ୍ପିକ୍ସ ଗେମ୍ସର ଗ୍ରୁପ୍-ଏରେ ସ୍ପେନ୍, ନ୍ୟୁଜିଲ୍ୟାଣ୍ଡ ଓ ଆୟୋଜକ ଜାପାନ ସହ ସ୍ଥାନ ପାଇଛନ୍ତି।

Advertisment

ଆଜି ମ୍ୟାଚ୍ ଆରମ୍ଭରୁ ଆର୍ଜେଣ୍ଟିନା ଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରରେ ଆର୍ଜେଣ୍ଟିନା ତାରକା ମାର୍ଟିନ୍ ଫେରାରିଓଙ୍କ ଦୁଇଟି ନିଶ୍ଚିତ ଶଟକୁ ଭାରତର ଗୋଲକିପର କୃଷ୍ଣ ବାହାଦୂର ପାଠକ ରୋକିବାରେ ସଫଳ ହୋଇଇଥିଲେ। ଭାରତ ମଧ୍ୟ ପ୍ରତିଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରର ଏକାଦଶ ମିନିଟରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଗୋଲରେ ପରିଣତ କରିଥିଲେ ହରମନପ୍ରୀତ।

ଏହା ପରେ ଲଲିତ ଉପାଧ୍ୟାୟ ଦ୍ୱିତୀୟ କ୍ୱାର୍ଟରରେ ଭାରତର ଗୋଲ୍ ଧାରା ବଜାୟ ରଖିଥିଲେ। ସେ ୨୫ତମ ମିନିଟରେ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ। ତୃତୀୟ କ୍ୱାର୍ଟର୍ ଗୋଲଶୂନ୍ୟ ରହିଥିବା ବେଳେ ଫାଇନାଲ୍ ହୁଟର ବାଜିବାର ଦୁଇ ମିନିଟ୍ ପୂର୍ବରୁ ମନଦୀପ ଆକର୍ଷଣୀୟ ଗୋଲ୍ ଦେଇ ଭାରତକୁ ୩-୦ରେ ଆଗୁଆ କରାଇଥିଲେ। ଆର୍ଜେଣ୍ଟିନା କମବ୍ୟାକ୍ କରିବାକୁ ପ୍ରୟାସ କରିଥିଲେ ହେଁ, ସେତବେଳକୁ ବହୁତ ବିଳମ୍ବ ହୋଇସାରିଥିଲା।

ମ୍ୟାଚରେ ଚମତ୍କାର ଗୋଲକିପିଂ କରିଥିବା ଗୋଲକିପର ପାଠକ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମ୍ୟାଚ୍ ପରେ ସେ କହିଥିଲେ, `ପୂରା ଟିମ୍ ଜବରଦସ୍ତ ଡିଫେଣ୍ଡ୍ କରିଥିଲା। ଆର୍ଜେଣ୍ଟିନାର ଡିଫେନ୍ସ ମଧ୍ୟ ଭଲ ରହିଥିଲା, କିନ୍ତୁ ଆମେ ଅଧିକ ସୁଯୋଗ ସୃଷ୍ଟି କରିଥିଲୁ। ଏବେବି ଆମକୁ ଅନେକ ବିଭାଗରେ ସୁଧାର ଆଣିବାକୁ ପଡ଼ିବ। ବିଶେଷକରି ମିଡଫିଲ୍ଡରେ ସୁଧାରର ଆବଶ୍ୟକ ରହିଛି।`