Advertisment

ଟୋକିଓ ଅଲିମ୍ପିକ୍ସ: ସ୍ପେନ୍‌କୁ ହରାଇଲା ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଆଜି ଭାରତୀୟ ଦଳକୁ ମିଳିଛି ଆଉ ଏକ ସଫଳତା। ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ପେନ୍‌କୁ ୩-୦ରେ ହରାଇଛି ଦଳ। ଦଳ ପକ୍ଷରୁ ରୂପିନ୍ଦର ପାଲ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ସିମରନଜୀତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ସ୍ପେନ୍‌ ଉପରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ। ଏହି ଗୋଲ୍‌ ଦେଇଥିଲେ ସିମରନଜୀତ୍‌। ତେବେ ତା’ ପୂର୍ବରୁ ଖେଳ ଆରମ୍ଭ ହେବାର […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସ: ସ୍ପେନ୍‌କୁ ହରାଇଲା ଭାରତ

Hockey India

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଆଜି ଭାରତୀୟ ଦଳକୁ ମିଳିଛି ଆଉ ଏକ ସଫଳତା। ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ପେନ୍‌କୁ ୩-୦ରେ ହରାଇଛି ଦଳ।

Advertisment

ଦଳ ପକ୍ଷରୁ ରୂପିନ୍ଦର ପାଲ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ସିମରନଜୀତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ।

ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ସ୍ପେନ୍‌ ଉପରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ। ଏହି ଗୋଲ୍‌ ଦେଇଥିଲେ ସିମରନଜୀତ୍‌। ତେବେ ତା’ ପୂର୍ବରୁ ଖେଳ ଆରମ୍ଭ ହେବାର ଅଷ୍ଟମ ମିନିଟ୍‌ ଭାରତ ପାଖରେ ପ୍ରଥମ ଗୋଲ୍‌ କରିବାର ଏକ ସୁଯୋଗ ଥିଲା। ସିମରନଜୀତ୍‌ ଏହି ସୁଯୋଗ ପାଇଥିଲେ। କିନ୍ତୁ ତାହା ହାତଛଡ଼ା ହୋଇଯାଇଥିଲା। ଭାରତ ପକ୍ଷରୁ ପରବର୍ତ୍ତୀ ଦୁଇଟି ଗୋଲ୍ ରୂପିନ୍ଦର ପାଲ ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଏହାର ଅଭିଯାନ ଆରମ୍ଭ କରିଥିଲା। ଦଳ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଏହା ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ହାରି ଯାଇଥିଲା। ଅଷ୍ଟ୍ରେଲିଆ ୭-୧ରେ ଭାରତୀୟ ଦଳକୁ ପରାସ୍ତ କରିଥିଲା। ତେବେ ଏହି ପରାଜୟ ସତ୍ତ୍ୱେ ଭାରତୀୟ ଦଳ ଆଜି ଚାପରୁ ବାହାରି ଭଲ ପ୍ରଦର୍ଶନ କରି ତା’ର ତୃତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏହା ପରେ ଦଳ ଜାପାନ ଓ ଆର୍ଜେଣ୍ଟିନା ସହିତ ଖେଳିବ।

ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ଶୁଟର। ଆଜି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଛି। ମନୁ ଭାକର ଓ ସୌରଭ ଚୌଧୁରୀ ଷ୍ଟେଜ-୨ରେ ହାରିଥିବା ବେଳେ ୟାଶ୍ୱିନୀ ଦେଶୱାଲ ଓ ଅଭିଷେକ ବର୍ମା ଷ୍ଟେଜ-୧ରେ ପରାସ୍ତ ହୋଇଥିଲେ।

Tokyo Olympics