Advertisment

କମାଲ କଲେ ଦୀପସାନ ତିର୍କୀ, ୧୬-୦ ଗୋଲରେ ଜିତି ସୁପର ୪ରେ ଭାରତ

ଜାକର୍ତ୍ତା: ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ କମାଲ କରିଛି ଭାରତୀୟ ହକି ଟିମ୍‌। ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାପ୍ଟେନ୍ସିରେ ଖେଳୁଥିବା ଭାରତ ଟୁର୍ଣ୍ଣାମେଣ୍ଟର ସୁପର ୪ରେ ପ୍ରବେଶ କରିଛି। ଆଜିର ମଷ୍ଟ ୱିନ ଗେମ୍‌ରେ ଟିମ୍‌ ଇଣ୍ଡିଆ ଆୟୋଜକ ଇଣ୍ଡୋନେସିଆକୁ ଏକତରଫା ଭାବେ ୧୬-୦ ଗୋଲରେ ପରାସ୍ତ କରିଛି। ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚ୍‌କୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ […]

କମାଲ କଲେ ଦୀପସାନ ତିର୍କୀ, ୧୬-୦ ଗୋଲରେ ଜିତି ସୁପର ୪ରେ ଭାରତ

deepsan

Advertisment

ଜାକର୍ତ୍ତା: ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ କମାଲ କରିଛି ଭାରତୀୟ ହକି ଟିମ୍‌। ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାପ୍ଟେନ୍ସିରେ ଖେଳୁଥିବା ଭାରତ ଟୁର୍ଣ୍ଣାମେଣ୍ଟର ସୁପର ୪ରେ ପ୍ରବେଶ କରିଛି। ଆଜିର ମଷ୍ଟ ୱିନ ଗେମ୍‌ରେ ଟିମ୍‌ ଇଣ୍ଡିଆ ଆୟୋଜକ ଇଣ୍ଡୋନେସିଆକୁ ଏକତରଫା ଭାବେ ୧୬-୦ ଗୋଲରେ ପରାସ୍ତ କରିଛି। ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚ୍‌କୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଭାରତୀୟ ଟିମ୍‌ ଦମଦାର ପ୍ରଦର୍ଶନ କରିଛି। ଏହି ମ୍ୟାଚ୍‌ରେ ଷ୍ଟାର ବନିଛନ୍ତି ଓଡ଼ିଶାର ଅନ୍ୟତମ ଖେଳାଳି ଦୀପସାନ ତିର୍କୀ। ସେ ଏକାକୀ ୫ଟି ଗୋଲ ସ୍କୋର କରି ନିଜର ଜଲୱା ଦେଖାଇଛନ୍ତି।

Advertisment

ଭାରତର ଏପରି ବୃହତ ବିଜୟ ପରେ ପାକିସ୍ତାନ ଟପ୍‌ ୪ରୁ ବିଦା ହୋଇଛି। ପୁଲ ଏ’ରୁ ଭାରତ ଓ ଜାପାନ ଟପ୍‌ ୪କୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ପୁଲ ବି’ରୁ ମାଲେସିୟା ଓ ଦକ୍ଷିଣ ଆଫ୍ରିକା କ୍ୱାଲିଫାଏ କରିଛନ୍ତି।

ଚଳିତ ଏସିଆ କପରେ ଭାରତ ଡ୍ର’ରୁ ତା’ର ଅଭିଯାନ ଆରମ୍ଭ କରିଥିଲା। ଦଳ ପାକିସ୍ତାନ ସହ ୧-୧ରେ ମ୍ୟାଚ୍‌ ଡ୍ର କରିଥିଲା। ଏହାପରେ ଜାପାନ ଠାରୁ ୨-୫ରେ ହାରିଥିଲା। କିନ୍ତୁ ପାକିସ୍ତାନ ଇଣ୍ଡୋନେସିଆକୁ ହରାଇ ଦେଇଥିବାରୁ ଭାରତକୁ ଆଜିର ମ୍ୟାଚ୍‌କୁ ୧୫ ଗୋଲ ବ୍ୟବଧାନରେ ଜିତିବାକୁ ଚ୍ୟାଲେଞ୍ଜ ମିଳିଥିଲା। ଭାରତୀୟ ଖେଳାଳିମାନେ ମଧ୍ୟ କାହାକୁ ନିରାଶ କରି ନାହାନ୍ତି।

Advertisment

ଭାରତ ପକ୍ଷରୁ ଦୀପସାନ ତିର୍କୀ ୫ଟି ଗୋଲ ସ୍କୋର କରିଥିବା ବେଳେ ଅବର୍ଣ୍ଣ ସୁଦେବ ୨ଟି, କାର୍ତ୍ତି ସେଲଭମ ୨ଟି, ପବନ ରାଜବର ୩ଟି, ଅଭିଜ୍ଞ ଏସ୍‌ଭି ସୁନୀଲ ୨ଟି, ଉତ୍ତମ ସିଂହ ଓ ନୀଲମ ସଞ୍ଜୀପ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି।

ଏସିଆ କପରେ ଆଜି ଯାଏ କୌଣସି ଟିମ୍‌ ଏତେ ବୃହତ ବ୍ୟବଧାନରେ କେବେ ହେଲେ ଜିତି ନଥିଲେ। କିନ୍ତୁ ବୀରେନ୍ଦ୍ର ଲାକ୍ରା ଆଣ୍ଡ କୋ ଏହା କରି ଦେଖାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe