Advertisment

ଭାରତର ହ୍ୟାଟ୍ରିକ୍ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ରବିବାର ଭାରତ ତା’ର ତୃତୀୟ ରାଉଣ୍ଡ ରବିନ୍ ମ୍ୟାଚରେ ଜାପାନକୁ ୬-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ତା’ର ସ୍ଥାନ ମଜଭୁତ୍ କରିଛି। ଯଦିଓ ପୂର୍ବରୁ ଭାରତ ସେମିଫାଇନାଲ୍ ଟିକେଟ୍ କାଟିସାରିଥିଲା, ତେଣୁ ଟିମ୍ ପାଇଁ ଏହି ମ୍ୟାଚ୍ ଔପଚାରିକତା ଥିଲା। ସେମିରେ ଭାରତର ସାମ୍ନା ପାକିସ୍ତାନ କିମ୍ବା ଜାପାନ […]

ଭାରତର ହ୍ୟାଟ୍ରିକ୍ ବିଜୟ

hockey

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ରବିବାର ଭାରତ ତା’ର ତୃତୀୟ ରାଉଣ୍ଡ ରବିନ୍ ମ୍ୟାଚରେ ଜାପାନକୁ ୬-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ତା’ର ସ୍ଥାନ ମଜଭୁତ୍ କରିଛି। ଯଦିଓ ପୂର୍ବରୁ ଭାରତ ସେମିଫାଇନାଲ୍ ଟିକେଟ୍ କାଟିସାରିଥିଲା, ତେଣୁ ଟିମ୍ ପାଇଁ ଏହି ମ୍ୟାଚ୍ ଔପଚାରିକତା ଥିଲା। ସେମିରେ ଭାରତର ସାମ୍ନା ପାକିସ୍ତାନ କିମ୍ବା ଜାପାନ ସହ ହୋଇପାରେ।

Advertisment

ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଦୁଇଟି (ଦଶମ, ୫୩ତମ) ଗୋଲ୍ ଦେଇଥିବା ବେଳେ ଦିଲପ୍ରୀତ ସିଂହ (୨୩ତମ), ଜର୍ମନପ୍ରୀତ ସିଂହ (୩୪ତମ), ସୁମିତ୍ (୪୬ତମ) ଓ ଶମଶେର୍ ସିଂହ (୫୪ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। ଏହାବ୍ୟତୀତ ଗୋଲକିପର ସୂରଜ କରକେରା ଭାରତ ପାଇଁ ଜବରଦସ୍ତ କିପିଂ ଅନେକ ଜାପାନକୁ ଗୋଟିଏ ଗୋଲ କରିବାକୁ ଦେଇନାହାନ୍ତି। ଅନ୍ୟପକ୍ଷରେ ଜାପାନ ଟିମ୍ ନୈରାଶ୍ୟଜନକ ପ୍ରଦର୍ଶନ କରି ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇନାହିଁ।

ପୂରା ମ୍ୟାଚରେ ଭାରତର ଦବଦବା ରହିଥିଲା। ପ୍ରଥମାର୍ଦ୍ଧରେ ଭାରତ ଗୋଟିଏ ଗୋଲ୍ ଦେଇଥିଲା। ମ୍ୟାଚର ଦଶମ ମିନିଟରେ ବ୍ୟାକ୍ ଟୁ ବ୍ୟାକ୍ ତିନୋଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ସେଥିରୁ ଗୋଟିଏ ଗୋଲରେ ପରିଣତ ହୋଇଥିଲା। ଏହି ଗୋଲଟି ଦେଇଥିଲେ ହରମନପ୍ରୀତ କୌର। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ୨୩ତମ ମିନିଟରେ ଦିଲପ୍ରୀତ ଫିଲ୍ଡ ଗୋଲ୍ ଦେଇ ଭାରତର ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ।

Advertisment

ଦ୍ୱିତୀୟାର୍ଦ୍ଧରେ ଭାରତ ଅଧିକ ଆକ୍ରାମକ ଖେଳ ଦେଖାଇଥିଲା। ଜର୍ମନପ୍ରୀତ ୩୪ତମ ମିନିଟରେ ଭାରତ ପାଇଁ ତୃତୀୟ ଗୋଲ୍ ଦେଇଥିଲେ। ଏହା ପରେ ସୁମିତ୍ ୪୬ତମ, ହରମନପ୍ରୀତ ୫୩ତମ ଓ ଶମଶେର୍ ୫୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ୍ ଦେଇ ସ୍କୋରକୁ ୬-୦ରେ ପହଞ୍ଚାଇଥିଲେ। ଏହିପରି ଭାବେ ଭାରତ ତୃତୀୟ କ୍ୱାର୍ଟରରେ ଗୋଟିଏ ଏବଂ ଚତୁର୍ଥ କ୍ୱାର୍ଟରରେ ତିନୋଟି ଗୋଲ୍ ଦେଇ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe