hockey-ind-vs-aus
ଟୋକିଓ: ଚଳିତ ଅଲିମ୍ପିକ୍ସରେ ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିବା ଭାରତୀୟ ପୁରୁଷ ହକି ଟିମ୍ ଦ୍ୱିତୀୟ ମ୍ୟାଚରେ ଲଜ୍ଜାଜନକ ପରାଜୟ ସ୍ୱୀକାର କରିଛି। ଆଠଥର ଅଲିମ୍ପିକ୍ସ ଚାମ୍ପିୟନ୍ ରବିବାର ଭାରତୀୟ ପୁରୁଷ ଟିମ୍ ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ ନିକଟରୁ ୧-୭ ଗୋଲରେ ଶୋଚନୀୟ ଭାବେ ପରାସ୍ତ ହୋଇଛି।
ଏହି ମ୍ୟାଚରେ ଭାରତକୁ ୬ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏଥିରୁ ଗୋଟିଏ ବି ଗୋଲରେ ପରିଣତ ହୋଇପାରିନଥିଲା। ପ୍ରଥମ ମୁକାବିଲାରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଶୋଚନୀୟ ପ୍ରଦର୍ଶନ କରିଛି। ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆର ବ୍ଲେକ୍ ଗୋଭର୍ସ ଦୁଇଟି (୪୦ତମ, ୪୨ତମ) ଗୋଲ୍ ଦେଇଥିବା ବେଳେ ଜେମ୍ସ ବିଲ୍ (୧୦), ଜେରେମୀ ହେୱାର୍ଡ (୨୧ତମ), ଆଣ୍ଡ୍ର୍ୟୁ ଓଗିଲଭି (୨୩ତମ), ଜୋଶୁଆ ବେଲ୍ଟଜ (୨୬ତମ), ଟିମ୍ ବ୍ରାଣ୍ଡ (୫୧ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଦେଇଥିଲେ ଦିଲପ୍ରୀତ ସିଂହ (୩୪ତମ)।
/odisha-reporter/media/post_attachments/wp-content/uploads/2021/07/Tokyo-Olympics-2020-Mens-Hockey-Match-India-vs-Australia-Live.jpg)
ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତ କିଛି ସମୟ ପାଇଁ ଅଷ୍ଟ୍ରେଲିଆକୁ ଟକ୍କର ଦେଇଥିଲା। ହେଲେ ବାକି ସମୟରେ ଭାରତ କଙ୍ଗାରୁ ଟିମ୍ ଆଗରେ ତିଷ୍ଠିପାରି ନଥିଲା। ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ୍ ଦେଇଥିଲା। ମ୍ୟାଚର ଦଶମ ମିନିଟରେ ଜାକବ ହ୍ୱେଟନଙ୍କ ଦମଦାର ଫ୍ଲିକକୁ ଜେମ୍ସ ବିଲ୍ ଗୋଲରେ ପରିଣତ କରିଥିଲେ। ଯଦିଓ ଭାରତ ଅଷ୍ଟମ ଓ ୧୫ଶ ମିନିଟରେ ଦୁଇଟି ପେନାଲ୍ଟି ସୁଯୋଗ ସୃଷ୍ଟି କରିଥିଲା, କିନ୍ତୁ ଏଥିମଧ୍ୟରୁ ଗୋଟିଏ ବି ଗୋଲରେ ପରିଣତ ହୋଇନଥିଲା।
ଦ୍ୱିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ୨୧ତମ ମିନିଟରେ ଜେରେମୀ ହେୱାର୍ଡ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନିଜ ଦଳକୁ ୨-୦ରେ ଆଗୁଆ କରାଇଥିଲେ। ଏହା ପରେ ଫ୍ଲିନ୍ ଓଗିଲଭି ୨୩ତମ ଓ ଜୋଶୁଆ ବେଲ୍ଟଜ ୨୬ତମ ମିନିଟରେ ଗୋଲ୍ ସ୍କୋର କରିଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪-୦ ଗୋଲର ବୃହତ ଅଗ୍ରଣୀ ହାସଲ କରିନେଇଥିଲା।
/odisha-reporter/media/post_attachments/reuters/LVRPGK4FAJIKJGDHFLQGMH4OTM.jpg)
ତୃତୀୟ କ୍ୱାର୍ଟରରେ ଭାରତ ମ୍ୟାଚକୁ କମବ୍ୟାକ୍ କରିଥିଲା। ୩୪ତମ ମିନିଟରେ ରୂପିନ୍ଦର ପାଲ୍ ସର୍କଲ୍ ଭିତରକୁ ଶଟ୍ ମାରିଥିଲେ ଏବଂ ଦିଲପ୍ରୀତ ସିଂହ କଙ୍ଗାରୁ ଗୋଲ୍ କିପର ଆଣ୍ଡ୍ର୍ୟୁ ଚାର୍ଟରଙ୍କୁ ଚକମା ଦେଇ ବଲକୁ ସିଧା ପୋଷ୍ଟ ଭିତରକୁ ମାରିଥିଲେ। କିନ୍ତୁ ଭାରତର ଏହି ପ୍ରତ୍ୟାବର୍ତ୍ତନକୁ ଫିକା କରିଦେଇଥିଲେ ବ୍ଲେକ୍ ଗୋଭର୍ସ, ଯିଏ ଲଗାତର ଦୁଇଟି (୪୦ତମ, ୪୨ତମ) ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୬-୧ରେ ଆଗୁଆ କରାଇଥିଲେ।
![]()
ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଟିମ୍ ବ୍ରାଣ୍ଡ ୫୧ତମ ମିନିଟରେ ଅଷ୍ଟ୍ରେଲିଆ ପାଇଁ ସପ୍ତମ ଗୋଲ୍ ଦେଇଥିଲେ। ସେ ମିଡଫିଲ୍ଡରୁ ଲମ୍ବା ପାସ୍ ପାଇ ବଲକୁ ଗୋଲ୍ ପୋଷ୍ଟ ଭିତରକୁ ମାରିଥିଲେ। ଭାରତ ଗୋଲ୍ କରିବା ପାଇଁ ବହୁତ ପ୍ରୟାସ କରିଥିଲେ ହେଁ, କୌଣସି ସଫଳତା ମିଳିନଥିଲା। ଫଳରେ ଅଷ୍ଟ୍ରେଲିଆ ମୁକାବିଲାକୁ ୭-୧ ଗୋଲରେ ଏକତରଫା ଭାବେ ଜିତି ନେଇଥିଲା।
/odisha-reporter/media/post_attachments/wp-content/uploads/2021/07/2021_7img25_Jul_2021_PTI07_25_2021_000195B-scaled.jpg)
ଏହି ପରାଜୟ ସତ୍ତ୍ୱେ ଭାରତର ଆଶା ଶେଷ ହୋଇନାହିଁ। ଭାରତ ଆହୁରି ତିନୋଟି ମ୍ୟାଚ୍ ଖେଳିବ। ମଙ୍ଗଳବାର ସକାଳ ସାଢ଼େ ୬ଟାରେ ଭାରତ ସ୍ପେନକୁ ଭେଟିବ। ଏହା ପରେ ଜାପାନ ଓ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍ ଖେଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/hockey-ind-vs-aus.jpg)