Advertisment

କାଲି କ୍ୱାର୍ଟର୍ ଲଢ଼େଇ, ଭାରତ ଆଗରେ ବେଲଜିୟମ ଚ୍ୟାଲେଞ୍ଜ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ପୁରୁଷ ଜୁନିୟର ବିଶ୍ୱକପ ହକିର କ୍ୱାର୍ଟର୍ ଫାଇନାଲ୍ ମୁକାବିଲା ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧ ତାରିଖରେ ଖେଳାଯିବ। ବୁଧବାର ୪ଟି ଯାକ କ୍ୱାର୍ଟର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ମୁକାବିଲାର ବିଜେତା ଟିମ୍ ଅନ୍ତିମ-୪ ବା ସେମିଫାଇନାଲରେ ସ୍ଥାନ ପକ୍କା କରିବେ। ଆସନ୍ତାକାଲି ପ୍ରଥମ କ୍ୱାର୍ଟର୍ ଫାଇନାଲ୍ ଜମାର୍ନୀ ଓ ସ୍ପେନ୍, ଦ୍ୱିତୀୟ କ୍ୱାର୍ଟର୍ ନେଦରଲ୍ୟାଣ୍ଡସ୍ ଓ ଆର୍ଜେଣ୍ଟିନା, ତୃତୀୟ କ୍ୱାର୍ଟର୍ ଫ୍ରାନ୍ସ ଓ ମାଲେସିଆ […]

ଅଦ୍ୟତନ ହୋଇଛି
କାଲି କ୍ୱାର୍ଟର୍ ଲଢ଼େଇ, ଭାରତ ଆଗରେ ବେଲଜିୟମ ଚ୍ୟାଲେଞ୍ଜ

ind-vs-bel

Advertisment

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ପୁରୁଷ ଜୁନିୟର ବିଶ୍ୱକପ ହକିର କ୍ୱାର୍ଟର୍ ଫାଇନାଲ୍ ମୁକାବିଲା ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧ ତାରିଖରେ ଖେଳାଯିବ। ବୁଧବାର ୪ଟି ଯାକ କ୍ୱାର୍ଟର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ମୁକାବିଲାର ବିଜେତା ଟିମ୍ ଅନ୍ତିମ-୪ ବା ସେମିଫାଇନାଲରେ ସ୍ଥାନ ପକ୍କା କରିବେ।

Advertisment

ଆସନ୍ତାକାଲି ପ୍ରଥମ କ୍ୱାର୍ଟର୍ ଫାଇନାଲ୍ ଜମାର୍ନୀ ଓ ସ୍ପେନ୍, ଦ୍ୱିତୀୟ କ୍ୱାର୍ଟର୍ ନେଦରଲ୍ୟାଣ୍ଡସ୍ ଓ ଆର୍ଜେଣ୍ଟିନା, ତୃତୀୟ କ୍ୱାର୍ଟର୍ ଫ୍ରାନ୍ସ ଓ ମାଲେସିଆ ଓ ଚତୁର୍ଥ ତଥା ଶେଷ କ୍ୱାର୍ଟର୍ ଫାଇନାଲ୍ ବେଲଜିୟମ ଓ ଆୟୋଜକ ଭାରତ ମଧ୍ୟରେ ଖେଳାଯିବ। ଶକ୍ତିଶାଳୀ ବେଲଜିୟମ ଓ ଭାରତର ମୁକାବିଲା ସନ୍ଧ୍ୟା ସାଢ଼େ ୭ଟାରେ ଅନୁଷ୍ଠିତ ହେବ।

ଏ ସମସ୍ତ କ୍ୱାର୍ଟର ଫାଇନାଲ୍ ମଧ୍ୟରୁ ସମସ୍ତଙ୍କ ନଜର ଭାରତ ଓ ବେଲଜିୟମ ଉପରେ ରହିଛି। ଜୁନିୟର ବିଶ୍ୱକପର ସେମି ଫାଇନାଲ୍ ଟିକେଟ ପାଇଁ ହେବ କଡା ଟକ୍କର। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆଗରେ ରହିଛି ଡିଫେଣ୍ଡିଂ ରନର୍ସଅପ ଟିମ୍ ବେଲଜିୟମ ଚ୍ୟାଲେଞ୍ଜ। ଲକ୍ଷ୍ନୌରେ ଅନୁଷ୍ଠିତ ୨୦୧୬ ଜୁନିୟର ବିଶ୍ୱକପ ଫାଇନାଲରେ ପରାଜୟର ପ୍ରତିଶୋଧ ବେଲଜିୟମ କଳିଙ୍ଗ ଷ୍ଟାଡିୟମରେ ନେବାକୁ ଲକ୍ଷ୍ୟ ରଖିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚରେ ଫ୍ରାନ୍ସ ଠାରୁ ୪-୫ ଗୋଲରେ ପରାସ୍ତ ହୋଇଥିଲା। ତେବେ କାନାଡ଼ା ଓ ପୋଲାଣ୍ଡ ବିପକ୍ଷରେ ସହଜ ବିଜୟ ହାସଲ କରି ପୁଲର ଦ୍ୱିତୀୟ ଦଳ ଭାବେ ଭାରତ କ୍ୱାର୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ସେପେଟ ୨ଟି ମ୍ୟାଚ ବିଜୟ ଏବଂ ଗୋଟିଏ ଡ୍ର’ ରଖି ପୁଲ-ଏ’ର ଶ୍ରେଷ୍ଠ ଦଳ ଭାବେ ବେଲଜିୟମ କ୍ୱାର୍ଟର ଫାଇନାଲ୍ ଟିକେଟ କାଟିଥିଲା।

Advertisment

publive-image

କ୍ୟାପଟେନ୍ ବିବେକ ସାଗରଙ୍କ ସମେତ ସଞ୍ଜୟ, ଉତ୍ତମ ସିଂ, ଆରାଇଜିତ ସିଂ ହୁଣ୍ଡାଲ, ଓଡ଼ିଆ ତାରକା ସୁଦୀପ ଚିରମାକୋଙ୍କ ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ ଭାରତକୁ ସେମିକୁ ନେବାରେ ସହାୟକ ହୋଇପାରେ। କ୍ୱାର୍ଟର ଫାଇନାଲ ମ୍ୟାଚକୁ ଦୃଷ୍ଟିରେ ରଖି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ କହିଛନ୍ତି ଯେ ଫ୍ରାନ୍ସ ବିପକ୍ଷ ଲିଗ ମ୍ୟାଚରେ ଭାରତ ଯେଉଁ ଭୁଲ କରିଥିଲା, ସେହି ଭୁଲ ବେଲଜିୟମ ବିପକ୍ଷରେ ନକରି ଡିଫେନ୍ସ ସାଙ୍ଗକୁ ଆରମ୍ଭରୁ ଚାପରେ ରଖିଲେ ଟିମ ଜିତିବା ଆଶା ବଢିବ। ଏଥିସହିତ ଟୋକିଆ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ପୂର୍ବତନ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା କହିଛନ୍ତି ଯେ ବେଲଜିୟମ ବିପକ୍ଷରେ ଭାରତକୁ ତୁରନ୍ତ ଫିଲ୍ଡ ଗୋଲ ସହ ମିଳୁଥିବା ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଚାପରେ ରଖିବାକୁ ପଡିବ।

ସେପେଟ ଇଣ୍ଡିଆର ଡିଫେନ୍ସକୁ ଭେଦ କରିବାକୁ ବେଲଜିୟମ ଟିମ୍ ପୂରା ପ୍ରସ୍ତୁତ। ଷ୍ଟ୍ରାଇକର ନେଲସନ ଓନାନା, ଥିବ୍ୟୁ ଷ୍ଟକବ୍ରୋଏକ୍ସ ଏବଂ ଲୁକାସ ପୁଟର୍ସ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରନ୍ତି। ଏହି ଖେଳାଳିଙ୍କ ଦମଦାର ପ୍ରଦର୍ଶନ ବଳରେ ବେଲଜିୟମ କ୍ୱାର୍ଟର ଫାଇନାଲ୍ ପ୍ରବେଶ କରିଛି। ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ସିନିୟର ପୁରୁଷ ବିଶ୍ୱକପ ହକିରେ ବେଲଜିୟମ ଟାଇଟଲ ଜିଣିଥିଲା। ସେହିପରି ଜୁନିୟର ବିଶ୍ୱକପରେ ବେଲଜିୟମ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ତାଜ ପିନ୍ଧିବା ଚକ୍କରରେ ରହିବ।

publive-image

୨୦୧୩ ଠାରୁ ଆଜି ଯାଏଁ ଜୁନିୟର ସ୍ତରରେ ଭାରତ ଓ ବେଲଜିୟମ ମଧ୍ୟରେ ହୋଇଥିବା ୨୪ଟି ମୁକାବିଲା ମଧ୍ୟରେ ବେଲଜିୟମର ପଲ୍ଲା ଭାରି ରହିଛି। ଭାରତ ୮ଟି ମ୍ୟାଚ୍ ଜିଣିଥିବା ବେଳେ ୧୪ଟି ମ୍ୟାଚ ଜିତିଛି ବେଲଜିୟମ। ଆଉ ୨ଟି ମ୍ୟାଚ ଡ୍ର ରହିଛି। ଭାରତୀୟ ଖେଳାଳିମାନେ ବେଲଜିୟମ ବିପକ୍ଷରେ ଆଗ୍ରେସିଭ୍ ହୋଇ ଯେମିତି ଗ୍ରୀନ କାର୍ଡ ନ ପାଆନ୍ତି ଏବଂ ୧୦ ଜଣରେ ମ୍ୟାଚ୍ ନ ଖେଳନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ବରିଷ୍ଠ କ୍ରୀଡ଼ା ସମୀକ୍ଷକ ସମ୍ବିତ ମହାପତ୍ର କହିଛନ୍ତି।

ପ୍ରଥମ କ୍ୱାର୍ଟର ଫାଇନାଲ୍ ଜର୍ମାନୀ-ସ୍ପେନ ମଧ୍ୟରେ ପ୍ରଥମ କ୍ୱାର୍ଟର ଫାଇନାଲ୍ ସକାଳ ସାଢେ ୧୦ଟାରେ ଖେଳାଯିବ। ସେହିପରି ଦ୍ୱିତୀୟ କ୍ୱାର୍ଟର ସାଢେ ୧ଟାରେ ନେଦରଲ୍ୟାଣ୍ଡସ ଓ ଆର୍ଜେଣ୍ଟିନା ମଧ୍ୟରେ ଟକ୍କର ହେବ। ତୃତୀୟ କ୍ୱାର୍ଟର ସାଢେ ୪ଟାରେ ଫ୍ରାନ୍ସ ଓ ମାଲେସିଆ ଏବଂ ସନ୍ଧ୍ୟା ସାଢେ ୭ଟାରେ ଭାରତ ଓ ବେଲଜିୟମ ମଧ୍ୟରେ କ୍ୱାର୍ଟର ଫାଇନାଲ୍ ଖେଳାଯିବ।

Hockey Men's Junior World Cup Bhubaneswar 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe