Advertisment

ଏସିଆ କପ ହକି: ବୀରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ଟିମ୍‌ ଜିତିଲା ବ୍ରୋଞ୍ଜ ପଦକ

ଜାକର୍ତ୍ତା: ଏସିଆ କପ ହକିରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି ଭାରତ। ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାପ୍ଟେନ୍ସିରେ ଖେଳୁଥିବା ଭାରତୀୟ ହକି ଟିମ୍‌ ଜାପାନକୁ ୧-୦ ଗୋଲରେ ପରାସ୍ତ କରି କାଂସ୍ୟ ପଦକ ଜିତିଛି। ଅଳ୍ପକେ ଫାଇନାଲରୁ ବର୍ତ୍ତିଥିବା ଭାରତୀୟ ହକି ଟିମ୍‌ ଆଜିର କ୍ଲାସିଫିକେସନ ମ୍ୟାଚ୍‌ରେ କୌଣସି ପ୍ରକାରର ଭୁଲ କରି ନଥିଲା। ଆରମ୍ଭରୁ ହିଁ ଦଳ ଦମଦାର ପ୍ରଦର୍ଶନ କରି ପ୍ରଥମ କ୍ୱାର୍ଟର୍‌ରେ ଲିଡ୍ ହାସଲ କରିଥିଲା। ଭାରତ ପକ୍ଷରୁ ଯୁବ […]

ଅଦ୍ୟତନ ହୋଇଛି
ଏସିଆ କପ ହକି: ବୀରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ଟିମ୍‌ ଜିତିଲା ବ୍ରୋଞ୍ଜ ପଦକ

asia-Cup

Advertisment

ଜାକର୍ତ୍ତା: ଏସିଆ କପ ହକିରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି ଭାରତ। ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାପ୍ଟେନ୍ସିରେ ଖେଳୁଥିବା ଭାରତୀୟ ହକି ଟିମ୍‌ ଜାପାନକୁ ୧-୦ ଗୋଲରେ ପରାସ୍ତ କରି କାଂସ୍ୟ ପଦକ ଜିତିଛି। ଅଳ୍ପକେ ଫାଇନାଲରୁ ବର୍ତ୍ତିଥିବା ଭାରତୀୟ ହକି ଟିମ୍‌ ଆଜିର କ୍ଲାସିଫିକେସନ ମ୍ୟାଚ୍‌ରେ କୌଣସି ପ୍ରକାରର ଭୁଲ କରି ନଥିଲା।

Advertisment

ଆରମ୍ଭରୁ ହିଁ ଦଳ ଦମଦାର ପ୍ରଦର୍ଶନ କରି ପ୍ରଥମ କ୍ୱାର୍ଟର୍‌ରେ ଲିଡ୍ ହାସଲ କରିଥିଲା। ଭାରତ ପକ୍ଷରୁ ଯୁବ ତାରକା ରାଜ କୁମାର ପାଲ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ଏହାପରେ ଜାପାନା ବାରମ୍ବାର ଆଟାକ କରିଥିଲେ ହେଁ କୌଣସି ସଫଳତା ମିଳି ନଥିଲା। ଜାପାନକୁ ପୂରା ମ୍ୟାଚ୍‌ରେ ୭ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଟିଏରେ ବି ସଫଳତା ପାଇ ନଥିଲା। ଏପରି କି ଶେଷ ମିନିଟ୍‌ରେ ଭାରତ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଏହି ସମୟରେ ଜାପାନ ଗୋଲ କରିବାକୁ ଚେଷ୍ଟା କରି ନଥିଲେ ମଧ୍ୟ ସୁଫଳ ମିଳି ନଥିଲା।

ଭାରତ ଗତଥର ଏସିଆ କପ୍‌ରେ ଚାମ୍ପିୟନ ହୋଇଥିଲା। କିନ୍ତୁ ଏଥର ଦଳ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛି। ସେହିପରି ଭାରତ ଦ୍ୱିତୀୟ ଥର ପାଇଁ ଏସିଆ କପରେ ବ୍ରୋଞ୍ଜ ପଦକ ଜିତିଛି। ଆଜିର ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ ପାଇଁ ବୀରେନ୍ଦ୍ର ଲାକ୍ରା ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା। ଏହି ଟିମ୍‌ରେ ଲାକ୍ରା ଥିଲେ। ଏସିଆ କପ ସ୍କ୍ୱାଡରେ ଲାକ୍ରା ଓ ସମିରନଜୀତ ସିଂହଙ୍କୁ ଛାଡ଼ି ଦେଲେ ୧୨ ଜଣ ଡେବ୍ୟୁଟାଣ୍ଟ ସାମିଲ ହୋଇଥିଲେ। ଏହା ସତ୍ତ୍ୱେ ଭାରତ ବ୍ରୋଞ୍ଜ ପଦକ ଜିତିବା ହକି ଟିମ୍‌ ପାଇଁ ଭଲ ସଙ୍କେତ।

Advertisment

ଅଧିନାୟକ ବୀରେନ୍ଦ୍ର ଲାକ୍ରା କହିଛନ୍ତି, “ତୃତୀୟ ସ୍ଥାନର ମ୍ୟାଚ୍‌ ପାଇଁ ନିଜକୁ ପ୍ରସ୍ତୁତ କରିବା ବହୁତ କଷ୍ଟକର ଥିଲା। କାରଣ ଗତକାଲି ଆମେ ମ୍ୟାଚ୍‌ ଡ୍ର ରଖି ମଧ୍ୟ ଫାଇନାଲରେ ପହଞ୍ଚି ପାରି ନଥିଲୁ। ସବୁ ଖେଳାଳି ଏଥିଯୋଗୁ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଆମେ କୋଚମାନେ ଆମକୁ ଏହି ମ୍ୟାଚ୍‌ ପାଇଁ ପ୍ରେରଣା ଯୋଗାଇଥିଲେ। ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ଆମେ ଜାପାନ ଠାରୁ ହାରିଥିଲୁ। ଉକ୍ତ ମ୍ୟାଚ୍‌ର ଭିଡିଓ ଦେଖି ଖେଳାଳିମାନେ ନିଜକୁ ପ୍ରସ୍ତୁତ କରିଥିଲେ। ମୁଁ ଆଜି ବହୁତ ଗର୍ବିତ। ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିବା ସହ ନିଜର ଭୁଲକୁ ତୁରନ୍ତ ସୁଧାରି ପାରିଛନ୍ତି।”

ସୁପର ୪ରେ ଭାରତ, ମାଲେସିୟା ଓ କୋରିଆ ସମାନ ୫ ପଏଣ୍ଟ ଲେଖାଏ ପାଇଥିଲେ। ହେଲେ ଗୋଲ ବ୍ୟବଧାନ ଯୋଗୁ ଭାରତ ଫାଇନାଲ ଟିକେଟ ହାସଲ କରିପାରି ନଥିଲା। ଭାରତ ପ୍ରତିପକ୍ଷ ଜାପାନ ସହ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍‌ ଖେଳିଥିବା ବେଳେ ଟ୍ରଫି ପାଇଁ ମାଲେସିୟା ଓ କୋରିଆ ଲଢ଼େଇ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe