Advertisment

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଚାରି ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଛି ପଦକ। ୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି। ଜର୍ମାନୀକୁ ୫-୪ରେ ପରାସ୍ତ କରି ଏହି ପଦକ ହାସଲ କରିଛି ଭାରତୀୟ ଦଳ। ଏହି ଐତିହାସିକ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। […]

ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ

Indian Hockey Team

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଚାରି ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଛି ପଦକ। ୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି। ଜର୍ମାନୀକୁ ୫-୪ରେ ପରାସ୍ତ କରି ଏହି ପଦକ ହାସଲ କରିଛି ଭାରତୀୟ ଦଳ। ଏହି ଐତିହାସିକ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

Advertisment

ଭାରତ ପକ୍ଷରୁ ଆଜି ସିମରନଜୀତ୍ ସିଂହ (୧୭ଶ, ୩୪ତମ ମିନିଟ୍‌ରେ) ଦୁଇଟି ଗୋଲ କରିଥିବା ବେଳେ ହାର୍ଦ୍ଦିକ ସିଂହ (୨୭ତମ ମିନିଟ୍‌), ହରମନପ୍ରୀତ୍ ସିଂହ (୨୯ତମ ମିନିଟ୍‌) ଓ ରୁପିନ୍ଦର ପଲ୍‌ (୩୧ତମ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟ୍‌ରେ ଜର୍ମାନୀ ଦେଇଥିଲା ପ୍ରଥମ ଗୋଲ୍‌। ଏହା ପରେ ଜର୍ମାନୀ ୪ଟି ପେନାଲ୍‌ଟି କର୍ଣ୍ଣର ମଧ୍ୟ ପାଇଥିଲା। ତେବେ ସେଗୁଡ଼ିକୁ ଗୋଲରେ ପରିଣତ କରିପାରି ନଥିଲା। ଭାରତ ପକ୍ଷରୁ ବି କୌଣସି ଗୋଲ୍ ହୋଇ ନଥିଲା। ଫଳରେ ପ୍ରଥମ କ୍ୱାର୍ଟରରେ ଭାରତ ୦-୧ରେ ପଛୁଆ ରହିଥିଲା।

Advertisment

ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଜର୍ମାନୀ ଉପରେ ଏକ ଗୋଲ୍ ଦେଇଥିଲା ଭାରତ। ସିମରନଜୀନ ସିଂହ ଏହି ଗୋଲ୍‌ଟି ଦେଇଥିଲେ। ଆଉ ଏହା ସହିତ ଦୁଇ ଦଳ ବରାବର ସ୍ଥିତିରେ ପହଞ୍ଚି ଯାଇଥିଲେ। କିନ୍ତୁ ଏହା ପରେ ଜର୍ମାନୀ ଦୁଇଟି ଗୋଲ ଦେଇଥିଲା ଏବଂ ୩-୧ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ଭାରତ ଆଉ ଦୁଇଟି ଗୋଲ୍‌ ଦେବାରେ ସଫଳ ହୋଇଥିଲା। ଦୁଇ ମିନିଟ୍ ବ୍ୟବଧାନରେ ଏହି ଦୁଇଟି ଗୋଲ୍ ହୋଇଥିଲା।  ହାର୍ଦ୍ଦିକ ସିଂହ ଓ ହରମନପ୍ରୀତ୍ ସିଂହ ଏହି ଦୁଇଟି ଗୋଲ୍ ଦେଇଥିଲେ। ଆଉ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦୁଇ ଦଳ ୩-୩ରେ ରହିଥିଲେ।

ତୃତୀୟ କ୍ୱାର୍ଟରରେ ଭାରତର ଦବଦବା ଦେଖିବାକୁ ମିଳିଥିଲା। ଏହି କ୍ୱାର୍ଟରରେ ରୁପିନ୍ଦର ପଲ୍ ପ୍ରଥମେ ଏକ ଗୋଲ୍ ଦେଇଥିଲେ। ସେ ଏକ ପେନାଲ୍‌ଟି ଷ୍ଟ୍ରୋକ୍‌କୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ। ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା। ଏହାର ୩ ମିନିଟ୍‌ ପରେ ଦଳ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ସିମରନଜୀତ୍ ସିଂହ ଏହି ଗୋଲ୍‌ଟି ଦେଇଥିଲେ ଓ ଏହା ଥିଲା ଏହି ମ୍ୟାଚ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍‌। ଏହା ସହିତ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦଳ ୫-୩ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍‌ରେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଓ ମ୍ୟାଚ୍‌କୁ ୪-୫ ସ୍ଥିତିକୁ ନେଇଯାଇଥିଲା। କିନ୍ତୁ ତା’ପରେ ଆଉ ଗୋଲ୍ କରିବାକୁ ସଫଳ ହୋଇନଥିଲା ଜର୍ମାନୀ। ଭାରତ ପକ୍ଷରୁ ବି ଏହି କ୍ୱାର୍ଟରରେ ଆଉ କୌଣସି ଗୋଲ୍ ହୋଇ ନଥିଲା। ଖେଳ ଶେଷ ହେବାକୁ ଆଉ ୬.୮ ସେକେଣ୍ଡ ଥିବା ବେଳେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଏହାକୁ ଗୋଲ୍‌ରେ ପରିଣତ କରିପାରି ନଥିଲା।  ଆଉ ଶେଷରେ ଭାରତୀୟ ଦଳ ବିଜୟୀ ହୋଇଥିଲା।

କେବଳ ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମଠୁ ହାରିଲା

ଚଳିତ ଅଲିମ୍ପିକ୍ସର ପୁଲ୍‌ ଏ’ରେ ଥିଲା ଭାରତୀୟ ଦଳ। ପୁଲ୍‌ ସ୍ତରରେ ୫ଟି ମ୍ୟାଚ୍ ଖେଳି ଦଳ ୪ଟିରେ ଜିତିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଦଳ ୭-୧ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲେ ହେଁ ଏହାର ମନୋବଳ ହ୍ରାସ ପାଇ ନଥିଲା। ଦଳ ପରବର୍ତ୍ତୀ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଥିଲା। କ୍ୱାର୍ଟର ଫାଇନାଲ୍‌ରେ ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ ରେ ପରାସ୍ତ କରି ୪୯ ବର୍ଷ ପରେ ଅଲିମ୍ପିକ୍ସରେ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଥିଲା। ତେବେ ସେମି ଫାଇନାଲ୍‌ରେ ବେଲଜିୟମ ଠାରୁ ୨-୫ରେ ହାରିଯାଇଥିଲା। ଫଳରେ ଅଲିମ୍ପିକ୍ସରେ ଦଳର ୯ମ ସ୍ୱର୍ଣ୍ଣ ପଦକ ଆଶା ପୂରଣ ହୋଇପାରି ନଥିଲା। ଏହା ପରେ ଆଜି ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ଦଳ ଜର୍ମାନୀକୁ ପରାସ୍ତ କରିଛି।

ଅଲିମ୍ପିକ୍ସରେ ତୃତୀୟ ବ୍ରୋଞ୍ଜ ପଦକ

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏଯାବତ୍‌ ମୋଟ ୧୨ଟି ପଦକ ପାଇଛି। ସେଥିମଧ୍ୟରେ ରହିଛି ୮ଟି ସ୍ୱର୍ଣ୍ଣ ପଦକ। ଦଳ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୬୦ ଅଲିମ୍ପିକ୍ସରେ ଦଳ ରୌପ୍ୟ ପଦକ ଜିତିଥିଲା। ୧୯୬୮ ଓ ୧୯୭୨ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe