Advertisment

ସ୍ପେନ୍ ଓ ଜର୍ମାନୀ ଚ୍ୟାଲେଞ୍ଜ ପାଇଁ କଳିଙ୍ଗରେ ମହିଳା ଟିମର ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଜୁଲାଇ ମାସରେ ଆୟୋଜିତ ହେବ ମହିଳା ହକି ବିଶ୍ୱକପ୍। ଏହା ପୂର୍ବରୁ ଭାରତୀୟ ମହିଳା ହକି ଟିମ୍ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ-ଲିଗ୍ ଖେଳିବାକୁ ପହଞ୍ଚିଛନ୍ତି। ପ୍ରଥମଥର ପ୍ରୋ-ଲିଗ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ମହିଳା ଟିମ୍ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି। ପ୍ରୋ-ଲିଗରେ ଭାରତୀୟ ମହିଳା ହକି ଟିମ୍ ତା’ର ପ୍ରଥମ ଦୁଇଟି ମ୍ୟାଚରେ ଚାଇନାକୁ ହରାଇ ସାରିଛି। ହେଲେ କଳିଙ୍ଗରେ ଘରୋଇ […]

ସ୍ପେନ୍ ଓ ଜର୍ମାନୀ ଚ୍ୟାଲେଞ୍ଜ ପାଇଁ କଳିଙ୍ଗରେ ମହିଳା ଟିମର ଜୋରଦାର ପ୍ରସ୍ତୁତି

hockey

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଜୁଲାଇ ମାସରେ ଆୟୋଜିତ ହେବ ମହିଳା ହକି ବିଶ୍ୱକପ୍। ଏହା ପୂର୍ବରୁ ଭାରତୀୟ ମହିଳା ହକି ଟିମ୍ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ-ଲିଗ୍ ଖେଳିବାକୁ ପହଞ୍ଚିଛନ୍ତି। ପ୍ରଥମଥର ପ୍ରୋ-ଲିଗ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ମହିଳା ଟିମ୍ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି।

Advertisment

ପ୍ରୋ-ଲିଗରେ ଭାରତୀୟ ମହିଳା ହକି ଟିମ୍ ତା’ର ପ୍ରଥମ ଦୁଇଟି ମ୍ୟାଚରେ ଚାଇନାକୁ ହରାଇ ସାରିଛି। ହେଲେ କଳିଙ୍ଗରେ ଘରୋଇ ଟିମ୍ ଶକ୍ତିଶାଳୀ ନେଦରଲ୍ୟାଣ୍ଡକୁ ଆସନ୍ତା ୧୯ ତାରିଖରେ ଭେଟିବାର ଥିଲା। ହେଲେ ଏହି ମ୍ୟାଚକୁ ସ୍ଥଗିତ କରିଦିଆଯାଇଛି। ଫଳରେ ଭାରତ ପରବର୍ତ୍ତୀ ମ୍ୟାଚରେ ସ୍ପେନକୁ ଯଥାକ୍ରମେ ୨୬ ଓ ୨୭ ତାରିଖରେ ଭେଟିବ। ଏହି ମ୍ୟାଚ୍ ଭାରତୀୟ ମହିଳା ହକି ଟିମ୍ ପୂରା ପ୍ରସ୍ତୁତ ଥିବା କହିଛନ୍ତି କ୍ୟାପଟେନ୍ ରାନୀ ରାମପଲ୍।

ରାନୀ କହିଛନ୍ତି, ଆମେ ଏଠାରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟିମ୍ ସହ ଖେଳିବାକୁ ଯାଉଛୁ। ଭଲ ଟିମ୍ ସହ ଖେଳିଲେ, ପ୍ରଦର୍ଶନରେ ଉନ୍ନତି ଆସିବ। ଗତବର୍ଷ ଅଲିମ୍ପିକ୍ସରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ତେବେ ଗତମାସରେ ଏସିଆ କପରେ ଆମେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲୁ। ହେଲେ ଏହି ଟୁର୍ଣ୍ଣାମେଣ୍ଟରୁ ଆମେ ବହୁତ କିଛି ଶିଖିବାକୁ ପାଇଛୁ।

Advertisment

ଓଡ଼ିଶାର ହକି ଖେଳାଳିଙ୍କୁ ନେଇ ରାନୀ କହିଛନ୍ତି, ଓଡ଼ିଶାକୁ ହକିର ହବ୍ କୁହାଯାଉଛି। ଏଠାକାର ସରକାର ହକିକୁ ବହୁତ ସମର୍ଥନ କରୁଛନ୍ତି। ଯେଉଁ କାରଣରୁ ଏଠାକାର ଖେଳାଳି କଠିନ ପରିଶ୍ରମ କରୁଛନ୍ତି। ଓଡ଼ିଶା ଖେଳାଳିମାନେ ମଧ୍ୟ ଜାତୀୟ ଦଳ ପାଇଁ ସର୍ବଦା ପ୍ରମୁଖ ଭୂମିକା ବହନ କରିଆସିଛନ୍ତି।

ସେହିପରି ଓଡ଼ିଆ ତାରକା ଦୀପ୍ ଗ୍ରେସ ଏକ୍କା କହିଛନ୍ତି, ଟୋକିଓରେ ଆମେ ଯେଉଁଭଳି ପ୍ରଦର୍ଶନ କରିଥିଲୁ। ତାକୁ ଆମେ ଜାରି ରଖିଛୁ। ଆମେ ଛୋଟ ଛୋଟ ଭୁଲକୁ ଶିଖୁଛୁ। ନେଦରଲ୍ୟାଣ୍ଡ ବିପକ୍ଷରେ ବହୁତ ଇଚ୍ଛା ଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ଆଗକୁ ସ୍ପେନ୍ ଓ ଜର୍ମାନୀ ଟିମ୍ ଏଠାକୁ ଆସୁଛନ୍ତି ଏବଂ ସବୁ ଟିମକୁ ଟକ୍କର ଦେବା ପାଇଁ ଆମେ ପ୍ରସ୍ତୁତ ବୋଲି ଦୀପ ଗ୍ରେସ କହିଛନ୍ତି।

ଅନ୍ୟପକ୍ଷରେ ଅଲିମ୍ପିକ୍ସରେ ଦମଦାର ଗୋଲକିପିଂ କରିଥିବା ସବିତା ପୁନିଆ ମଧ୍ୟ ପ୍ରୋ-ଲିଗ୍ ମ୍ୟାଚକୁ ନେଇ ବେଶ ଆଶାବାଦୀ। ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଦଳକୁ ଜିତାଇବା ସହ ଆଗାମୀ ବିଶ୍ୱକପ ପାଇଁ ଭଲ ପ୍ରସ୍ତୁତି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେପଟେ ଦଳରେ ଥିବା ଛୋଟ ଛୋଟ ଭୁଲକୁ ସୁଧାରି ଖେଳାଳିଙ୍କୁ ନୂଆ ଟେକନିକର ପ୍ରଶିକ୍ଷଣ ଦେଉଛନ୍ତି ଟିମର କୋଚ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe