Hockey
ଟୋକିଓ: ଅଲିମ୍ପିକ୍ସ ୨୦୨୦ର ପ୍ରଥମ ଦିନରେ ପୁରଷ ଟିମ୍ କମାଲ କରିଥିଲେ ହେଁ ଭାରତୀୟ ମହିଳା ହକି ଟିମ୍ ଆରମ୍ଭରୁ ଝୁଣ୍ଟିଛି। ଆଜି ଅଲିମ୍ପିକ୍ସର ପ୍ରଥମ ମ୍ୟାଚ୍ରେ ମହିଳା ଟିମ୍ ନେଦରଲ୍ୟାଣ୍ଡ୍ସକୁ ଭେଟିଥିଲା। ହେଲେ ରାଣୀ ରାମପଲଙ୍କ ଭାରତୀୟ ଟିମ୍ ଏକତରଫା ଭାବେ ପରାସ୍ତ ହୋଇଛି।
ଘନଘନ ଆକ୍ରମଣ କରି ନେଦରଲ୍ୟାଣ୍ଡ୍ସ ୫ଟି ଗୋଲ ସ୍କୋର କରିଥିବା ବେଳେ ଭାରତୀୟ ମହିଳା ଟିମ୍ କେବଳ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଛି।
/odisha-reporter/media/post_attachments/hockey/article35509719.ece/alternates/FREE_355/Felice-Albers.jpeg)
ବିଶେଷ କରି ସେକେଣ୍ଡ ହାଫରେ ନେଦରଲ୍ୟାଣ୍ଡ୍ସର ଖେଳାଳିମାନେ ଭାରତକୁ ଗୋଲ ସ୍କୋର କରିବାକୁ କୌଣସି ସୁଯୋଗ ଦେଇ ନଥିଲେ। ଏପରି କି ବଲ ପାଇବାକୁ ଭାରତୀୟ ଦଳର ଖେଳାଳିମାନେ ପୂରା ପଡ଼ିଆରେ ସଂଘର୍ଷ କରିଥିଲେ।
ମ୍ୟାଚ୍ ଆରମ୍ଭରୁ ନେଦରଲ୍ୟାଣ୍ଡ୍ସ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ମ୍ୟାଚର ୯ମ ମିନିଟରେ ଦଳ ପକ୍ଷରୁ ଫେଲିସେ ଅଲବେର୍ସ ଗୋଲ ସ୍କୋର କରି ନେଦରଲ୍ୟାଣ୍ଡ୍ସକୁ ୧-୦ରେ ଆଗୁଆ କରି ଦେଇଥିଲେ। ଏହାର କିଛି ମିନିଟ୍ ମଧ୍ୟରେ ଭାରତ କାଉଣ୍ଟର ଆଟାକ କରି ସ୍ଥିତି ୧-୧ କରି ଦେଇଥିଲା। ଭାରତ ପକ୍ଷରୁ ଅଧିନାୟକ ରାଣୀ ରାମପଲ ହିଁ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର ୧-୧ରେ ସରିଥିଲା।
ଦ୍ୱିତୀୟ କ୍ୱାର୍ଟର୍ରେ ଉଭୟ ଦଳ ପାଇଁ ଏକାଧିକ ସୁଯୋଗ ସୃଷ୍ଟି ହୋଇଥିଲେ ହେଁ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ତଥାପି ଏହି କ୍ୱାର୍ଟର୍ରେ ଭାରତ ଅପେକ୍ଷା ନେଦରଲ୍ୟାଣ୍ଡ୍ସ ଭଲ ପ୍ରଦର୍ଶନ କରିଥିଲା।
ହାଫ ଟାଇମ ପରେ ସ୍ଥିତି ପୂରା ବଦଳି ଯାଇଥିଲା। ପୂର୍ବରୁ ସାମାନ୍ୟ ଡିଫେନସିଭ ଖେଳ ଖେଳୁଥିବା ନେଦରଲ୍ୟାଣ୍ଡ୍ସ ହଠାତ୍ ଆଟାକିଂ ମୁଡକୁ ଚାଲି ଆସିଥିଲା। ଭାରତୀୟ ସୁରକ୍ଷାବଳୟ ଭେଦ କରି ଘନଘନ ଆକ୍ରମଣ କରିଥିଲା। ପ୍ରଥମଥରୁ ଗୋଲ କିପର ସବିତା କିଛି ଶଟ୍କୁ ଅଟକାଇ ଦେଇଥିଲେ।
/odisha-reporter/media/post_attachments/2021-07/tv7le34_indian-womens-hockey-twitter_625x300_24_July_21.jpg)
ହେଲେ ୪୧ ତମ ମିନିଟ୍ରେ ନେଦରଲ୍ୟାଣ୍ଡ୍ସକୁ ମିଳିଥିବା ପେନାଲ୍ଟି ଶଟ୍କୁ ଭାନ ଜେଫୀନ ଗୋଲରେ ପରିଣତ କରି ସ୍ଥିତି ୨-୧ କରି ଦେଇଥିଲେ। ଏହାପରେ ଫେଲିସେ ଅଲବେର୍ସ ଓ ଫେଡ୍ରିକ ମଟଲା ଗୋଲ ସ୍କୋର କରି ସ୍ଥିତିକୁ ୪-୧ କରି ଦେଇଥିଲେ। ତୃତୀୟ କ୍ୱାର୍ଟର୍ରେ ନେଦରଲ୍ୟାଣ୍ଡ୍ସ ୩ଟି ଗୋଲ ସ୍କୋର କରିଥିଲା।
୪ର୍ଥ କ୍ୱାର୍ଟର୍ରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ କାଉଣ୍ଟର ଆଟାକ କରିଥିଲେ ହେଁ ଏହାକୁ ନେଦରଲ୍ୟାଣ୍ଡ୍ସ ଭଣ୍ଡୁର କରି ଦେଇଥିଲା। ବରଂ ଦଳ ୫୩ତମ ମିନିଟ୍ରେ ଗୋଲ ସ୍କୋର କରି ବ୍ୟବଧାନକୁ ୫-୧ କରି ଦେଇଥିଲା। କାଇଆ ଭାନ ମାସ୍କେର ଏହି ଗୋଲ ଦେଇଥିଲେ।
ଶେଷ ୭ ମିନିଟ୍ରେ ଭାରତ ଗୋଲ ସ୍କୋର କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ଆଉ ସମ୍ଭବ ହୋଇ ନଥିଲା। ଶେଷରେ ଭାରତୀୟ ଦଳ ୫-୧ରେ ମ୍ୟାଚ୍ ହାରିଥିଲା।
![]()
ଭାରତୀୟ ଦଳ ପକ୍ଷରୁ ଆଜି ଷ୍ଟାର୍ଟିଂ ୧୧ରେ ଓଡ଼ିଶାର ଦୀପଗ୍ରେସ ଏକ୍କା ରହିଥିଲେ ହେଁ ସେ କୌଣସି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/Hockey.jpg)