Advertisment

ଆଉ ନାହାନ୍ତି ସ୍ୱାଧୀନ ଭାରତର ଅଲିମ୍ପିକ୍ ଚାମ୍ପିୟନ୍ କେଶବ ଦତ୍ତ

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ମହାନ୍ ଖେଳାଳି ତଥା ଅଲିମ୍ପିଆନ୍ କେଶବ ଚନ୍ଦ୍ର ଦତ୍ତଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। କେଶବ ଦତ୍ତ ସ୍ୱାଧୀନ ପରେ ୧୯୪୮ରେ ଭାରତକୁ ମିଳିଥିବା ଐତିହାସିକ ବିଜୟର ସଦସ୍ୟ ଥିଲେ, ଯେଉଁଥିରେ ଟିମ୍ ଲଣ୍ଡନର ୱେମ୍ବଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ଗ୍ରେଟ୍ ବ୍ରିଟେନକୁ ୪-୦ ଗୋଲରେ ହରାଇଥିଲା। ୧୯୪୮ ଅଲିମ୍ପିକ୍ ପୂର୍ବରୁ ଦତ୍ତ ୧୯୪୭ରେ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ପୂର୍ବ ଆଫ୍ରିକା ଗସ୍ତ କରିଥିଲେ। ୧୯୨୫ […]

author-image
Ranjit Kumar Jena
ଆଉ ନାହାନ୍ତି ସ୍ୱାଧୀନ ଭାରତର ଅଲିମ୍ପିକ୍ ଚାମ୍ପିୟନ୍ କେଶବ ଦତ୍ତ

keshab-dutta

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ମହାନ୍ ଖେଳାଳି ତଥା ଅଲିମ୍ପିଆନ୍ କେଶବ ଚନ୍ଦ୍ର ଦତ୍ତଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। କେଶବ ଦତ୍ତ ସ୍ୱାଧୀନ ପରେ ୧୯୪୮ରେ ଭାରତକୁ ମିଳିଥିବା ଐତିହାସିକ ବିଜୟର ସଦସ୍ୟ ଥିଲେ, ଯେଉଁଥିରେ ଟିମ୍ ଲଣ୍ଡନର ୱେମ୍ବଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ଗ୍ରେଟ୍ ବ୍ରିଟେନକୁ ୪-୦ ଗୋଲରେ ହରାଇଥିଲା। ୧୯୪୮ ଅଲିମ୍ପିକ୍ ପୂର୍ବରୁ ଦତ୍ତ ୧୯୪୭ରେ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ପୂର୍ବ ଆଫ୍ରିକା ଗସ୍ତ କରିଥିଲେ।

Advertisment

୧୯୨୫ ମସିହା, ୨୯ ଡିସେମ୍ବରରେ ଲାହୋର (ଏବେ ପାକିସ୍ତାନ)ରେ ଜନ୍ମିତ ଦତ୍ତ ୧୯୫୨ ହେଲସିଙ୍କି ଅଲିମ୍ପିକରେ ମଧ୍ୟ ଭାରତୀୟ ହକି ଟିମୀ ସଦସ୍ୟ ଥିଲେ, ଯେଉଁଠାରେ ଟିମ୍ ଫାଇନାଲରେ ନେଦରଲ୍ୟାଣ୍ଡକୁ ୬-୧ରେ ହରାଇ ଲଗାତର ପଞ୍ଚମଥର ଅଲିମ୍ପିକ୍ ଚାମ୍ପିୟନ୍ ହୋଇଥିଲା।

ଦତ୍ତ ୧୯୫୦ରେ କଲକତା (ଏବେ କୋଲକାତା) ଯିବା ପରେ ମୋହନ ବାଗାନ କ୍ଲବର ପ୍ରତିନିଧତ୍ୱ କରିଥିଲେ। ହକି ଇଣ୍ଡିଆର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନିଙ୍ଗୋମବାମ୍ ଦତ୍ତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ଦତ୍ତଙ୍କ ଦେହାନ୍ତରେ ବହୁତ ଦୁଃଖିତ। ସେ ୧୯୪୮ ଓ ୧୯୫୨ ଅଲିମ୍ପିକରେ ସାମିଲ୍ ଭାରତୀୟ ହକି ଟିମର ଏକମାତ୍ର ସଦସ୍ୟ ଜୀବିତ ଥିଲେ ଏବଂ ଏବେ ତାଙ୍କର ଯିବା ଦ୍ୱାରା ଏକ ଯୁଗର ଶେଷ ହୋଇଛି।

Advertisment

ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି, ଆମେ ସମସ୍ତେ ସ୍ୱାଧୀନତା ପରେ ଅଲିମ୍ପିକରେ ତାଙ୍କର ଅଦ୍ଭୁତ କାରନାମା ଶୁଣି ବଡ଼ ହୋଇଛୁ। ସେ ଦେଶର ଆଗାମୀ ହକି ଖେଳାଳିଙ୍କ ପାଇଁ ନିଶ୍ଚିତ ପ୍ରେରଣାସ୍ରୋତ ହେବେ। ହକି ଇଣ୍ଡିଆ ଏହି ଦୁଃଖଦ ଖବର ଶୁଣି ଅତ୍ୟନ୍ତ ମର୍ମାହତ ଏବଂ ମହାସଂଘ ପକ୍ଷରୁ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛୁ।