Advertisment

ବ୍ରୋଞ୍ଜ ପାଇଁ ଜର୍ମାନୀ ସହ ଲଢ଼ିବ ଭାରତ

ଟୋକିଓ: ଭାରତୀୟ ପୁରୁଷ ହକି ଟିମର ଫାଇନାଲ୍ ଖେଳିବା ଆଶା ଧୂଳିସାତ୍ ହୋଇଯାଇଛି। ମଙ୍ଗଳବାର ପୁରୁଷ ଟିମ୍ ସେମିଫାଇନାଲରେ ବେଲଜିୟମ ନିକଟରୁ ୨-୫ ଗୋଲରେ ହାରି ସ୍ୱର୍ଣ୍ଣ ପଦକ ମୁକାବିଲାରୁ ବଞ୍ଚିତ ହୋଇଛି। ଏହି ପରାଜୟ ସହ ୪୧ ବର୍ଷ ପରେ ଭାରତର ଅଲିମ୍ପିକ୍ସ ଫାଇନାଲ୍ ଖେଳିବା ସ୍ୱପ୍ନ ମଧ୍ୟ ଚୁରମାର୍ ହୋଇଯାଇଛି। ଏବେ ଭାରତ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ। ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତର ସାମ୍ନା ଜର୍ମାନୀ ସହ ହେବ। ଜର୍ମାନୀ ଟିମ୍ ସେମିଫାଇନାଲରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବ୍ରୋଞ୍ଜ ପାଇଁ ଜର୍ମାନୀ ସହ ଲଢ଼ିବ ଭାରତ

indian-hockey

ଟୋକିଓ: ଭାରତୀୟ ପୁରୁଷ ହକି ଟିମର ଫାଇନାଲ୍ ଖେଳିବା ଆଶା ଧୂଳିସାତ୍ ହୋଇଯାଇଛି। ମଙ୍ଗଳବାର ପୁରୁଷ ଟିମ୍ ସେମିଫାଇନାଲରେ ବେଲଜିୟମ ନିକଟରୁ ୨-୫ ଗୋଲରେ ହାରି ସ୍ୱର୍ଣ୍ଣ ପଦକ ମୁକାବିଲାରୁ ବଞ୍ଚିତ ହୋଇଛି। ଏହି ପରାଜୟ ସହ ୪୧ ବର୍ଷ ପରେ ଭାରତର ଅଲିମ୍ପିକ୍ସ ଫାଇନାଲ୍ ଖେଳିବା ସ୍ୱପ୍ନ ମଧ୍ୟ ଚୁରମାର୍ ହୋଇଯାଇଛି। ଏବେ ଭାରତ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ। ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତର ସାମ୍ନା ଜର୍ମାନୀ ସହ ହେବ। ଜର୍ମାନୀ ଟିମ୍ ସେମିଫାଇନାଲରେ ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ ଠାରୁ ୧-୩ରେ ଗୋଲରେ ପରାସ୍ତ ହୋଇଛି। ବିଜୟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଅଷ୍ଟ୍ରେଲିଆର ସାମ୍ନା ବେଲଜିୟମ ସହ ହେବ। ଉଭୟ ଫାଇନାଲ୍ ଓ ବ୍ରୋଞ୍ଜ ପଦକ ମ୍ୟାଚ୍ ଗୁରୁବାର ଖେଳାଯିବ।

Advertisment

ଅଲିମ୍ପିକ୍ସରେ ଭାରତର ରେକର୍ଡ ସବୁ ଦଳ ଅପେକ୍ଷା ଯଥେଷ୍ଟ ଉନ୍ନତ ରହିଛି। ଭାରତ ଅଲିମ୍ପିକ୍ସ ଇତିହାସରେ ୮ଥର ସ୍ୱର୍ଣ୍ଣ, ଥରେ ରୌପ୍ୟ ଏବଂ ଦୁଇଥର ବ୍ରୋଞ୍ଜ ପଦକ ଜିତିଛି। ଅନ୍ୟପକ୍ଷରେ ଜର୍ମାନୀ ଟିମ୍ ଅଲିମ୍ପିକ୍ସରେ ୪ଥର ସ୍ୱର୍ଣ୍ଣ, ତିନିଥର ରୌପ୍ୟ ଏବଂ ଚାରିଥର ବ୍ରୋଞ୍ଜ ପଦକ ଜିତିଛି। ଜର୍ମାନୀ ଟିମ୍ ଗତ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିଲା। ତା'ର ଏହାର ପୂର୍ବ ଦୁଇ ସଂସ୍କରଣ ଅର୍ଥାତ୍ ୨୦୦୮ ଓ ୨୦୧୨ ସଂସ୍କରଣରେ ଜର୍ମାନୀ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହି ଦୃଷ୍ଟିରୁ ଜର୍ମାନୀ ବିପକ୍ଷ ମୁକାବିଲା ଭାରତ ପାଇଁ କଷ୍ଟସାଧ୍ୟ ହୋଇପାରେ।

ଚଳିତ ଅଲିମ୍ପିକ୍ସରେ ଯଦି ଉଭୟ ଭାରତ ଓ ଜର୍ମାନୀ ଟିମର ପ୍ରଦର୍ଶନ ଉପରେ ନଜର ପକାଇବା, ତାହେଲେ ଭାରତ ସାମାନ୍ୟ ଆଗରେ ରହିଛି। ଜର୍ମାନୀ ଗ୍ରୁପ୍ ପର୍ଯ୍ୟାୟରେ ୫ଟି ମୁକାବିଲାରୁ ୩ଟିର ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା। କ୍ୱାର୍ଟର୍ ଫାଇନାଲରେ ଜର୍ମାନୀ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇ ସେମିଫାଇନାଲରେ ପହଞ୍ଚିଥିଲା।

Advertisment

ଅନ୍ୟପକ୍ଷରେ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ନିକଟରୁ ୧-୭ ଗୋଲରେ ହାରିବାକୁ ଛାଡ଼ି ଦେଲେ ଭାରତ ବାକି ସବୁ ମ୍ୟାଚରେ ଉଚ୍ଚକୋଟୀର ଖେଳ ଦେଖାଇଥିଲା। ଏହି କାରଣରୁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୪ ବିଜୟ ସହ ଦ୍ୱିତୀୟ ସ୍ଥାନରେ ନକଆଉଟକୁ ଉନ୍ନୀତ ହୋଇଥିଲା। କ୍ୱାର୍ଟର୍ ଫାଇନାଲରେ ଭାରତ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ୪୯ ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲା। ତେଣୁ ଚଳିତ ଅଲିମ୍ପିକ୍ସ ପ୍ରଦର୍ଶନ ଭିତ୍ତିରେ ଭାରତ ଜର୍ମାନୀଠାରୁ ସାମାନ୍ୟ ଆଗରେ ରହିଛି।