Advertisment

ଏଫଆଇଏଚ୍ ପୁରସ୍କାର ପୋଛି ନେଲା ଭାରତୀୟ ହକି ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମର ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ଷ୍ଟାର୍ ପୁରସ୍କାରରେ ମଧ୍ୟ ଦବଦବା ଦେଖିବାକୁ ମିଳିଛି। ଭାରତୀୟ ଖେଳାଳି ଓ କୋଚ୍ ମୋଟ ୮ଟି ପୁରସ୍କାର ଉପରେ କବଜା କରିଛନ୍ତି। ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି। ଅନ୍ୟପକ୍ଷରେ ମହିଳା ହକି ଟିମ୍ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଥିଲା। ଭାରତ ପ୍ଲେୟର୍ ଅଫ୍ ଦି ଇୟର, ଗୋଲ୍ କିପର ଅଫ୍ […]

ଏଫଆଇଏଚ୍ ପୁରସ୍କାର ପୋଛି ନେଲା ଭାରତୀୟ ହକି ଟିମ୍

Harmanpreet-Singh,-Gurjit-K

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମର ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ଷ୍ଟାର୍ ପୁରସ୍କାରରେ ମଧ୍ୟ ଦବଦବା ଦେଖିବାକୁ ମିଳିଛି। ଭାରତୀୟ ଖେଳାଳି ଓ କୋଚ୍ ମୋଟ ୮ଟି ପୁରସ୍କାର ଉପରେ କବଜା କରିଛନ୍ତି। ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି। ଅନ୍ୟପକ୍ଷରେ ମହିଳା ହକି ଟିମ୍ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଥିଲା। ଭାରତ ପ୍ଲେୟର୍ ଅଫ୍ ଦି ଇୟର, ଗୋଲ୍ କିପର ଅଫ୍ ଦି ଇୟର୍, ରାଇଜିଂ ଷ୍ଟାର୍ ଅଫ୍ ଦି ଇୟର୍ ବ୍ୟତୀତ କୋଚ୍ ଅଫ୍ ଦି ଇୟର୍ ପୁରସ୍କାର ମଧ୍ୟ ନିଜ ନାଁରେ କରିଛି। ଅର୍ଥାତ୍ ଭାରତ ଏଫଆଇଏଚ୍ ପୁରସ୍କାରରେ କ୍ଲିନ୍ ସୁଇପ୍ କରିନେଇଛି।

Advertisment

ଭାରତୀୟ ହକି ଟିମର ଷ୍ଟାର୍ ଡ୍ରାଗ୍ ଫ୍ଲିକର୍ ଗୁରଜିତ୍ କୌର୍ ଓ ହରମନପ୍ରୀତ ସିଂହ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଛନ୍ତି। ସେହିପରି ପିଆର୍ ଶ୍ରୀଜେଶ୍ ଓ ସବିତା ପୁନିଆ ଯଥାକ୍ରମେ ପୁରୁଷ ଓ ମହିଳା ଗୋଲକିପର ଅଫ୍ ଦି ଇୟର୍ ପୁରସ୍କାର ହାସଲ କରିଛନ୍ତି। ବିବେକ ପ୍ରସାଦ ଓ ଶର୍ମିଲା ଦେବୀ ଶ୍ରେଷ୍ଠ ରାଇଜିଂ ଷ୍ଟାର୍ ପୁରସ୍କାର ପ୍ରାପ୍ତ କରିଛନ୍ତି। ଅନ୍ୟପକ୍ଷରେ ଗ୍ରାହାମ୍ ରିଡ୍ ଓ ସୋଏର୍ଡ ମାରିନ୍ ଉଭୟ ପୁରୁଷ ଓ ମହିଳା କୋଚ୍ ଆୱାର୍ଡ ଜିତିଛନ୍ତି।

https://twitter.com/FIH_Hockey/status/1445658481969680385?s=20

ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିବା ହରମନପ୍ରୀତ ୫୨.୧୧ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଗୁରଜିତ୍ ୪୬.୬୩ ପ୍ରତିଶତ ଭୋଟ୍ ପାଇଛନ୍ତି। ସେହିପରି ଗୋଲକିପର ଭାବେ ଶ୍ରୀଜେଶ୍ ୫୮.୩୪ ପ୍ରତିଶତ ଓ ସବିତା ୫୮.୭୫ ପ୍ରତିଶତ, ରାଇଜିଂ ଷ୍ଟାର୍ ଅଫ୍ ଦି ଇୟର୍ ଭାବେ ବିବେକ ପ୍ରସାଦ ୬୬.୭୮ ପ୍ରତିଶତ ଓ ଶର୍ମିଲା ଦେବୀ ୫୫.୫୧ ପ୍ରତିଶତ ଏବଂ କୋଚ୍ ଭାବେ ରିଡ୍ ୫୦.୯୩ ପ୍ରତିଶତ ଓ ମାରିନ୍ ୫୬.୩୩ ପ୍ରତିଶତ ଭୋଟ୍ ପାଇଛନ୍ତି।

Advertisment

https://twitter.com/TheHockeyIndia/status/1445665380328873988?s=20

https://twitter.com/TheHockeyIndia/status/1445672905946263558?s=20

ଏହି ପୁରସ୍କାର ପାଇଁ ଜାତୀୟ ଆସୋସିଏସନ୍, ଫ୍ୟାନ୍ ଓ ପ୍ଲେୟର୍ ଓ ମିଡିଆ ସମେତ ତିନୋଟି ଅଲଗା ଅଲଗା ବର୍ଗରେ ଭୋଟିଂ କରାଯାଇଥିଲା। ଭାରତର ବିଜେତା ଖେଳାଳି ତିନୋଟି ବର୍ଗରେ ଟପ୍ ପୁରସ୍କାର ଜିତିଛନ୍ତି। ସମଗ୍ର ବିଶ୍ୱରେ ୭୯ ଜାତୀୟ ଆସୋସିଏସନ୍ ଅଛନ୍ତି, ଯାହାର ପ୍ରତିନିଧିତ୍ୱ ସେମାନଙ୍କର କୋଚ୍ ଓ କ୍ୟାପଟେନ୍ କରନ୍ତି। ଏସିଆରେ ୨୯ରୁ ୩୩, ଆଫ୍ରିକାରେ ୨୫ରୁ ୧୧, ୟୁରୋପରେ ୪୨ରୁ ୧୯, ଓସେନିଆରେ ୮ରୁ ୩, ପ୍ୟାନ୍ ଆମେରିକାରେ ୩୦ରୁ ୧୭ ଆସୋସିଏସନ୍ ଭୋଟ୍ ଦେଇଥିଲେ। ସେହିପରି ୩ଲକ୍ଷ ରେକର୍ଡ ସଂଖ୍ୟକ ଫ୍ୟାନ୍ ମଧ୍ୟ ଭୋଟ୍ ଦେଇଛନ୍ତି।

ଏଫଆଇଏଚ୍ ପୁରସ୍କାର ବିଜେତା
ଶ୍ରେଷ୍ଠ ଖେଳାଳି: ଗୁରଜିତ୍ କୌର୍ (ମହିଳା), ହରମନପ୍ରୀତ ସିଂହ (ପୁରୁଷ)
ଗୋଲ୍ କିପର୍ ଅଫ୍ ଦି ଇୟର୍: ସବିତା ପୁନିଆ (ମହିଳା), ପିଆର୍ ଶ୍ରୀଜେଶ୍ (ପୁରୁଷ)
ରାଇଜିଂ ଷ୍ଟାର୍ ଅଫ୍ ଦି ଇୟର୍: ଶର୍ମିଲା ଦେବୀ (ମହିଳା), ବିବେକ ପ୍ରସାଦ (ପୁରୁଷ)
କୋଚ୍ ଅଫ୍ ଦି ଇୟର୍: ଶୋଏର୍ଡ ମାରିନ୍ (ମହିଳା), ଗ୍ରାହାମ୍ ରିଡ୍ (ପୁରୁଷ)।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe