ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା 

ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି। ବ୍ରୋଞ୍ଜ ପଦକ […]

India

India

Jitendra Garnayak
  • Published: Friday, 06 August 2021
  • Updated: 06 August 2021, 12:30 PM IST

Sports

Latest News

ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି।

ବ୍ରୋଞ୍ଜ ପଦକ ଲଢ଼େଇରେ ପ୍ରବେଶ କରିବା ପୂର୍ବରୁ ରାଣୀ ରାମପାଲ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ହକି ଟିମ୍ ଏକ ଇତିହାସ ରଚିଥିଲା। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ପାଇଁ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହା ପୂର୍ବରୁ ଭାରତୀୟ ମହିଳା ହକି ଦଳ କେବେ ବି ଅଲିମ୍ପିକ୍ସରେ ସେମି ଫାଇନାଲ୍‌ରେ ପ୍ରବେଶ କରି ନଥିଲା।

ଆଜି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗ୍ରେଟ୍ ବ୍ରିଟେନ୍ ୧-୦ର ଲିଡ୍ ପାଇଥିଲା। ତେବେ ଭାରତୀୟ ଟିମ୍‌ର ଖେଳାଳି ଦୀପ୍ ଗ୍ରେସ୍ ଇକ୍କାଙ୍କ ଷ୍ଟିକ୍‌ରେ ବଲ୍ ବାଜି ଏହି ଗୋଲ୍‌ଟି ହୋଇଥିଲା, ଯାହା ଦଳକୁ ନିରାଶ କରିଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେଇଥିଲା ଓ ୨-୦ରେ ଆଗୁଆ ରହିଥିଲା। କିନ୍ତୁ ଏହା ପରେ ଖେଳର ମୋଡ଼ ବଦଳି ଯାଇଥିଲା। ଗୁରଜିତ କୌର ଲଗାତାର ଦୁଇଟି ଗୋଲ୍ ଦେଇଥିଲେ। ମିଳିଥିବା ପେନାଲ୍ଟି କର୍ଣ୍ଣକୁ ସେ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ। ଏହା ସହିତ ଦୁଇ ଦଳ ୨-୨ ସ୍ଥିତିରେ ପହଞ୍ଚି ଯାଇଥିଲେ। ଏହା ପରେ ବନ୍ଦନା କଟାରିଆ ଏକ ଗୋଲ୍ କରିଥିଲେ ଏବଂ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ୍ ହୋଇଥିଲା। ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଭାରତ ଉପରେ ଏହି ଗୋଲ୍ ଦେଇଥିଲେ ହୋଲି ୱେବ୍। ଏହା ସହିତ ଦଳ ଖେଳକୁ ୩-୩ ସ୍ଥିତିକୁ ନେଇ ଆସିଥିଲା।

ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍‌ରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଗ୍ରେଟ୍ ବ୍ରିଟେନ୍। ଏହା ସହିତ ଦଳ ଭାରତ ଠାରୁ ୪-୩ ଗୋଲ୍‌ରେ ଆଗୁଆ ହୋଇଯାଇଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍‌କୁ ଆଉ ଗୋଲ୍ କରିବାକୁ ସୁଯୋଗ ଦେଇ ନଥିଲା ଭାରତୀୟ ଦଳ। କିନ୍ତୁ ଗ୍ରେଟ୍ ବ୍ରିଟେନ୍ ଉପରେ ଗୋଲ୍ ଦେବାରେ ବି ବିଫଳ ହୋଇଥିଲା। ଶେଷରେ ୪-୩ ଲିଡ୍‌ରେ ରହି ମ୍ୟାଚ୍ ଜିତି ଯାଇଥିଲା ଗ୍ରେଟ୍ ବ୍ରିଟେନ୍‌।

କିପରି ରହିଥିଲା ଟିମ୍‌ର ଟୋକିଓ ଅଲିମ୍ପିକ୍ସ ଯାତ୍ରା

ଟୋକିଓ ଅଲିମ୍ପିକ୍ସର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ହାରି ଯାଇଥିଲା। ଦଳ ନେଦରଲ୍ୟାଣ୍ଡ ଠାରୁ ୫-୧ରେ, ଜର୍ମାନୀ ଠାରୁ ୨-୦ରେ ଓ ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୧ ଗୋଲ୍‌ରେ ପରାସ୍ତ ହୋଇଥିଲା। ଚତୁର୍ଥ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଦଳ ଆୟର୍ଲ୍ୟାଣ୍ଡକୁ ୧-୦ରେ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଥିଲା। ଆଉ ତା’ପରେ କ୍ୱାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୧-୦ରେ ହରାଇଥିଲା। କିନ୍ତୁ ଅଲିମ୍ପିକ୍ସରେ ପ୍ରଥମ ଥର ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଠାରୁ ୨-୧ରେ ପରାସ୍ତ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos