Advertisment

ଭାରତୀୟ ମହିଳା ହକି ଟିମ୍‌ର ଐତିହାସିକ ବିଜୟ, ପ୍ରଥମ ଥର ଅଲିମ୍ପିକ୍ସ ସେମିରେ ପହଞ୍ଚିଲା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍‌ । ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିରେ ପହଞ୍ଚିଛି ଦଳ। ଆଉ ଏହା ସହିତ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍‌। ଅଲିମ୍ପିକ୍ସରେ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛି। ଆଜି ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇଛି। ଦଳ ତରଫରୁ […]

ଅଦ୍ୟତନ ହୋଇଛି
ଭାରତୀୟ ମହିଳା ହକି ଟିମ୍‌ର ଐତିହାସିକ ବିଜୟ, ପ୍ରଥମ ଥର ଅଲିମ୍ପିକ୍ସ ସେମିରେ ପହଞ୍ଚିଲା

India Women Hockey Team

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍‌ । ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିରେ ପହଞ୍ଚିଛି ଦଳ। ଆଉ ଏହା ସହିତ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍‌। ଅଲିମ୍ପିକ୍ସରେ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛି।

Advertisment

ଆଜି ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇଛି। ଦଳ ତରଫରୁ ଏହି ଏକମାତ୍ର ଗୋଲ୍ ଦେଇଥିଲେ ଗୁରଜୀତ କୌର। ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍‌।

ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ଗୁରଜୀତ ଏହି ଏକମାତ୍ର ଗୋଲ୍‌ କରିଥିଲେ। ଏକ ପେନାଲ୍‌ଟି କର୍ଣ୍ଣର ଦ୍ୱାରା ସେ ଏହି ଗୋଲ୍ କରିଥିଲେ। ଆଉ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଏହି ଲିଡ୍‌କୁ ବଜାୟ ରଖିବାରେ ସମର୍ଥ ହୋଇଥିଲା।

Advertisment

ଅଷ୍ଟ୍ରେଲିଆ ଆକ୍ରମଣ ପରେ ଆକ୍ରମଣ କରିଥିଲା। ତେବେ ଭାରତୀୟ ଦଳ ସେସବୁକୁ ପ୍ରତିରୋଧ କରିବାରେ ସମର୍ଥ ହୋଇଥିଲା। ଦଳ ପାଖାପାଖି ୮ଟି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ ହେବାକୁ ଦେଇ ନଥିଲା। ଆଉ ଏହା ପଛରେ ମୂଖ୍ୟ ଭୂମିକା ଥିଲା ଗୋଲକିପର ତଥା ଉପ-ଅଧିନାୟକ ସବିତା ପୁନିଆଙ୍କର। ସେ ଗୋଲପୋଷ୍ଟ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଝିରେ କାନ୍ଥ ଭଳି ଛିଡ଼ା ହୋଇଥିଲେ। କିନ୍ତୁ ଯେଉଁ ଗୋଟିଏ ପେନାଲ୍‌ଟି କର୍ଣ୍ଣର ଭାରତୀୟ ଦଳ ପାଇଥିଲା, ତାକୁ ଗୋଲ୍‌ରେ ପରିଣତ କରି ଏହି ମ୍ୟାଚ୍‌ ଜିତି ଯାଇଥିଲା।

ଏହି ମ୍ୟାଚ୍ ପରେ ଗୁରଜୀତ କୌର କହିଛନ୍ତି, ‘ଏହି ବିଜୟକୁ ନେଇ ଆମେ ସମସ୍ତେ ବହୁତ ଖୁସି। ଏହି ବିଜୟ ପାଇଁ ସମସ୍ତେ କଠିନ ପରିଶ୍ରମ କରିଥିଲେ। ଆମେ ଏକ ଦଳ ହୋଇ ଖେଳିଥିଲୁ। ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିବାରୁ ଖୁବ୍ ଖୁସି ଅଛୁ। ଯେଉଁମାନେ ଆମକୁ ସମର୍ଥନ କରିଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ୍‌। ଆମକୁ ଆମର ପୂରା ଦେଶ ସମର୍ଥନ କରୁଛି। ଆମ ପାଇଁ ପୂରା ଦେଶବାସୀ ପ୍ରାର୍ଥନା କରୁଛନ୍ତି।’

ଲଗାତାର ତିନୋଟି ପରାଜୟ ପରେ ତିନୋଟି ବିଜୟ

ଟୋକିଓ ଅଲିମ୍ପିକ୍ସର ପ୍ରଥମ ତିନୋଟି ମ୍ୟାଚ୍ ଭାରତୀୟ ମହିଳା ହକି ଦଳ ହାରି ଯାଇଥିଲା। ଦଳ ନେଦରଲ୍ୟାଣ୍ଡ ଠାରୁ ୫-୧ରେ, ଜର୍ମାନୀ ଠାରୁ ୨-୦ରେ ଓ ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୧ ଗୋଲ୍‌ରେ ପରାସ୍ତ ହୋଇଥିଲା। ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଦଳ ଆୟର୍ଲ୍ୟାଣ୍ଡକୁ ୧-୦ରେ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଥିଲା। ଆଉ ଆଜି କ୍ୱାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଛି।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍ ମଧ୍ୟ ସେମି ଫାଇନାଲ୍‌ରେ ପହଞ୍ଚିଛି। ରବିବାର ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ ଗୋଲ୍‌ରେ ପରାସ୍ତ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଦଳ ମଙ୍ଗଳବାର ବେଲ୍‌ଜିୟମ ବିପକ୍ଷରେ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe