Advertisment

ଆମେରିକାକୁ ବିଦା କଲା କୋରିଆ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏଫଆଇଏଚ୍ ଓଡ଼ିଶା ପୁରୁଷ ଜୁନିୟର ବିଶ୍ୱକପର ତୃତୀୟ ଦିନରେ ଦ୍ୱିତୀୟ ମ୍ୟାଚ୍ କୋରିଆ ଏବଂ ମେରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆମେରିକା କୋରିଆ ଠାରୁ ୧-୫ରେ ହାରି କ୍ୱାର୍ଟର ଫାଇନାଲ ରେସରୁ ବାଦ୍ ପଡିଛି। ପ୍ରଥମ କ୍ୱାର୍ଟର ବା ମ୍ୟାଚର ୪ ମିନିଟରେ କୋରିଆ ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ ଲି ସିଉଙ୍ଗ। ପରେ ଦ୍ୱାଦଶ ମିନିଟରେ ଜେଓଙ୍ଗ ଜୁନ ସେଓଙ୍ଗ ପେନାଲଟି କର୍ଣ୍ଣରକୁ ଗୋଲରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆମେରିକାକୁ ବିଦା କଲା କୋରିଆ

hockey

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏଫଆଇଏଚ୍ ଓଡ଼ିଶା ପୁରୁଷ ଜୁନିୟର ବିଶ୍ୱକପର ତୃତୀୟ ଦିନରେ ଦ୍ୱିତୀୟ ମ୍ୟାଚ୍ କୋରିଆ ଏବଂ ମେରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆମେରିକା କୋରିଆ ଠାରୁ ୧-୫ରେ ହାରି କ୍ୱାର୍ଟର ଫାଇନାଲ ରେସରୁ ବାଦ୍ ପଡିଛି।

Advertisment

ପ୍ରଥମ କ୍ୱାର୍ଟର ବା ମ୍ୟାଚର ୪ ମିନିଟରେ କୋରିଆ ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ ଲି ସିଉଙ୍ଗ। ପରେ ଦ୍ୱାଦଶ ମିନିଟରେ ଜେଓଙ୍ଗ ଜୁନ ସେଓଙ୍ଗ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି କୋରିଆକୁ ୨-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ୨୭ତମ ମିନିଟରେ ଦଳୀୟ ତୃତୀୟ ଗୋଲ ସ୍କୋର ହବାଙ୍ଗ ଜିଡୋଙ୍ଗ କରିଥିଲେ। ଏଥିସହ କୋରିଆ ପ୍ରଥମାର୍ଦ୍ଧ ସୁଦ୍ଧା ୩-୦ ଗୋଲର ଅଗ୍ରଣୀ ଲାଭ କରିଥିଲା।

ତୃତୀୟ କ୍ୱାର୍ଟରରେ କୋରିଆ ୨ଟି ଓ ଆମେରିକା ଗୋଟିଏ ଗୋଲ ପରିଶୋଧ କରିଥିଲା। ୩୬ତମ ମିନିଟରେ କିମ ତାଇହୋ କୋରିଆ ପାଇଁ ଚତୁର୍ଥ ଗୋଲ୍ ଦେଇଥିଲେ। ତେବେ ପରବର୍ତ୍ତୀ ମିନିଟରେ ଆମେରିକାର ୱାଟ୍ଟ କାଜ୍ ଗୋଟିଏ ଗୋଲ୍ ଦେଇ ନିଜ ଦଳ ପାଇଁ ଖାତା ଖୋଲିଥିଲେ। ହେଲେ ଦୁଇ ମିନିଟ୍ ବ୍ୟବଧାନରେ ତାଓହୋ କିମ୍ ଆଉଏକ ଗୋଲ୍ ଦେଇ କୋରିଆକୁ ୫-୧ରେ ଆଗୁଆ କରାଇଥିଲେ।

Advertisment

ଚତୁର୍ଥ ତଥା ଶେଷ କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଫଳରେ କୋରିଆ ୪ ଗୋଲ୍ ବ୍ୟବଧାନରେ ମୁକାବିଲାକୁ ଜିତି ନେଇଥିଲା। ଆସନ୍ତା ୨୮ତାରିଖରେ କୋରିଆ ତାର ଶେଷ ଲିଗ ମ୍ୟାଚ୍ ସ୍ପେନ ବିପକ୍ଷ ରେ ଖେଳିବାକୁ ଥିବା ବେଳେ ଆମେରିକା ତାର ଶେଷ ଲିଗ ମ୍ୟାଚରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡସର ସାମ୍ନା କରିବ।

Hockey Men's Junior World Cup Bhubaneswar 2021