Advertisment

ହକି ବିଶ୍ୱକପ: କଳିଙ୍ଗରେ କୋରିଆର ପ୍ରଥମ ବିଜୟ, ହାରିଲା ଜାପାନ

ଭୁବନେଶ୍ୱର: ଏଫଆଇଏଚ୍‌ ହକି ପୁରୁଷ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ଦକ୍ଷିଣ କୋରିଆ। ଆଜି ଦଳ ଜାପାନକୁ ୨-୧ରେ ହରାଇ କଳିଙ୍ଗ ଷ୍ଟାଡିୟମରେ ବିଜୟ ବାନା ଉଡ଼ାଇଛି। ଜାପାନ ଆଜିର ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ସହ ଏକଦା ୧-୦ରେ ଲିଡ୍‌ କରୁଥିଲା। ହେଲେ ଦକ୍ଷିଣ କୋରିଆ ଠିକଣା ସମୟରେ କମବ୍ୟାକ୍‌ କରି ୨-୧ରେ ମ୍ୟାଚ୍‌କୁ ଜିତି ନେଇଛି। ଏହାପୂର୍ବରୁ ଜର୍ମାନୀ ୩-୦ ଗୋଲରେ ଜାପାନକୁ ହରାଇଥିଲା। ସେହିପରି ଦକ୍ଷିଣ କୋରିଆ ତା’ର ପ୍ରଥମ ମ୍ୟାଚ୍‌ରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ହକି ବିଶ୍ୱକପ: କଳିଙ୍ଗରେ କୋରିଆର ପ୍ରଥମ ବିଜୟ, ହାରିଲା ଜାପାନ

japan

ଭୁବନେଶ୍ୱର: ଏଫଆଇଏଚ୍‌ ହକି ପୁରୁଷ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ଦକ୍ଷିଣ କୋରିଆ। ଆଜି ଦଳ ଜାପାନକୁ ୨-୧ରେ ହରାଇ କଳିଙ୍ଗ ଷ୍ଟାଡିୟମରେ ବିଜୟ ବାନା ଉଡ଼ାଇଛି। ଜାପାନ ଆଜିର ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ସହ ଏକଦା ୧-୦ରେ ଲିଡ୍‌ କରୁଥିଲା।

Advertisment

ହେଲେ ଦକ୍ଷିଣ କୋରିଆ ଠିକଣା ସମୟରେ କମବ୍ୟାକ୍‌ କରି ୨-୧ରେ ମ୍ୟାଚ୍‌କୁ ଜିତି ନେଇଛି। ଏହାପୂର୍ବରୁ ଜର୍ମାନୀ ୩-୦ ଗୋଲରେ ଜାପାନକୁ ହରାଇଥିଲା। ସେହିପରି ଦକ୍ଷିଣ କୋରିଆ ତା’ର ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ଠାରୁ ହାରିଥିଲା। ବେଲଜିୟମ ଏହି ମ୍ୟାଚ୍‌କୁ ୫-୦ରେ ଜିତିଥିଲା।

କଳିଙ୍ଗରେ ଆଜି ଦୁଇ ଏସୀୟ ଦେଶ କୋରିଆ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମ କ୍ୱାର୍ଟରରେ ଜାପାନର ନାଗାୟୋଶି ପ୍ରଥମ ଫିଲ୍ଡ ଗୋଲ କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ତେବେ ଏହାର କିଛି ମିନିଟ୍ ପରେ କୋରିଆ ପକ୍ଷରୁ ଲି ଜୁଙ୍ଗଜୁନ ଏହାକୁ ପରିଶୋଧ କରି ସ୍ଥିତି ୧-୧ରେ ବରାବର କରି ଦେଇଥିଲେ।

Advertisment

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ କୋରିଆ ଚମକ ଦେଖାଇଥିଲା। ଲି’ ଦଳ ପାଇଁ ଦ୍ୱିତୀୟ ତଥା ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ହାଫ ଟାଇମ ସୁଦ୍ଧାର କୋରିଆ ମ୍ୟାଚର ସ୍ଥିତିକୁ ୨-୧ କରି ଦେଇଥିଲା। ତୃତୀୟ କ୍ୱାର୍ଟରରେ ଦୁଇ ଦେଶ ବେଶ ସତର୍କତାର ସହ ଖେଳିବାରୁ କେହି କାହାକୁ ଗୋଲ ଦେଇ ପାରି ନଥିଲେ।

୪ର୍ଥ କ୍ୱାର୍ଟରେ ଜାପାନ ଗିୟର ବଦଳାଇ ଆଟାକ କରିଥିଲା। କିନ୍ତୁ କୋରିଆର ରକ୍ଷଣଭାଗକୁ ଭେଦ କରିବା ଦଳ ପାଇଁ ସହଜ ହୋଇ ନଥିଲା। ଅବଶ୍ୟ ମ୍ୟାଚ୍‌ ଶେଷ ହେବାକୁ ମାତ୍ର କିଛି ସେକେଣ୍ଡ ବାକି ଥିବା ବେଳେ ଜାପାନକୁ ଗୋଟିଏ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ କୋରିଆର ଖେଳାଳିମାନେ ଭଣ୍ଡୁର କରି ଦେଇଥିଲେ।

ଜାପାନ ରେଫରାଲ ନେଇଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ଶେଷରେ କୋରିଆ କଳିଙ୍ଗରେ ପ୍ରଥମ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା। କୋରିଆ ତା’ର ଶେଷ ମ୍ୟାଚରେ ବେଲଜିୟମକୁ ଓ ଜାପାନ ପ୍ରତିପକ୍ଷ ଜର୍ମାନୀକୁ ଭେଟିବ।