Advertisment

ମାତ୍ର ୨୭ ବର୍ଷରେ ହକିକୁ ଅଲବିଦା କହିଲେ ଲିଲିମା ମିଞ୍ଜ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଟିମର ଷ୍ଟାର୍ ମିଡଫିଲ୍ଡର ଲିଲିମା ମିଞ୍ଜ ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଦେଇଛନ୍ତି। ଗୁରୁବାର ହକି ଇଣ୍ଡିଆ ଏହି ସୂଚନା ଦେଇଛି। ଲିଲିମାଙ୍କ ସଫଳ କ୍ୟାରିୟର ପାଇଁ ତାଙ୍କୁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇଛି। ୨୭ ବର୍ଷୀୟ ଏହି ଅଭିଜ୍ଞ ମିଡଫିଲ୍ଡର ୨୦୧୧ରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଚତୁରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ପଦାର୍ପଣ କରିଥିଲେ। ଏହା ପରଠାରୁ ସେ ଭାରତୀୟ ମହିଳା ହକି ଟିମର ନିୟମିତ ସଦସ୍ୟ ରହିଆସିଥିଲେ। ଏହି ତାରକା ମିଡଫିଲ୍ଡର […]

ମାତ୍ର ୨୭ ବର୍ଷରେ ହକିକୁ ଅଲବିଦା କହିଲେ ଲିଲିମା ମିଞ୍ଜ୍

lilima-minz

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଟିମର ଷ୍ଟାର୍ ମିଡଫିଲ୍ଡର ଲିଲିମା ମିଞ୍ଜ ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଦେଇଛନ୍ତି। ଗୁରୁବାର ହକି ଇଣ୍ଡିଆ ଏହି ସୂଚନା ଦେଇଛି। ଲିଲିମାଙ୍କ ସଫଳ କ୍ୟାରିୟର ପାଇଁ ତାଙ୍କୁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇଛି।

Advertisment

୨୭ ବର୍ଷୀୟ ଏହି ଅଭିଜ୍ଞ ମିଡଫିଲ୍ଡର ୨୦୧୧ରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଚତୁରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ପଦାର୍ପଣ କରିଥିଲେ। ଏହା ପରଠାରୁ ସେ ଭାରତୀୟ ମହିଳା ହକି ଟିମର ନିୟମିତ ସଦସ୍ୟ ରହିଆସିଥିଲେ। ଏହି ତାରକା ମିଡଫିଲ୍ଡର ଭାରତ ପକ୍ଷରୁ ୧୫୬ ମ୍ୟାଚରେ ପ୍ରତିନିଧିତ୍ୱ କରି ୧୪ ଗୋଲ୍ ସ୍କୋର କରିଛନ୍ତି।

ଲିଲିମା ୨୦୧୪ ଏସିଆନ୍ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ମହିଳା ହକି ଦଳର ସଦସ୍ୟ ଥିଲେ। ଏହାଛଡ଼ା ସେ ୨୦୧୮ ଏସିଆନ ଗେମ୍ସ ରୌପ୍ୟ ପଦକ ଏବଂ ୨୦୧୯ରେ ହିରୋଶିମାରେ ଅନୁଷ୍ଠିତ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ମହିଳା ଦଳର ମଧ୍ୟ ସଦସ୍ୟ ଥିଲେ।

Advertisment

https://twitter.com/TheHockeyIndia/status/1481534061667827712?s=20

ଲିଲିମା ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଭାରତୀୟ ମହିଳା ହକି ଟିମ୍ ୩୬ ବର୍ଷ ପରେ ପ୍ରଥମଥର ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଥିଲା। ଓଡ଼ିଶାର ଏହି ତାରକା ଜଣକ ୨୦୧୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟରରେ ଭାରତୀୟ ଦଳର ସଦସ୍ୟ ଥିଲେ ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ଜିତି ଭାରତ ଟୋକିଓ ଅଲିମ୍ପିକ୍ସ ଟିକେଟ୍ କାଟିଥିଲା।

ଲିଲିମାଙ୍କ ସଫଳ କ୍ୟାରିୟର ପାଇଁ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ ଅଭିନନ୍ଦନ ଜଣାଇଛନ୍ତି। ହକି ଇଣ୍ଡିଆ ସଭାପତି କହିଛନ୍ତି, ଭାରତୀୟ ହକି ପ୍ରତି ଲିଲିମାଙ୍କର ଅତୁଳନୀୟ ଅବଦାନ ରହିଛି। ତାଙ୍କର ଉଦ୍ୟମ ପାଇଁ ଆମେ ତାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ଗତ କିଛି ବର୍ଷ ଧରି ଭାରତୀୟ ମହିଳା ହକିର ବିକାଶ ପଛରେ ଲିଲିମାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ହକି ଇଣ୍ଡିଆ ତରଫରୁ ଆମେ ତାଙ୍କର ସଫଳ ଭବିଷ୍ୟତ କାମନା କରୁଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe