ଜୁନିୟର ହକି ବିଶ୍ୱକପ: କ୍ୱାର୍ଟର ଫାଇନାଲରେ ମାଲେସିଆ ଓ ବେଲଜିୟମ

ଭୁବନେଶ୍ୱର-(ନିରଞ୍ଜନ ରେଡ୍ଡୀ) କଳିଙ୍ଗ ଷ୍ଟାଡିୟମ ରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମାଲେସିଆ ଓ ବେଲଜିୟମ। ମାଲେସିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇଥିବା ବେଳେ ବେଲଜିୟମ ପ୍ରତିପକ୍ଷ ଚିଲିକୁ ୩-୦ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଜିର ତୃତୀୟ ମ୍ୟାଚ୍‌ରେ ମାଲେସିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା ମୁକାବିଲା। ଉଭୟ ଦଳ ମଧ୍ୟରେ ଶେଷ ପର୍ଯ୍ୟନ୍ତ ଘମାଘୋଟ ଲଢେ଼ଇ ଦେଖିବାକୁ […]

chill

chill

Hemant Lenka
  • Published: Saturday, 27 November 2021
  • Updated: 27 November 2021, 08:02 PM IST

Sports

Latest News

ଭୁବନେଶ୍ୱର-(ନିରଞ୍ଜନ ରେଡ୍ଡୀ) କଳିଙ୍ଗ ଷ୍ଟାଡିୟମ ରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମାଲେସିଆ ଓ ବେଲଜିୟମ। ମାଲେସିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇଥିବା ବେଳେ ବେଲଜିୟମ ପ୍ରତିପକ୍ଷ ଚିଲିକୁ ୩-୦ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ଆଜିର ତୃତୀୟ ମ୍ୟାଚ୍‌ରେ ମାଲେସିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା ମୁକାବିଲା। ଉଭୟ ଦଳ ମଧ୍ୟରେ ଶେଷ ପର୍ଯ୍ୟନ୍ତ ଘମାଘୋଟ ଲଢେ଼ଇ ଦେଖିବାକୁ ମିଳିଥିଲା। କିନ୍ତୁ ଶେଷରେ କିନ୍ତୁ ବାଜି ମାରିଥିଲା ମାଲେସିଆ। ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇ କ୍ୱାର୍ଟର ଫାଇନାଲ ସିଟ ପକ୍କା କରିଛି ମାଲେସିଆ।

ମାଲେସିଆ ପକ୍ଷରୁ ୨୯ତମ ମିନିଟରେ ଖାଲିଦ ମହମ୍ମଦ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ୪ ମିନିଟ ପରେ ଅଧିନାୟକ ମୋରଗାନ ଗୁ ପେନାଲିଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ୧-୧ରେ ବରାବର କରିଥିଲେ।

ତେବେ ୪୧ତମ ମିନିଟରେ ପୁଣି ମାଲେସିଆ ତା’ର ଦ୍ୱିତୀୟ ଗୋଲ ସ୍କୋର କରିଥିଲା। ଏହି ଗୋଲଟି କରିଥିଲେ କମାରୁଦ୍ଦିନ କମାରୁଲଜମନ। ଦକ୍ଷିଣ ଆଫ୍ରିକା ଏହାର ୭ ମିନିଟ ପରେ ଅର୍ଥାତ ମ୍ୟାଚ୍ର ୪୮ତମ ମିନିଟରେ ଦ୍ୱିତୀୟ ଗୋଲ ସ୍କୋର କରିଥିଲା। ଏହି ଗୋଲଟି କ୍ୟାମ୍ପ ବେଲ ଜରେଡ ଦେଇଥିଲେ।

ଏହାପରେ ପୁଣି ମାଲେସିଆ କାଉଣ୍ଟର ଆଟାକ କରି ୧ ମିନିଟ ମଧ୍ୟରେ ଅର୍ଥାତ ୪୯ମିନିଟରେ ତୃତୀୟ ଗୋଲ କରି ୩-୨ରେ ଆଗୁଆ ହୋଇ ଯାଇଥିଲା। ଏହି ଗୋଲଟି ଦେଇଥିଲେ ଶମଶୁଲ ସାମିର। ୫୪ତମ ମିନିଟରେ ଦକ୍ଷିଣ ଆଫ୍ରିକା ମାଲେସିଆ ଡିଫେଣ୍ଡରଙ୍କ ଚକ୍ରବ୍ୟୁହ ଭିତରେ ପ୍ରବେଶ କରି କ୍ୟାମ୍ପ ବେଲ ଜେର ଦଳୀୟ ତୃତୀୟ ଗୋଲ କରିଥିବା ବେଳେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ମ୍ୟାଚକୁ ଅମୀମାଂସିତକୁ ଆଡ଼କୁ ନେଇ ଯାଇଥିଲେ।

ତେବେ ୫୬ତମ ମିନିଟରେ ମାଲେସିଆର ଷ୍ଟ୍ରଟେଜିକୁ ବୁଝିପାରି ନଥିଲା ଦକ୍ଷିଣ ଆଫ୍ରିକା। ସେହି ସମୟରେ ମହରମ ମୁହିଉଦ୍ଦିନ ଦଳ ପାଇଁ ଚତୁର୍ଥ ତଥା ବିଜୟୀ ଗୋଲ ସ୍କୋର କରି ଦଳକୁ କ୍ୱାର୍ଟର ଫାଇନାଲ ଟିକେଟ ଦେଇଥିଲେ। ଗ୍ରୁପ ପର୍ଯ୍ୟାୟରେ ମାଲେସିଆ ଖେଳିଥିବା ମୋଟ ୩ ମ୍ୟାଚ ମଧ୍ୟରୁ ୨ଟି ବିଜୟ ଗୋଟିଏ ଡ୍ର ରଖି ୭ପଏଣ୍ଟ ହାସଲ କରିଛି।

ଚିଲିକୁ ଦଳିଲା ବେଲଜିୟମ

କଳିଙ୍ଗ ଷ୍ଟାଡିୟମ ରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଚତୁର୍ଥ ମ୍ୟାଚରେ ବେଲଜିୟମର ଚିତାକର୍ଷକ ବିଜୟ ହାସଲ କରିଛି। ଚିଲିକୁ ୩-୦ଗୋଲରେ ହରାଇ ପୁଲ ଏରେ ପ୍ରଥମ ସ୍ଥାନ ଅଧିକାର କରି ବେଲଜିୟମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ କ୍ୱାର୍ଟର ବା ମ୍ୟାଚର ୨ୟ ମିନିଟ ରେ ପୁଟ୍ଟର୍ସ ଲୁକାସ ଦଳ ପାଇଁ ପ୍ରଥମ ଗୋଲ କରିଥିବା ବେଳେ ଦ୍ୱିତୀୟ କ୍ୱାର୍ଟରର ୨୭ତମ ମିନିଟରେ ଷ୍ଟକବ୍ରୋଏକ ଥିବେଉ ଦ୍ୱିତୀୟ ଗୋଲ ଦେଇ ମ୍ୟାଚକୁ ନିଜ ଅକ୍ତିଆରକୁ ନେଇଥିଲେ।

[caption id="attachment_694943" align="aligncenter" width="650"] ବେଲଜିୟମ ଓ ଚିଲି ମଧ୍ୟରେ ଟକ୍କର[/caption]

ପୁଣି ୪୮ତମ ମିନିଟରେ ବେଲଜିୟମକୁ ଏକ ପେନାଲିଟି କର୍ଣ୍ଣର ମିଳିଥିଲା। ତା’କୁ ଓନାନା ନେଲସନ ଗୋଲରେ ପରିଣତ କରି ଦଳକୁ ୩-୦ଗୋଲରେ ବିଜୟୀ କରାଇଥିଲେ। ବେଲଜିୟମ ଗ୍ରୁପ ପର୍ଯ୍ୟାୟରେ ୨ଟି ବିଜୟ ଓ ଗୋଟିଏ ମ୍ୟାଚ ଡ୍ର ରଖି ମୋଟ ୭ ପଏଣ୍ଟ ହାସଲ କରିଛି। ଭାରତ ଆଜି ପୋଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲ ଗଲେ ସେଠାରେ ବେଲଜିୟମକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos