Advertisment

ହକି ବିଶ୍ୱକପ: ଲିଡ୍‌ ସତ୍ତ୍ୱେ ମାଲେସିୟା ଠାରୁ ହାରିଗଲା ଚିଲି

ଭୁନନେଶ୍ୱର: ଏଫଆଇଏଚ୍‌ ହକି ବିଶ୍ୱକପରେ ପ୍ରଥମ ବିଜୟକୁ ଅଳ୍ପକେ ହାତ ଛଡ଼ା କରିଛି ପଦାର୍ପଣକାରୀ ଚିଲି। ପ୍ରଥମଥର ପାଇଁ କୌଣସି ହକି ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଥିବା ଚିଲି ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏପରି କି ମାଲେସିୟା ଭଳି ଅପେକ୍ଷାକୃତ ଶକ୍ତିଶାଳୀ ଦଳକୁ ଏକଦା ବ୍ୟାକଫୁଟକୁ ଠେଲି ଦେଇଥିଲା। ହାଫ ଟାଇମ ସୁଦ୍ଧା ୨-୧ରେ ଲିଡ୍‌ କରୁଥିବା ଚିଲି ଶେଷରେ ଅଧିକ ଆକ୍ରମଣାତ୍ମକ ଖେଳ ଦେଖାଇବାରକୁ ଯାଇ ପରାସ୍ତ ହୋଇଛି। […]

ଅଦ୍ୟତନ ହୋଇଛି
ହକି ବିଶ୍ୱକପ: ଲିଡ୍‌ ସତ୍ତ୍ୱେ ମାଲେସିୟା ଠାରୁ ହାରିଗଲା ଚିଲି

Hockey

Advertisment

ଭୁନନେଶ୍ୱର: ଏଫଆଇଏଚ୍‌ ହକି ବିଶ୍ୱକପରେ ପ୍ରଥମ ବିଜୟକୁ ଅଳ୍ପକେ ହାତ ଛଡ଼ା କରିଛି ପଦାର୍ପଣକାରୀ ଚିଲି। ପ୍ରଥମଥର ପାଇଁ କୌଣସି ହକି ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଥିବା ଚିଲି ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏପରି କି ମାଲେସିୟା ଭଳି ଅପେକ୍ଷାକୃତ ଶକ୍ତିଶାଳୀ ଦଳକୁ ଏକଦା ବ୍ୟାକଫୁଟକୁ ଠେଲି ଦେଇଥିଲା।

Advertisment

ହାଫ ଟାଇମ ସୁଦ୍ଧା ୨-୧ରେ ଲିଡ୍‌ କରୁଥିବା ଚିଲି ଶେଷରେ ଅଧିକ ଆକ୍ରମଣାତ୍ମକ ଖେଳ ଦେଖାଇବାରକୁ ଯାଇ ପରାସ୍ତ ହୋଇଛି। ମାଲେସିୟା ଏହି ମ୍ୟାଚ୍‌କୁ ୩-୨ରେ ଜିତି ଚଳିତ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ଦଳ ପ୍ରଥମ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଠାରୁ ୦-୪ ଗୋଲରେ ପରାସ୍ତ ହୋଇଥିଲା।

ଆଜି ମାଲେସିୟା ଓ ପ୍ରଥମଥର ବିଶ୍ୱକପ ଖେଳୁଥିବା ଚିଲି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ମାଲେସିୟା ଅପେକ୍ଷାକୃତ ଶକ୍ତିଶାଳୀ ହୋଇଥିବାରୁ ପଦାର୍ପଣକାରୀ ଚିଲି ଏକତରଫା ଭାବେ ପରାସ୍ତ ହେବ ବୋଲି ସମସ୍ତେ ଭାବିଥିଲେ। କିନ୍ତୁ ମ୍ୟାଚ୍‌ ଓଲଟା ମୋଡ଼ ନେଇଥିଲା।

Advertisment

ପ୍ରଥମ କ୍ୱାର୍ଟରରେ ପ୍ରଥମ ପେନାଲ୍ଟି କର୍ଣ୍ଣର ଚିଲିକୁ ମିଳିଥିଲା। କିନ୍ତୁ ଦଳ ଏହାକୁ ଗୋଲ ଦେଇ ପାରି ନଥିଲା। ମାଲେସିୟା ମଧ୍ୟ ଗୋଲ କରିବାକୁ ସକ୍ଷମ ହୋଇନଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା।

ଦ୍ୱିତୀୟ କ୍ୱାର୍ଟର ବେଶ ଚମତ୍କାର ରହିଥିଲା। ପ୍ରଥମେ ଦୁଇ ଦଳର ଜଣେ ଲେଖାଏ ଖେଳାଳିଙ୍କୁ ବିପଦଜନକ ଫାଉଲ ପାଇଁ ୨ ମିନିଟ୍‌ ପଡ଼ିଆ ବାହାରକୁ ପଠାଯାଇଥିଲା। ଏତିକି ବେଳେ ଚିଲିକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଜୁଆନ ଅମୋରୋସୋ ଗୋଲରେ ପରିଣତ କରି ସମସ୍ତଙ୍କୁ ଜଳକା କରି ଦେଇଥିଲେ।

ବିଶ୍ୱକପରେ ଏହା ଚିଲିର ଦ୍ୱିତୀୟ ଗୋଲ ଥିଲା। କାରଣ ଦଳ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗୋଟିଏ ଗୋଲ କରିଥିଲା। ମାଲେସିୟା ବିପକ୍ଷରେ ଚିଲି ଦେଇଥିବା ଗୋଲର ଖୁସି ବେଶୀ ସମୟ ରହି ନଥିଲା। ଭୁଲ ରଣନୀତି ଯୋଗୁ ମାଲେସିୟାକୁ କିଛି ମିନିଟ ମଧ୍ୟରେ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ଏହାକୁ ରାଜି ରହିମ ଗୋଲରେ ପରିଣତ କରି ସ୍ଥିତି ୧-୧ କରି ଦେଇଥିଲେ।

ଦ୍ୱିତୀୟ କ୍ୱାର୍ଟର ସରିବାକୁ କିଛି ମିନିଟ ବାକି ଥିବା ବେଳେ ଚିଲିକୁ ଗୋଲ କରିବାର ସୁଯୋଗ ମିଳିଥିଲା। ଦଳର ଷ୍ଟାର ଖେଳାଳି ମାର୍ଟିନ ରୋଡ୍ରିଗଜ୍‌ କୌଣସି ତ୍ରୁଟି ନ କରି ଏକ ସୁନ୍ଦର ପାସ୍‌କୁ ଗୋଲରେ ପରିଣତ କରି ଦେଇଥିଲେ। ହାଫ ଟାଇମ ସୁଦ୍ଧା ସ୍ଥିତି ଚିଲି ସପକ୍ଷରେ ୨-୧ରେ ରହିଥିଲା।

ତୃତୀୟ କ୍ୱାର୍ଟରରେ ଚିଲି ସଂପୂର୍ଣ୍ଣ ବ୍ୟାକଫୁଟକୁ ଚାଲି ଯାଇଥିଲା। ଦଳର ଖେଳାଳି ଏକାଧିକ ତ୍ରୁଟି କରିବା ସହ କାର୍ଡ ମଧ୍ୟ ପାଇଥିଲେ। ଏହାର ଫାଇଦା ଉଠାଇ ଅଭିଜ୍ଞ ମାଲେସିୟା କ୍ରମାଗତ ୨ଟି ଗୋଲ ସ୍କୋର କରିନେଇଥିଲା।


ଏକଦା ଦଳ ୧-୨ରେ ପଛରେ ଥିବା ବେଳେ ତୃତୀୟ କ୍ୱାର୍ଟର ସରିବା ବେଳକୁ ୩-୨ରେ ଲିଡ୍‌ ହାସଲ କରି ନେଇଥିଲା। ୪ର୍ଥ କ୍ୱାର୍ଟରରେ ଚିଲି କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଲାଭ ମିଳି ନଥିଲା। ମାଲେସିୟା ଡିଫେଣ୍ଡର ଦଳର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ।

ଶେଷ ମିନିଟରେ ଦଳକୁ ଗୋଟିଏ ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ ତାକୁ ମଧ୍ୟ ଚିଲି ଗୋଲରେ ପରିଣତ କରି ପାରି ନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe