କରୋନାରେ ଚାଲିଗଲେ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ହକି ତାରକା

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ପୂର୍ବତନ ସଦସ୍ୟ ଓ ମସ୍କୋ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହଙ୍କର କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ରବିନ୍ଦର କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଗତ ଏପ୍ରିଲ୍ ୨୪ ତାରିଖରେ ତାଙ୍କୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ କିଛି ଦିନ ରହିବା ପରେ ସେ କରୋନାରୁ ସୁସ୍ଥ ହୋଇସାରିଥିଲେ ଏବଂ ରିପୋର୍ଟ […]

ravinder-pal-singh

Ranjit Kumar Jena
  • Published: Saturday, 08 May 2021
  • , Updated: 08 May 2021, 07:25 PM IST

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ପୂର୍ବତନ ସଦସ୍ୟ ଓ ମସ୍କୋ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହଙ୍କର କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ରବିନ୍ଦର କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଗତ ଏପ୍ରିଲ୍ ୨୪ ତାରିଖରେ ତାଙ୍କୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲରେ କିଛି ଦିନ ରହିବା ପରେ ସେ କରୋନାରୁ ସୁସ୍ଥ ହୋଇସାରିଥିଲେ ଏବଂ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା । ଯାହା ପରେ ସେ କରୋନା ୱାର୍ଡରୁ ବାହାରେ ରହୁଥିଲେ । ତେବେ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଶନିବାର ସକାଳେ ସେ ଲକ୍ଷ୍ନୌରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ରବିନ୍ଦର ୧୯୮୦ରେ ମସ୍କୋରେ ଆୟୋଜିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ୧୯୮୪ରେ ଲସ୍ ଆଞ୍ଜେଲିସ୍ ଅଲିମ୍ପିକ୍ସ କ୍ରୀଡ଼ା ଖେଳିଥିବା ରବିନ୍ଦର ବିବାହ କରିନାହାନ୍ତି । ସେ ୧୯୭୯ରେ ଜୁନିୟର ବିଶ୍ୱକପ୍ ମଧ୍ୟ ଖେଳିଥିଲେ ଏବଂ ହକି ଛାଡ଼ିବା ପରେ ପରେ ଷ୍ଟେଟ୍ ବ୍ୟାଙ୍କରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ସୀତାପୁରରେ ଜନ୍ମିତ ସେଣ୍ଟର ହାଫ୍ ଖେଳାଳି ରବିନ୍ଦର ୧୯୭୯ରୁ ୧୯୮୪ ମଧ୍ୟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଦୁଇ ଅଲିମ୍ପିକ୍ ବ୍ୟତୀତ ସେ ୧୯୮୦ ଓ ୧୯୮୩ରେ ଚାମ୍ପିୟନ୍ସ ଟ୍ରଫି, ୧୯୮୨ ବିଶ୍ୱକପ୍ ଓ ୧୯୮୨ ଏସିଆ କପ୍ ମଧ୍ୟ ଖେଳିଛନ୍ତି ।

https://twitter.com/KirenRijiju/status/1390882138971574276?s=20

ତାଙ୍କ ପରଲୋକରେ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଶୋକବ୍ୟକ୍ତ କରିଛନ୍ତି । କ୍ରୀଡ଼ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, କରୋନା ଲଢ଼େଇରେ ରବିନ୍ଦର ପାଲ ସିଂହ ଜୀ ହାରିଯାଇଥିବା ଖବର ପାଇ ବହୁତ ଦୁଃଖିତ । ଭାରତ ମସ୍କୋ ଅଲିମ୍ପିକର ସ୍ୱର୍ଣ୍ଣ ପଦକ ବିଜେତା ହକି ଟିମର ଜଣେ ସ୍ୱର୍ଣ୍ଣିମ ସଦସ୍ୟଙ୍କୁ ହରାଇଛି । ଭାରତୀୟ କ୍ରୀଡ଼ାରେ ତାଙ୍କର ଯୋଗଦାନକୁ ମନେ ରଖାଯିବ । ହକି ଇଣ୍ଡିଆ ମଧ୍ୟ ରବିନ୍ଦର ପାଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି ।

Related story