Advertisment

ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦରୁ ନରିନ୍ଦର ବାତ୍ରାଙ୍କ ଇସ୍ତଫା

ନୂଆଦିଲ୍ଲୀ: ହକି ଖେଳ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ କରିବା ଅଭିଯୋଗରେ ଫସିଥିବା ନରିନ୍ଦର ବାତ୍ରା ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଆଜି ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର ସଦସ୍ୟତା ପଦ ମଧ୍ୟ ଛାଡ଼ି ଦେଇଛନ୍ତି। ମାର୍ଚ୍ଚ ମାସରେ ସେ ଭାରତୀୟ ଅଲିମ୍ପିକ ସଂଘର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଏହି ପଦକୁ କେବେ ଫେରିବେ ନାହିଁ ବୋଲି କହିଥିଲେ। ହକି ଖେଳ ନାଁରେ […]

ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦରୁ ନରିନ୍ଦର ବାତ୍ରାଙ୍କ ଇସ୍ତଫା

narindra-batra

Advertisment

ନୂଆଦିଲ୍ଲୀ: ହକି ଖେଳ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ କରିବା ଅଭିଯୋଗରେ ଫସିଥିବା ନରିନ୍ଦର ବାତ୍ରା ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଆଜି ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର ସଦସ୍ୟତା ପଦ ମଧ୍ୟ ଛାଡ଼ି ଦେଇଛନ୍ତି। ମାର୍ଚ୍ଚ ମାସରେ ସେ ଭାରତୀୟ ଅଲିମ୍ପିକ ସଂଘର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଏହି ପଦକୁ କେବେ ଫେରିବେ ନାହିଁ ବୋଲି କହିଥିଲେ।

Advertisment

ହକି ଖେଳ ନାଁରେ ଶ୍ରୀ ବାତ୍ରା ୩୫ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ଆସିଛି। ଏଥିପାଇଁ ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିଛି। ହକି ଇଣ୍ଡିଆର ଉନ୍ନତି ଓ ହକି ଖେଳାଳିଙ୍କ ପ୍ରୋତ୍ସାହନ ନାମରେ ବାତ୍ରା ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା କୁହାଯାଉଛି। ଏହି ଟଙ୍କାକୁ ସେ ନିଜ ସ୍ୱାର୍ଥ ପାଇଁ ଖର୍ଚ୍ଚ କରିଛନ୍ତି। ତେବେ ଏହି ଦୁର୍ନୀତିରେ ଆଉ କିଛି ଅଫିସର ଓ ଅଜଣା ବ୍ୟକ୍ତି ସାମିଲ ଥିବା ପ୍ରାଥମିକ ଯାଞ୍ଚରୁ ସିବିଆଇ ଜାଣିବାକୁ ପାଇଛି।

ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିବା ପରେ ବାତ୍ରା ଗୋଟିଏ ପରେ ଗୋଟିଏ ପଦ ଛାଡ଼ିବା ଆରମ୍ଭ କରିଥିଲେ। ଏହିକ୍ରମରେ ସେ ଅନ୍ତଜାର୍ତୀୟ ହକି ମହାସଂଘର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ତର୍ଜାତୀୟ ହକି ମହାସଂଘର କାର୍ଯ୍ୟନିର୍ବାହୀ ବୋର୍ଡଙ୍କୁ ଶ୍ରୀ ବାତ୍ରା ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ପାଇଁ ସଭାପତି ପଦ ଛାଡ଼ୁଥିବା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe