Advertisment

ସ୍ପେନକୁ ହରାଇଲା ହଲାଣ୍ଡ

ଭୁବନେଶ୍ୱର: (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱକପର ଆଜି ଥିଲା ତୃତୀୟ ଦିନ। ୩ୟ ଦିନର ତୃତୀୟ ମ୍ୟାଚରେ ସାମ୍ନାସାମ୍ନି ହୋଇଥିଲେ ଦୁଇ ଶକ୍ତି ଶାଳୀ ଦଳ ସ୍ପେନ ଓ ନେଦରଲାଣ୍ଡସ(ହଲାଣ୍ଡ)। ମ୍ୟାଚ୍‌ରେ ମଧ୍ୟ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲେ। ତେବେ ଏହି ମ୍ୟାଚରେ ସ୍ପେନକୁ ୩-୨ଗୋଲରେ ହରାଇ ଦେଇଛି ନେଦେରଲ୍ୟାଣ୍ଡସ। ସ୍ପେନ ତା’ର ପ୍ରଥମ ଲିଗ ମ୍ୟାଚରେ ବିଶାଳ ୧୭-୦ ଗୋଲ ବ୍ୟବଧାନରେ ଆମେରିକାକୁ ହରାଇ ବିଶ୍ୱକପ ଅଭିଯାନ […]

ସ୍ପେନକୁ ହରାଇଲା ହଲାଣ୍ଡ

Hockey

Advertisment

ଭୁବନେଶ୍ୱର: (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱକପର ଆଜି ଥିଲା ତୃତୀୟ ଦିନ। ୩ୟ ଦିନର ତୃତୀୟ ମ୍ୟାଚରେ ସାମ୍ନାସାମ୍ନି ହୋଇଥିଲେ ଦୁଇ ଶକ୍ତି ଶାଳୀ ଦଳ ସ୍ପେନ ଓ ନେଦରଲାଣ୍ଡସ(ହଲାଣ୍ଡ)। ମ୍ୟାଚ୍‌ରେ ମଧ୍ୟ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲେ। ତେବେ ଏହି ମ୍ୟାଚରେ ସ୍ପେନକୁ ୩-୨ଗୋଲରେ ହରାଇ ଦେଇଛି ନେଦେରଲ୍ୟାଣ୍ଡସ।

Advertisment

ସ୍ପେନ ତା’ର ପ୍ରଥମ ଲିଗ ମ୍ୟାଚରେ ବିଶାଳ ୧୭-୦ ଗୋଲ ବ୍ୟବଧାନରେ ଆମେରିକାକୁ ହରାଇ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ବେଳେ ନେଦରଲାଣ୍ଡସ ତା’ର ପ୍ରଥମ ଲିଗ ମ୍ୟାଚରେ କୋରିଆକୁ ୧୨-୫ ଗୋଲରେ ହରାଇ ବିଶ୍ୱକପରେ ମୁଣ୍ଡ ଟେକିଥିଲା। ଆଜି ଦୁଇ ଦଳ ପଡ଼ିଆକୁ ଓହ୍ଲାଇଥିଲେ।

ଫାଷ୍ଟ ହାଫରେ ସ୍ପେନ ସୁଇମିଙ୍ଗପୁଲ ପାର୍ଶ୍ୱ ଗୋଲ ପୋଷ୍ଟ ପଟୁ ଖେଳ ଆରମ୍ଭ କରିଥିବା ବେଳେ ନେଦରଲାଣ୍ଡସ ହକି ଅଭ୍ୟାସ ପଡ଼ିଆ ପାର୍ଶ୍ଵ ଗୋଲ ପୋଷ୍ଟ ସାମ୍ନାରେ ଖେଳ ଆରମ୍ଭ କରିଥିଲା। ପ୍ରଥମ କ୍ୱାର୍ଟରରେ ମାତ୍ର ଗୋଟିଏ ଦେଖିବାକୁ ମିଳିଥିଲା। ନେଦରଲାଣ୍ଡସ ମ୍ୟାଚର ୯ ମିନିଟରେ ପେନାଲିଟି କର୍ଣ୍ଣର ସୁଯୋଗ ସୃଷ୍ଟି କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ପେନାଲିଟି ଶୁଟ ଆଉଟରେ ପରିଣତ ହୋଇଥିଲା।

Advertisment

ଦଳ ପାଇଁ ଏହି ଗୋଲଟି ଦେଇ ଥିଲେ ସ୍କଟେନ ସେଲଡନ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ନେଦରଲାଣ୍ଡସ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ବି ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖବାକୁ ମିଳିଥିଲେ। ତେବେ ଏହି କ୍ୱାର୍ଟର ରେ ବି ଗୋଟିଏ ଗୋଲ ଦେଖିବାକୁ ମିଳିଥିଲା।

ସ୍ପେନର ଡିଫେଣ୍ଡର ଗୋଲ ପୋଷ୍ଟ ଫାଙ୍କା ଛାଡ଼ିଥିବାର ସୁଯୋଗ ନେଇ ଡଚ୍‌ ଖେଳାଳି ଜାନସେନ ଗୁସ ଏକ ସୁନ୍ଦର ଭାବେ ଫିଲଡ଼ ଗୋଲ ଦେଇ ହାଫ ଟାଇମ ଶେଷ ସୁଦ୍ଧା ଦଳୀୟ ସ୍କୋର ୨-୦ କରିଦେଇଥିଲେ।

ଶେଷ ଅଧଘଣ୍ଟା ଖେଳିବାକୁ ଆସିଥିବା ଦୁଇ ଦଳ ପାର୍ଶ୍ଵ ପରିବର୍ତ୍ତନ କରି ପୁଣି ନୂଆ ଷ୍ଟ୍ରାଟେଜିରେ ଖେଳ ଆରମ୍ଭ କରିଥିଲେ।

ତୃତୀୟ କ୍ୱାର୍ଟରରେ ୨ଟି ଗୋଲ ଦେଖିବାକୁ ମିଳିଥିଲା । ଏହି ଦୁଇଟି ଗୋଲ ଦେଇଥିଲା ସ୍ପେନ। ମ୍ୟାଚର ୩୮ ମିନିଟରେ ଖାତା ଖୋଲିବାକୁ ସ୍ପେନ ସକ୍ଷମ ହୋଇଥିଲା। ଲାକାଲେ ବୋରଜା ଦଳ ପାଇଁ ଏହି ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ୪୫ ମିନିଟ ରେ ମିଳିଥିବା ଏକ ପେନାଲିଟି କର୍ଣ୍ଣରକୁ ଅତି ସୁନ୍ଦର ଭାବେ ଗୋଲରେ ରୂପାନ୍ତରିତ କରିଥିଲେ କୁନି ପାଉ। ଏଥିସହ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ସ୍ଥିତିକୁ ୨-୨ ଗୋଲରେ ବରାବର କରିବାକୁ ମଧ୍ୟ ସ୍ପେନ ସକ୍ଷମ ହୋଇଥିଲା।

ଶେଷ କ୍ୱାର୍ଟରରେ ଉଭୟ ଖେଳାଳିଙ୍କ ବଡି ଲାଙ୍ଗୁଏଜ ବଦଳି ଯାଇଥିଲା। ଶେଷ ୧୫ ମିନିଟରେ ଆକ୍ରମଣ ପ୍ରତି ଆକ୍ରମଣର ଦୃଶ୍ୟ ଦେଖିବାକୁ ମିଳିଥିଲା।

ନେଦରଲାଣ୍ଡସକୁ ଦୁଇଟି ପେନାଲିଟି କର୍ଣ୍ଣର ମିଳିଥିଲା। ହେଲେ ସେଥିମଧ୍ୟରୁ ୫୯ ମିନିଟରେ ମିଳିଥିବା ପିସିକୁ ବୁକେନ୍ସ ମିଲ୍ସ ଗୋଲରେ ପରିଣତ କରି ଦଳକୁ ୩-୨ଗୋଲରେ ଅଗାକୁ କରିଦେଇଥିଲେ। ଏହି ଗୋଲ ସହ ଡଚ୍‌ ଟିମ୍‌ ବିଜୟର ସ୍ୱାଦ ମଧ୍ୟ ଚାଖିଥିଲା।

ସ୍ପେନ ତାର ଶେଷ ଲିଗ ମ୍ୟାଚ ଆସନ୍ତା ୨୮ତାରିଖରେ କୋରିଆ ସହ ଖେଳିବାକୁ ଥିବା ବେଳେ ହଲାଣ୍ଡ ତା’ର ଶେଷ ଲିଗ ମ୍ୟାଚରେ ଆମେରିକାକୁ ଭେଟିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe