କୋରିଆକୁ କୋରିଲା ନେଦରଲ୍ୟାଣ୍ଡସ

ଭୁବନେଶ୍ୱର, (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ଦିବସର ଦ୍ୱିତୀୟ ମ୍ୟାଚରେ କୋରିଆକୁ କୋରିଦେଲା ନେଦରଲ୍ୟାଣ୍ଡସ। ୟୁରୋପିଆନ୍ ଟିମ୍ ନେଦରଲ୍ୟାଣ୍ଡସ୍ ଷ୍ଟ୍ରାଇକରଙ୍କ ଷ୍ଟିକର ଯାଦୁରେ ଧରାଶାୟୀ ହୋଇଛି କୋରିଆ। ନେଦରଲ୍ୟାଣ୍ଡସ୍ ୧୨-୫ ଗୋଲ ବ୍ୟବଧାନରେ କୋରିଆକୁ ପରାସ୍ତ କରିଛି। ପ୍ରଥମ କ୍ୱାର୍ଟର ଉଭୟ ଦଳ ଆଟାକିଂ ମୁନ୍ ନେଇ ମଇଦାନକୁ ଓହ୍ଲାଇଥିଲେ। ଆରମ୍ଭରୁ ଘମାଘୋଟ ଲଢେଇ ହୋଇଥିଲା। ପ୍ରଥମ ୭ ମିନିଟରେ କୋରିଆ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇ ୭ନମ୍ବର […]

ned-vs-kor

ned-vs-kor

Ranjit Kumar Jena
  • Published: Thursday, 25 November 2021
  • Updated: 25 November 2021, 08:11 PM IST

Sports

Latest News

ଭୁବନେଶ୍ୱର, (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ଦିବସର ଦ୍ୱିତୀୟ ମ୍ୟାଚରେ କୋରିଆକୁ କୋରିଦେଲା ନେଦରଲ୍ୟାଣ୍ଡସ। ୟୁରୋପିଆନ୍ ଟିମ୍ ନେଦରଲ୍ୟାଣ୍ଡସ୍ ଷ୍ଟ୍ରାଇକରଙ୍କ ଷ୍ଟିକର ଯାଦୁରେ ଧରାଶାୟୀ ହୋଇଛି କୋରିଆ। ନେଦରଲ୍ୟାଣ୍ଡସ୍ ୧୨-୫ ଗୋଲ ବ୍ୟବଧାନରେ କୋରିଆକୁ ପରାସ୍ତ କରିଛି।

ପ୍ରଥମ କ୍ୱାର୍ଟର ଉଭୟ ଦଳ ଆଟାକିଂ ମୁନ୍ ନେଇ ମଇଦାନକୁ ଓହ୍ଲାଇଥିଲେ। ଆରମ୍ଭରୁ ଘମାଘୋଟ ଲଢେଇ ହୋଇଥିଲା। ପ୍ରଥମ ୭ ମିନିଟରେ କୋରିଆ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇ ୭ନମ୍ବର ଜର୍ସିରେ ଥିବା ଜିଅଙ୍ଗ ଜୁନ ସିଅଙ୍ଗ ଗୋଲ ନିଜ ଦଳକୁ ୧-୦ରେ ଆଗୁଆ କରାଇଥିଲେ। ହଲାଣ୍ଡ ଠିକ୍ ୩ ମିନିଟ୍ ମଧ୍ୟରେ ଅର୍ଥାତ୍ ୧୦ ମିନିଟରେ ଏକ ପେନାଲ୍ଟି ଷ୍ଟ୍ରୋକ ଜରିଆରେ କୋରିଆ ବିପକ୍ଷରେ ଗୋଲ୍ କରି ମ୍ୟାଚକୁ ବରାବର କରିଥିଲା। ଏହି ଗୋଲ କରିଥିଲେ ୪ନମ୍ବର ଜର୍ସି ପରିଧାନ କରିଥିବା ସେଲଡନ ସ୍କୁଟେନ୍। ୧୨ମିନିଟରେ ହଲାଣ୍ଡ ପୁଣି ଏକ ଗୋଲ କରିଥିଲା। ୧୪ନମ୍ବର ଜର୍ସିରେ ଥିବା ବକେନ୍ସ ମାଇଲ୍ସ ଠିକ୍ ଏକ ମିନିଟ ଅନ୍ତରରେ ଅର୍ଥାତ ୧୩ମିନିଟରେ କୋରିଆ ଆଉ ଏକ ପେନାଲ୍ଟି କର୍ଣ୍ଣରର ସୁଯୋଗ ପାଇ ଗୋଲ ଦେଇଥିଲା। ପ୍ରଥମ କ୍ୱାର୍ଟର ଶେଷରେ ଉଭୟ ଦଳ ୨-୨ ଗୋଲରେ ସମାନ ରହିଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ରଣନୀତି ବଦଳାଇ ପଡ଼ିଆକୁ ଓହ୍ଲାଇଥିଲା। ଫଳରେ ହଲାଣ୍ଡର ଡି ଅଂଚଳକୁ ପ୍ରବେଶ କରିବାକୁ ସକ୍ଷମ ହୋଇ ନଥିଲା କୋରିଆ। କିନ୍ତୁ ହଲାଣ୍ଡ କୋରିଆ ବିପକ୍ଷରେ ଏହି କ୍ୱାର୍ଟରରେ ଆଉ ୪ଟି ଗୋଲ ଦେବାକୁ ସକ୍ଷମ ହୋଇଥିଲା। ମ୍ୟାଚର ୧୬ ମିନିଟରେ ଡି ବି ମ୍ୟାକ୍ସ, ୧୮ ମିନିଟରେ କ୍ୟାସପର ଭାନ ଡର୍ ଭିନ୍, ୨୨ମିନିଟ ରେ ହରଟେନ୍ସିୟସ୍ ଓଲିଭିର, ୨୫ ମିନିଟରେ ପୁଣି କ୍ୟାସପର ଭାନ ଡର୍ ଭିନ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଏଥିସହ ନେଦରଲ୍ୟାଣ୍ଡସ୍ ଟିମ୍ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୬-୨ ଗୋଲରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲା ନେଦରଲ୍ୟାଣ୍ଡସ। ଏହି କ୍ୱାର୍ଟରରେ କୋରିଆ ବିପକ୍ଷରେ ଆଉ ଦୁଇଟି ଗୋଲ ସ୍କୋର କରିଥିଲା ହଲାଣ୍ଡ। ୩୫ତମ ମିନିଟରେ ବ୍ରେଣ୍ଟ ଭାନ ବିଜନେନ୍, ୩୬ମିନିଟରେ ମାଇଲ୍ସ ବୁକେନ୍ସ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ସେପଟେ କୋରିଆ ପକ୍ଷରୁ ୟୁ ସିଉଙ୍ଗ ହୋ ୪୧ତମ ମିନିଟରେ ଗୋଲ କରିଥିଲେ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ନେଦରଲ୍ୟାଣ୍ଡସ୍ ୮-୩ ଗୋଲରେ ଆଗୁଆ ରହିଥିଲା।

ଚତୁର୍ଥ ବା ଶେଷ କ୍ୱାର୍ଟରରେ ହଲାଣ୍ଡ ପୁଣି ୪ଟି ଗୋଲ ଦେଇଥିଲା। ଦଳ ପକ୍ଷରୁ ୪୯ତମ ମିନିଟରେ ବ୍ରେଣ୍ଟ ବିଜନେନ ନବମ ଗୋଲ, ୫୩ତମ ମିନିଟରେ କ୍ୟାସପର ଭାନ ଡର୍ ଭିନ ଦଶମ ଗୋଲ, ୫୮ତମ ଓ ୬୦ତମ ମିନିଟରେ ବୁକେନ୍ସ ଯଥାକ୍ରମେ ଏକାଦଶ ଓ ଦ୍ୱାଦଶ ଗୋଲ ସ୍କୋର କରିଥିଲେ। ସେହି ଶେଷ କ୍ୱାର୍ଟରରେ କୋରିଆ ମାତ୍ର ୨ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା। ୪୮ତମ ମିନିଟରେ ଜିଅଙ୍ଗ୍ ଜୁନ୍ ସିଅଙ୍ଗ ଚତୁର୍ଥ ଗୋଲ ଏବଂ ୫୪ତମ ମିନିଟରେ କିମ୍ ୟୁନୋ ପଞ୍ଚମ ଗୋଲ ସ୍କୋର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story