Advertisment

ହକି ବିଶ୍ୱକପ: ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ହରାଇଲା ନେଦରଲ୍ୟାଣ୍ଡ୍ସ

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଚାଲିଥିବା ହକି ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସର ବିଜୟ ଅଭିଯାନ ଜାରି ରହିଛି। ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଏକତରଫା ଭାବେ ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ପରାସ୍ତ କରିଛି। ଚଳିତ ବିଶ୍ୱକପରେ ଏହା ନେଦରଲ୍ୟାଣ୍ଡ୍ସର ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍‌ରେ ଦଳ ମାଲେସିୟାକୁ ସମାନ ୪-୦ ଗୋଲରେ ହରାଇଥିଲା। କ୍ରମାଗତ ଦୁଇଟି ବିଜୟ ସହ ପୁଲ ସି’କୁ ନେଦରଲ୍ୟାଣ୍ଡ୍ସ କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ଏକପ୍ରକାରର ପକ୍କା କରି […]

ଅଦ୍ୟତନ ହୋଇଛି
ହକି ବିଶ୍ୱକପ: ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ହରାଇଲା ନେଦରଲ୍ୟାଣ୍ଡ୍ସ

Dutch

Advertisment

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଚାଲିଥିବା ହକି ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସର ବିଜୟ ଅଭିଯାନ ଜାରି ରହିଛି। ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଏକତରଫା ଭାବେ ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ପରାସ୍ତ କରିଛି।

Advertisment

ଚଳିତ ବିଶ୍ୱକପରେ ଏହା ନେଦରଲ୍ୟାଣ୍ଡ୍ସର ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍‌ରେ ଦଳ ମାଲେସିୟାକୁ ସମାନ ୪-୦ ଗୋଲରେ ହରାଇଥିଲା। କ୍ରମାଗତ ଦୁଇଟି ବିଜୟ ସହ ପୁଲ ସି’କୁ ନେଦରଲ୍ୟାଣ୍ଡ୍ସ କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ଏକପ୍ରକାରର ପକ୍କା କରି ନେଇଛି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଆରମ୍ଭରୁ ଡଚ୍‌ ଖେଳାଳିମାନେ ଆଟାକିଂ ମୁଡ୍‌କୁ ଚାଲି ଆସିଥିଲେ। ମ୍ୟାଚ୍‌ର ୩ୟ ମିନିଟ୍‌ରେ ହିଁ ନେଦରଲ୍ୟାଣ୍ଡ୍ସର ଅଧିନାୟକ ଥିରୀ ବ୍ରିଙ୍କମାନ ପ୍ରଥମ ଗୋଲ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ସ୍ଥିତି ବରାବର କରିବାକୁ ନ୍ୟୁଜିଲ୍ୟାଣ୍ଡକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଦଳ ଏହାକୁ ହାତ ଛଡ଼ା କରିଥିଲା।

Advertisment

ଏହାପରେ ଡଚ୍‌ ଟିମ କାଉଣ୍ଟର ଆଟାକ କରିଥିଲା ଓ ବ୍ରିଙ୍କମାନ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର ସୁଦ୍ଧା ସ୍ଥିତି ଡଚ୍‌ ଟିମ ପକ୍ଷରେ ୨-୦ରେ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡ୍ସ ଗୋଟିଏ ଗୋଲ ସ୍କୋର କରିଥିଲା। ଦଳ ପକ୍ଷରୁ କୋଇନ ବିଜେନ ତୃତୀୟ ଗୋଲ ସ୍କୋର କରିଥିଲେ। ହାଫଟାଇମ ସୁଦ୍ଧା ସ୍ଥିତି ୩-୦ ରହିଥିଲା। ତୃତୀୟ କ୍ୱାର୍ଟର ସଂପୂର୍ଣ୍ଣ ଭାବେ ଗୋଲ ଶୂନ୍ୟ ରହିଥିଲା। ବ୍ରିଙ୍କମାନ ଓ ଡଚ୍‌ର ଫାରୱାର୍ଡ ଘନଘନ ଆକ୍ରମଣ କରିଥିଲେ ମଧ୍ୟ ଗୋଟିଏ ହେଲେ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ।

୪ର୍ଥ କ୍ୱାର୍ଟରରେ ହୋଡମେକର୍ସ ସୁନ୍ଦର ଗୋଲ କରି ଦଳକୁ ୪-୦ରେ ଆଗୁଆ କରି ଦେଇଥିଲେ। ୪ର୍ଥ ଗୋଲ ସ୍କୋର କରିବା ପରେ ନେଦରଲ୍ୟାଣ୍ଡ୍ସ କେବଳ ପାସ୍‌ ଦେଇ ସମୟ ନଷ୍ଟ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଆଟାକ କରିବାକୁ ଚେଷ୍ଟା କରଥିଲେ ମଧ୍ୟ କିଛି ବି ଲାଭ ପାଇ ନଥିଲା। ଶେଷରେ ଡଚ୍‌ ଟିମ୍‌ ମ୍ୟାଚ୍‌କୁ ୪-୦ରେ ଜିତିଥିଲା।

ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ ଚିଲିକୁ ୩-୧ରେ ପରାସ୍ତ କରିଥିଲା। ହେଲେ ଆଜି ଦଳକୁ ପରାସ୍ତ ହେବାକୁ ପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe