Advertisment

ଆଉ ୧୦ ବର୍ଷ ହକିର ହାତ ଧରିବ ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଟିମ୍ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ୨୦୧୮ରେ ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। କିନ୍ତୁ ଏବେ ଓଡ଼ିଶା ଆଉ ୧୦ ବର୍ଷ ହକି ଇଣ୍ଡିଆ ସହ ରହିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ୨୦୨୩ ପରେ […]

author-image
Ranjit Kumar Jena
ଆଉ ୧୦ ବର୍ଷ ହକିର ହାତ ଧରିବ ଓଡ଼ିଶା

hockey-india

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଟିମ୍ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ୨୦୧୮ରେ ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। କିନ୍ତୁ ଏବେ ଓଡ଼ିଶା ଆଉ ୧୦ ବର୍ଷ ହକି ଇଣ୍ଡିଆ ସହ ରହିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ୨୦୨୩ ପରେ ଓଡ଼ିଶା ଆଉ ୧୦ ବର୍ଷ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହକି ଇଣ୍ଡିଆ ସହ ଆମର ପାର୍ଟନରଶିପ୍ ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ଆମେ ଆମର ଏହି ପାର୍ଟନରଶିପକୁ ଆଗକୁ ବଢ଼ାଇବୁ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ହକି ଇଣ୍ଡିଆ ସହ ରହିବା ନେଇ ଆମେ ଘୋଷଣା କରୁଛୁ। ଆଉ ଏହା ଭାରତୀୟ ହକିରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ଦେଶକୁ ତା'ର ପୂର୍ବ ଗୌରବ ଫେରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ଟୋକିଓରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଆମକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ଭାରତ ତା'ର ପୂର୍ବ ଗୌରବ ଫେରିପାଇବା ସମସ୍ତଙ୍କୁ ଭାବବିହ୍ୱଳ କରିଛି। ଚାରି ଦଶନ୍ଧି ପରେ ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ହକିରେ ପଦକ ଜିତିଛି। ଆଉ ପୂରା ଦେଶ ହକି ଦଳର ମ୍ୟାଚ୍ ଦେଖିବା ପାଇଁ ଯେଉଁ ଉତ୍ସାହ ଦେଖାଇଲେ, ତାହା ଏହି କ୍ରୀଡ଼ା ପ୍ରତି ସେମାନଙ୍କର ଭଲପାଇବା ଦର୍ଶାଇଛି।

Advertisment

ସୂଚନାଯୋଗ୍ୟ, ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଟିମକୁ ସ୍ପନସରରୁ ଓହରି ଯାଇଥିଲା। ଯାହା ପରେ ହକିକୁ କୌଣସି ସ୍ପନସର୍ ମିଳିନଥିଲା। ତେବେ ଏଭଳି ବିପଦ ସମୟରେ ହକିର ହାତ ଧରିଥିଲେ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ସରକାର। ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଏହାବ୍ୟତୀତ ଓଡ଼ିଶା ସରକାର ବିଶ୍ୱସ୍ତରୀୟ ଟ୍ରେନିଂ, ରିହ୍ୟାବ ସୁବିଧା, ପ୍ରାକ୍ଟିସ୍ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ଜରିଆରେ ହକିକୁ ନୂଆ ଜୀବନ ଦେଇଛନ୍ତି।

ଆଜି ଭାରତୀୟ ହକି ଟିମ୍ ଯେଉଁ ସଫଳତା ହାସଲ କରିଛି, ତା’ ପଛରେ ଓଡ଼ିଶା ସରକାରଙ୍କ ହାତ ରହିଥିବା ଲୋକେ କହିଛନ୍ତି। କାରଣ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରାୟୋଜକରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ହକିରେ ବ୍ରୋଞ୍ଜ ପଦକ ଜିତିଛି।