Advertisment

ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହକି ବିଶ୍ୱକପ୍!

ନୂଆଦିଲ୍ଲୀ: ହକିର ହବ୍ ଭାବେ ପରିଚୟ ପାଇଥିବା ଓଡ଼ିଶା ଆଉ ଏକ ହକି ବିଶ୍ୱକପ୍ ଆୟୋଜନ କରିପାରେ। ନଭେମ୍ବର ମାସ ୨୫ରୁ ଡିସେମ୍ବର ୫ ତାରିଖ ଯାଏ ଭାରତରେ ଆୟୋଜିତ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍। ହେଲେ ଏ ଯାଏ ବିଶ୍ୱକପ୍ ପାଇଁ ଭେନ୍ୟୁ ସ୍ଥିର ହୋଇପାରିନାହିଁ। ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡ଼ିକ ଗୌହାଟୀରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରେ ଲକ୍ଷ୍ନୌ ଏବଂ ଏବେ ଓଡ଼ିଶା ମଧ୍ୟ ଆୟୋଜନ ପାଇଁ ଦୌଡ଼ରେ ସାମିଲ୍ ହୋଇଥିବା […]

ବିଶ୍ୱକପ୍ ହକି: ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ବର୍ଷକରେ ୨ଗୁଣ ବଢ଼ି ୮୭୬ କୋଟିକୁ ଛୁଇଁଲା

kalinga-stadium

Advertisment

ନୂଆଦିଲ୍ଲୀ: ହକିର ହବ୍ ଭାବେ ପରିଚୟ ପାଇଥିବା ଓଡ଼ିଶା ଆଉ ଏକ ହକି ବିଶ୍ୱକପ୍ ଆୟୋଜନ କରିପାରେ। ନଭେମ୍ବର ମାସ ୨୫ରୁ ଡିସେମ୍ବର ୫ ତାରିଖ ଯାଏ ଭାରତରେ ଆୟୋଜିତ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍। ହେଲେ ଏ ଯାଏ ବିଶ୍ୱକପ୍ ପାଇଁ ଭେନ୍ୟୁ ସ୍ଥିର ହୋଇପାରିନାହିଁ। ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡ଼ିକ ଗୌହାଟୀରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରେ ଲକ୍ଷ୍ନୌ ଏବଂ ଏବେ ଓଡ଼ିଶା ମଧ୍ୟ ଆୟୋଜନ ପାଇଁ ଦୌଡ଼ରେ ସାମିଲ୍ ହୋଇଥିବା ଜଣାପଡ଼ିଛି।

Advertisment

ଟୁର୍ଣ୍ଣାମେଣ୍ଟକୁ ଆଉ ଦୁଇ ମାସ ସମୟ ବାକି ଥିବା ବେଳେ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ହକି ଇଣ୍ଡିଆର ନିଷ୍ପତ୍ତି ଅପେକ୍ଷାରେ ରହିଛି। ଜୁନିୟର ମହିଳା ହକି ବିଶ୍ୱକପର ଆୟୋଜନ ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମରେ ଡିସେମ୍ବର ୫ରୁ ୧୬ ତାରିଖ ଯାଏ ହେବ। ତେବେ ଜୁନିୟର ହକି ବିଶ୍ୱକପ୍ ପାଇଁ ଏଯାଏ ଭେନ୍ୟୁ ସ୍ଥିର ହୋଇନାହିଁ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ ଏଫଆଇଏଚ୍ କମ୍ୟୁନିକେସନ୍ ଡିପାର୍ଟମେଣ୍ଟ କହିଛି, ଏଫଆଇଏଚ୍ ପୁରୁଷ ଜୁନିୟର ହକି ବିଶ୍ୱକପ୍ କେଉଁ ସହରରେ ଆୟୋଜିତ ହେବ, ସେ ନେଇ କିଛି ନିର୍ଦ୍ଧାରିତ ହୋଇପାରିନାହିଁ। ତେବେ ଆମେ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ନିମନ୍ତେ ହକି ଇଣ୍ଡିଆ ସହ ଲଗାତର ଯୋଗଯୋଗରେ ରହିଛୁ।

Advertisment

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବକ, ଆୟୋଜନ ପାଇଁ ଯେଉଁ ତିନୋଟି ସହର ଧାର୍ଯ୍ୟ ହୋଇଛି, ସେଥିରେ ସବୁଠାରୁ ନିମ୍ନରେ ରହିଛି ଗୌହାଟୀ। ସେହିପରି ଓଡ଼ିଶାର ଆଉ ଏକ ସୂତ୍ରରେ ଜଣାପଡ଼ିଛି ଯେ ଓଡ଼ିଶାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଏବେ କଥାବାର୍ତ୍ତା ଚାଲିଛି।

ଟୋକିଓ ଅଲିମ୍ପିକ୍ସ ପରେ ଓଡ଼ିଶା ସରକାର ୨୦୩୨ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଛି। ୨୦୧୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ସଫଳତାପୂର୍ବକ ଆୟୋଜନ ହୋଇଥିଲା। ଯାହା ପରେ ଓଡ଼ିଶାରେ ମଧ୍ୟ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା।

୨୦୧୬ରେ ଜୁନିୟର ପୁରୁଷ ହକି ବିଶ୍ୱକପର ଆୟୋଜନ କରିଥିବା ଲକ୍ଷ୍ନୌ ପୁଣିଥରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ଦୌଡ଼ରେ ରହିଛି। ଉଭୟ ଲକ୍ଷ୍ନୌ ଓ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରିବାର ସମ୍ପୂର୍ଣ୍ଣ ଭିତ୍ତିଭୂମି ଓ ଅଭିଜ୍ଞତା ରହିଛି। ତେବେ ଓଡ଼ିଶାରେ ଜୁନିୟର ହକି ବିଶ୍ୱକପ୍ ହେବ ନା ନାହିଁ, ତା’ ଉପରେ ହକି ଇଣ୍ଡିଆ ଫାଇନାଲ୍ ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ଉଭୟ ପୁରୁଷ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ଆୟୋଜନ ପାଇଁ ଦୌଡ଼ରେ ଥିବା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଏଥିରୁ ଓହରିଯାଇଥିଲା। ଯାହା ପରେ ପୁରୁଷ ହକି ବିଶ୍ୱକପ୍ ପାଇଁ ଭାରତ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆର ଅଂଶଗ୍ରହଣକୁ ନେଇ ସନ୍ଦେହ ଦେଖା ଦେଇଛି। ଉଭୟ ଟିମ୍ କୋଭିଡ୍‌ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିପାରନ୍ତି। ତେବେ ଏ ନେଇ ଉଭୟ ଦେଶ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe