Advertisment

ଅଲିମ୍ପିକ୍ ପାଇଁ ଦୀପ୍ ଗ୍ରେସ୍ ଭାରତୀୟ ଟିମର ଭାଇସ୍ କ୍ୟାପଟେନ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ପାଇଁ ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍ ଓ ଭାଇସ୍ କ୍ୟାପଟେନ୍ ଘୋଷଣା ହୋଇଛି। ଅଭିଜ୍ଞ ଷ୍ଟ୍ରାଇକର୍ ରାନୀ ରାମପଲ୍ ଅଲିମ୍ପିକରେ ଭାରତୀୟ ଦଳର କ୍ୟାପଟେନ୍ ହେବେ। ସେହିପରି ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କା ଭାରତୀୟ ମହିଳା ହକି ଟିମର ଭାଇସ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। ଦୀପ୍ ଗ୍ରେସଙ୍କ ସହ ସବିତାଙ୍କୁ ମଧ୍ୟ ଭାଇସ୍ କ୍ୟାପଟେନ୍ କରାଯାଇଛି। ଉଭୟ ଦୀପ୍ ଗ୍ରେସ୍ ଓ ସବିତା ଅଭିଜ୍ଞ ଖେଳାଳି। ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି […]

ଅଦ୍ୟତନ ହୋଇଛି
ଅଲିମ୍ପିକ୍ ପାଇଁ ଦୀପ୍ ଗ୍ରେସ୍ ଭାରତୀୟ ଟିମର ଭାଇସ୍ କ୍ୟାପଟେନ୍

deep-grace-ekka

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ପାଇଁ ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍ ଓ ଭାଇସ୍ କ୍ୟାପଟେନ୍ ଘୋଷଣା ହୋଇଛି। ଅଭିଜ୍ଞ ଷ୍ଟ୍ରାଇକର୍ ରାନୀ ରାମପଲ୍ ଅଲିମ୍ପିକରେ ଭାରତୀୟ ଦଳର କ୍ୟାପଟେନ୍ ହେବେ। ସେହିପରି ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କା ଭାରତୀୟ ମହିଳା ହକି ଟିମର ଭାଇସ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। ଦୀପ୍ ଗ୍ରେସଙ୍କ ସହ ସବିତାଙ୍କୁ ମଧ୍ୟ ଭାଇସ୍ କ୍ୟାପଟେନ୍ କରାଯାଇଛି।

Advertisment

ଉଭୟ ଦୀପ୍ ଗ୍ରେସ୍ ଓ ସବିତା ଅଭିଜ୍ଞ ଖେଳାଳି। ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କୋଚ୍ ମାରିନ୍। ସେ କହିଛନ୍ତି, ମୁଁ ରାନୀଙ୍କୁ କ୍ୟାପଟେନ୍ ହେବା ନେଇ ଅଭିନନ୍ଦନ ଜଣାଉଛନ୍ତି। ଏହାଛଡ଼ା ଦୀପ୍ ଗ୍ରେସ୍ ଏକ୍କା ଓ ସବିତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଏହି ତିନି ଭେଟେରାନ୍ ଖେଳାଳିଙ୍କ ପାଖରେ ନେତୃତ୍ୱ ନେବାର ପ୍ରଚୁର ଅଭିଜ୍ଞତା ରହିଛି। ମୋର ବିଶ୍ୱାସ ଏମାନେ ଅଲିମ୍ପିକରେ ନିଶ୍ଚିତ ସଫଳ ହେବେ।

ଭାଇସ୍ କ୍ୟାପଟେନ୍ ଚୟନ ହେବା ପରେ ଦୀପ୍ ଗ୍ରେସ୍ କହିଛନ୍ତି, ଅଲିମ୍ପିକରେ ଭାରତର ଭାଇସ୍ କ୍ୟାପଟେନ୍ ହେବା ମୋ ପାଇଁ ସମ୍ମାନର କଥା। ଏହା ମୋତେ ଭଲ ପ୍ରଦର୍ଶନ କରିବାରେ ପ୍ରୋତ୍ସାହନ କରିବ। ଭାରତୀୟ ଦଳରେ ବିଭିନ୍ନ ପ୍ରାନ୍ତରୁ ଖେଳାଳି ଅଛନ୍ତି। କିନ୍ତୁ ମହାମାରୀ ସମୟରେ ଅର୍ଥାତ୍ ୧୫ ମାସ ଧରି ଆମେ ଏକତା ବଜାୟ ରଖିଛୁ, ଯାହା ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା।

Advertisment

ଗତ ୧୭ ତାରିଖରେ ଟୋକିଓ ଅଲିମ୍ପିକ୍ କ୍ରୀଡ଼ା ପାଇଁ ହକି ଇଣ୍ଡିଆ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରାଯାଇଥିଲା। ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି। ଦୀପ୍ ଏହା ପୂର୍ବରୁ ୨୦୧୬ରେ ଆୟୋଜିତ ରିଓ ଅଲିମ୍ପିକ୍ସରେ ମଧ୍ୟ ସ୍ଥାନ ପାଇଥିଲେ।

ଭାରତୀୟ ସ୍କ୍ୱାଡ୍
ଗୋଲକିପର: ସବିତା (ଭାଇସ୍ କ୍ୟାପଟେନ୍‌)

ଡିଫେଣ୍ଡର୍ସ: ଦୀପ୍ ଗ୍ରେସ୍ ଏକ୍କା (ଭାଇସ୍ କ୍ୟାପଟେନ୍‌), ନିକ୍କି ପ୍ରଧାନ, ଗୁରଜିତ୍ କୌର୍, ଉଦିତା

ମିଡଫିଲ୍ଡର୍ସ: ନିଶା, ନେହା, ସୁଶୀଲା ଚାନୁ ପୁଖରାମବାମ୍, ମୋନିକା, ନବଜୋତ୍ କୌର୍, ସାଲିମା ଟେଟେ

ଫରୱାର୍ଡସ୍: ରାନୀ (କ୍ୟାପଟେନ୍), ନବନୀତ୍ କୌର, ଲାଲରେମଶିଆମି, ବନ୍ଦନା କାଟାରିଆ, ଶର୍ମିଳା ଦେବୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe