Advertisment

ଏସିଆ କପ: ଭାରତ-ପାକିସ୍ତାନ ମ୍ୟାଚ୍‌ ୧-୧ରେ ଡ୍ର

ଜାକର୍ତ୍ତା: ଏସିଆ କପ୍‌ ଅଭିଯାନ ଡ୍ରରୁ ଆରମ୍ଭ କରିଛି ଭାରତୀୟ ହକି ଟିମ୍‌। ଆଜି ପୁଲ ଏ’ରେ ଥିବା ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଥିଲା। ପୂରା ମ୍ୟାଚ୍‌ରେ ଭାରତ ଦବଦବା ଦେଖାଇବା ସହ ମ୍ୟାଚ୍‌ରେ ୧-୦ରେ ଆଗରେ ଥିଲେ। ହେଲେ ଶେଷ ମିନିଟ୍‌ରେ ପାକିସ୍ତାନ ଗୋଟିଏ ଗୋଲ ସ୍କୋର କରିବାରୁ ମ୍ୟାଚ୍‌ ଡ୍ର ହୋଇ ଯାଇଛି। ଜାକର୍ତ୍ତାରେ ଖେଳାଯାଉଥିବା ଏସିଆ କପ ଭାରତ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାପ୍ଟେନ୍ସିରେ ଖେଳୁଛି। ଆଜି ପ୍ରଥମ ମ୍ୟାଚ୍‌ରେ ବୀରେନ୍ଦ୍ର […]

ଏସିଆ କପ: ଭାରତ-ପାକିସ୍ତାନ ମ୍ୟାଚ୍‌ ୧-୧ରେ ଡ୍ର

India

Advertisment

ଜାକର୍ତ୍ତା: ଏସିଆ କପ୍‌ ଅଭିଯାନ ଡ୍ରରୁ ଆରମ୍ଭ କରିଛି ଭାରତୀୟ ହକି ଟିମ୍‌। ଆଜି ପୁଲ ଏ’ରେ ଥିବା ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଥିଲା। ପୂରା ମ୍ୟାଚ୍‌ରେ ଭାରତ ଦବଦବା ଦେଖାଇବା ସହ ମ୍ୟାଚ୍‌ରେ ୧-୦ରେ ଆଗରେ ଥିଲେ। ହେଲେ ଶେଷ ମିନିଟ୍‌ରେ ପାକିସ୍ତାନ ଗୋଟିଏ ଗୋଲ ସ୍କୋର କରିବାରୁ ମ୍ୟାଚ୍‌ ଡ୍ର ହୋଇ ଯାଇଛି।

Advertisment

ଜାକର୍ତ୍ତାରେ ଖେଳାଯାଉଥିବା ଏସିଆ କପ ଭାରତ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାପ୍ଟେନ୍ସିରେ ଖେଳୁଛି। ଆଜି ପ୍ରଥମ ମ୍ୟାଚ୍‌ରେ ବୀରେନ୍ଦ୍ର ଆଣ୍ଡ କୋ ଦମଦାର ଆରମ୍ଭ କରିଥିଲେ। ଭାରତ ପକ୍ଷରୁ ୨୦ ବର୍ଷୀୟ ଡେବ୍ୟୁଟାଣ୍ଟ କାର୍ତ୍ତି ସେଲଭମ ପ୍ରଥମ କ୍ୱାର୍ଟର୍‌ରେ ହିଁ ଗୋଲ ସ୍କୋର କରିଥିଲେ। ସେଲଭମ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ପ୍ରଥମ କ୍ୱାର୍ଟର ସରିବାକୁ ୬ ମିନିଟ୍‌ ବାକି ଥିବା ବେଳେ ହିଁ ଭାରତ ଗୋଲ ସ୍କୋର କରି ମ୍ୟାଚ୍‌ରେ ଆଗୁଆ ହୋଇ ଯାଇଥିଲା।

Imageଏହାପରେ ପାକିସ୍ତାନ ଅଧିନାୟକ ଉମର ଭାଟ୍ଟି ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ଡିଫେନ୍ସ ଲାଇନ ତାଙ୍କର ସବୁ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲା। ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର୍‌ରେ ଉଭୟ ଦଳ ପରସ୍ପର ଉପରେ ଘନଘନ ଆକ୍ରମଣ କରିଥିଲେ। ହେଲେ କେହି କାହାକୁ ଗୋଲ ଦେବାରେ ସଫଳ ହୋଇ ନଥିଲେ। ୪ର୍ଥ କ୍ୱାର୍ଟର ଆରମ୍ଭ ବେଳେ ଭାରତ ୧-୦ରେ ଆଗୁଆ ଥିଲା। ଏହି କ୍ୱାର୍ଟର୍‌ରେ ଭାରତୀୟ ଖେଳାଳିମାନେ ପାକିସ୍ତାନକୁ ଶେଷ ଯାଏ ଅଟକାଇ ରଖିଥିଲେ। କିନ୍ତୁ ଉମର ଭାଟ୍ଟି ଆଣ୍ଡ କୋ ହାର ମାନିବା ମୁଡରେ ନଥିଲେ।

Advertisment

Imageମ୍ୟାଚ୍‌ ଶେଷ ହେବାକୁ ୩ ମିନିଟ୍‌ ବାକି ଥିବା ବେଳେ ପାକିସ୍ତାନକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର। ଏହାକୁ ଅବଦୁଲ ରାଣା ବେଶ ଚମତ୍କାର ଢଙ୍ଗରେ ଭାରତୀୟ ଗୋଲ ପୋଷ୍ଟ ମାରି ଦେଇଥିଲେ। ଫଳରେ ଭାରତ ଏକ ନିଶ୍ଚିତ ବିଜୟ ମ୍ୟାଚ୍‌କୁ ଡ୍ରରେ ଶେଷ କରିବାକୁ ବାଧ୍ୟ ହୋଇଥିଲା।

ଆସନ୍ତକାଲି ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଜାପାନକୁ ଭେଟିବ। ସେହିପରି ପାକିସ୍ତାନର ମୁକାବିଲା ଇଣ୍ଡୋନେସିଆ ସହ ହେବ। ୨୬ ତାରିଖରେ ଭାରତ ତା’ର ଶେଷ ଲିଗ ମ୍ୟାଚ୍‌ ଇଣ୍ଡୋନେସିଆ ସହ ଖେଳିବ।

Image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe