Advertisment

ଯୋଗ ଛାଡ଼ି ହକି ମ୍ୟାଚ୍ ଦେଖିଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି। ଭାରତୀୟ ଟିମ୍ ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଭାରତ ଶେଷଥର ପାଇଁ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହାର ୪୧ ବର୍ଷ ପରେ ଭାରତ ପୁଣିଥରେ ହକିର ସେହି ସ୍ୱର୍ଣ୍ଣିମ ସମୟକୁ ଫେରିପାରିଛି। ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ଆଜି ସକାଳୁ ସମସ୍ତଙ୍କର ନଜର ଟିଭି ଉପରେ ଲାଗି ରହିଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ […]

ଯୋଗ ଛାଡ଼ି ହକି ମ୍ୟାଚ୍ ଦେଖିଲେ ପିଏମ୍ ମୋଦି

pm-modi

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି। ଭାରତୀୟ ଟିମ୍ ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଭାରତ ଶେଷଥର ପାଇଁ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହାର ୪୧ ବର୍ଷ ପରେ ଭାରତ ପୁଣିଥରେ ହକିର ସେହି ସ୍ୱର୍ଣ୍ଣିମ ସମୟକୁ ଫେରିପାରିଛି।

Advertisment

ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ଆଜି ସକାଳୁ ସମସ୍ତଙ୍କର ନଜର ଟିଭି ଉପରେ ଲାଗି ରହିଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସବୁ ହକି ପ୍ରେମୀଙ୍କ ଭଳି ଟିଭି ଆଗରେ ବସି ରହିଥିଲେ ଏବଂ ବିଜୟ ପରେ ଖେଳାଳିଙ୍କୁ ବଧେଇ ଜଣାଇଥିଲେ।

ବଡ଼ କଥା ହେଉଛି, ସବୁ ଦିନ ସକାଳେ ପ୍ରଧାନମନ୍ତ୍ରୀ ମୋଦି ଯୋଗ କରନ୍ତି। କିନ୍ତୁ ଯେତେବେଳେ ଭାରତ ଓ ଜର୍ମାନୀ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍ ଖେଳାଯାଉଥିଲା, ସେହି ସମୟରେ ପିଏମ୍ ମୋଦି ଯୋଗ ଛାଡ଼ି ମ୍ୟାଚ୍ ଦେଖୁଥିଲେ। ଇଣ୍ଡିଆ ଟୁଡେର ଖବର ଅନୁଯାୟୀ, ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ଏହି ଐତିହାସିକ ମ୍ୟାଚ୍ ଦେଖିବା ପାଇଁ ପିଏମ୍ ମୋଦି ସମୟ କାଢ଼ିଥିଲେ। ଏପରିକି ପିଏମ୍ ମୋଦି ନିଜର ଯୋଗ ସେସନକୁ ଛାଡ଼ି ଦେଇଥିଲେ।

Advertisment

https://twitter.com/narendramodi/status/1423122624679268355?s=20

୪୧ ବର୍ଷ ପରେ ହକିରେ ପଦକ ଜିତିବାକୁ ପିଏମ୍ ମୋଦି ଐତିହାସିକ କହିଛନ୍ତି। ମୋଦି କହିଛନ୍ତି, ଆଜିର ଦିନକୁ ପ୍ରତିଟି ଭାରତୀୟ ମନେ ରଖିବ। ଏହାସହ ପିଏମ୍ ଭାରତୀୟ ପୁରୁଷ ଦଳକୁ ବଧେଇ ଜଣାଇଥିଲେ। ଭାରତର ଏହି ଉପଲବ୍ଧି ପୂରା ଦେଶକୁ, ବିଶେଷକରି ଯୁବକଙ୍କୁ ହକି ପ୍ରତି ଆକୃଷ୍ଟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଜର୍ମାନୀ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚ୍ ଜିତିବାର କିଛି ସମୟ ପରେ ଖୋଦ୍ ପିଏମ୍ ମୋଦି ମଇଦାନରେ ଉପସ୍ଥିତ ଥିବା ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହଙ୍କ ସହ କଥା ହୋଇଥିଲେ। ହଠାତ୍ ପିଏମଙ୍କ ଫୋନ୍ ଆସିବା ଦେଖି ମନପ୍ରୀତଙ୍କ ସହ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ୍ୟାପଟେନ୍ ମନପ୍ରୀତ ଓ କୋଚ୍ ରିଡଙ୍କ ସହ ପିଏମ୍ ମୋଦିଙ୍କର କଥା ହେବାର ଭିଡିଓ ଭାଇରାଲ୍ ହୋଇଛି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe