Advertisment

ମୋଦିଙ୍କ ସହ କଥା ହେଉ ହେଉ କାନ୍ଦି ପକାଇଲା ମହିଳା ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଟିମ୍ ଐତିହାସିକ ପଦକରୁ ବଞ୍ଚିତ ହୋଇଛି। ହୁଏତ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି, କିନ୍ତୁ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଦୟ ଜିଣିଛନ୍ତି। ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ଖେଳାଳିମାନେ ମଇଦାନରେ ଖୁବ୍ କାନ୍ଦିଥିଲେ। ପ୍ରଥମଥର ପଦକ […]

ମୋଦିଙ୍କ ସହ କଥା ହେଉ ହେଉ କାନ୍ଦି ପକାଇଲା ମହିଳା ଟିମ୍

modi

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଟିମ୍ ଐତିହାସିକ ପଦକରୁ ବଞ୍ଚିତ ହୋଇଛି। ହୁଏତ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି, କିନ୍ତୁ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଦୟ ଜିଣିଛନ୍ତି।

Advertisment

ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ଖେଳାଳିମାନେ ମଇଦାନରେ ଖୁବ୍ କାନ୍ଦିଥିଲେ। ପ୍ରଥମଥର ପଦକ ଜିତିବାର ସୁଯୋଗ ହାତରୁ ଚାଲିଯାଇଥିବାରୁ ମହିଳାମାନେ ନିଜର କୋହକୁ ରୋକିପାରିନଥିଲେ। ବ୍ରିଟେନ୍ ଖେଳାଳିମାନେ ଖେଳୁଆଡ଼ ମନୋଭାବ ଦେଖାଇ ଭାରତୀୟ ମହିଳାଙ୍କ ସାନ୍ତ୍ୱନା ଦେଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ଖେଳାଳିଙ୍କ ପ୍ରଦର୍ଶନ ପାଇଁ ଖୁବ୍ ପ୍ରଶଂସା କରିଛନ୍ତି।

ମ୍ୟାଚ୍ ଶେଷ ହେବା ପରେ ପିଏମ୍ ମୋଦି ମହିଳା ଟିମ୍ ସହ ଫୋନ୍ ଯୋଗେ କଥା ହୋଇଥିଲେ। କଥାବାର୍ତ୍ତା ବେଳେ ମହିଳା ହକି ଟିମର ସବୁ ଖେଳାଳି ଭାବବିହ୍ୱଳ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ଫୋନରେ କଥା ହୋଇ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ। ମୋଦି କହିଛନ୍ତି, ଆପଣମାନେ ସମସ୍ତେ ଭଲ ଖେଳିଛନ୍ତି। ଗତ ୫-୬ ବର୍ଷ ଧରି ଆପଣମାନେ ଏହି ଖେଳ ପାଇଁ ଖୁବ୍ ଝାଳ ବୁହାଇଛନ୍ତି। ଆପଣଙ୍କ ଏହି ଝାଳବୁହା ପରିଶ୍ରମ ପଦକ ସିନା ଦେଇପାରିଲା ନାହିଁ, କିନ୍ତୁ ଏହା ଦେଶର ଝିଅମାନଙ୍କ ପାଇଁ ପ୍ରେରଣା ପାଲଟିଛି। ମୁଁ ଟିମର ସବୁ ସଦସ୍ୟ ଓ କୋଚଙ୍କୁ ବଧେଇ ଜଣାଉଛି।

Advertisment

https://twitter.com/TheHockeyIndia/status/1423567716867207171?s=20

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହକି ଖେଳାଳି ନବନୀତ କୌରଙ୍କ ଆଖିରେ ଲାଗିଥିବା ଆଘାତ କଥା ପଚାରି ବୁଝିଥିଲେ। ପିଏମ୍ ମୋଦି କହିଲେ, ମୁଁ ଦେଖିଲି ଯେ ଆପଣଙ୍କ ଆଖିରେ ଆଘାତ ଲାଗିଛି। ଜବାବରେ କ୍ୟାପଟେନ୍ ରାଣୀ ରାମପଲ୍ କହିଥିଲେ ଯେ ନବନୀତଙ୍କ ଆଖିରେ ଚାରୋଟି ଷ୍ଟିଚ୍ ପଡ଼ିଛି। ମୋଦି କହିଲେ ଯେ ଆଶା କରୁଛି ନବଦୀପ ଏବେ ଭଲ ଥିବେ। ଫୋନରେ କଥା ହେବା ସମୟରେ ମୋଦି ବନ୍ଦନା କଟାରିୟା, ଗୋଲକିପର ସବିତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଏହାଛଡ଼ା ମୋଦି ମହିଳାମାନଙ୍କୁ ସାନ୍ତ୍ୱନା ଦେଇ କହିଥିଲେ ଯେ କାନ୍ଦିବା ବନ୍ଦ କର, ମୁଁ ଆପଣ ମାନଙ୍କ କାନ୍ଦ ଶୁଣିପାରୁଛି। ପୂରା ଦେଶ ଆପଣମାନଙ୍କ ପାଇଁ ଗର୍ବିତ।

ସୂଚନାଯୋଗ୍ୟ, ଗୁରୁବାର ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ପଦକ ଜିତିଛି। ପିଏମ୍ ମୋଦି ମଧ୍ୟ ଭାରତୀୟ ପୁରୁଷ ଟିମର କ୍ୟାପଟେନ୍ ମନପ୍ରୀତ ସିଂହ ଓ କୋଚ୍ ଗ୍ରାହାମ୍ ରିଡଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe