Hockey.jpg2
ଟୋକିଓ: ଭଲ ଖେଳ ପ୍ରଦର୍ଶନ କରି ମଧ୍ୟ ଚଳିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ବାଦ ପଡ଼ିଛି ଭାରତୀୟ ମହିଳା ହକି ଦଳ। ସେମି ଫାଇନାଲରେ ଆର୍ଜେଣ୍ଟିନା ଠାରୁ ୨-୧ରେ ଭାରତୀୟ ଦଳ ହାରିବା ପରେ ସମସ୍ତେ ମର୍ମାହତ ହୋଇଛନ୍ତି। ତଥାପି ଦଳ ପାଖରେ ମେଡାଲ ଜିତିବାର ସୁଯୋଗ ରହିଛି। ସେମିରେ ଦଳ ହାରି ଥିବାରୁ ବ୍ରିଟେନ ସହ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବ।
ଦଳ ଆଜି ମ୍ୟାଚ୍ ହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ରାଣୀ ରାମପଲ ଓ କୋଚ୍ ଜୋଏଡ ମାରିନଙ୍କ ସହ କଥା ହୋଇଛନ୍ତି। ମ୍ୟାଚ ହାରିବା ପରେ ସେମାନଙ୍କ ମନୋବଳ ବଢ଼ାଇବାକୁ ମୋଦି ଫୋନ କରିଥିଲେ। ଟୋକିଓ ୨୦୨୦ରେ ଭାରତୀୟ ମହିଳା ଦଳ ଯେଉଁଭଳି ପ୍ରଦର୍ଶନ କରିଛି, ତାହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମଧ୍ୟ ମୋଦି ସେମାନଙ୍କୁ କହିଛନ୍ତି।
ମୋଦି ଫୋନରେ ରାଣୀ ଓ ମାରିନଙ୍କୁ କହିଛନ୍ତି ଯେ ମହିଳା ଟିମ୍ ପାଖରେ ଦକ୍ଷ ଆଥଲେଟ ରହିଛନ୍ତି। ସେମାନେ କଠିନ ପରିଶ୍ରମ କରୁଛନ୍ତି। ଏବେ ଆଗକୁ ଦେଖିବାର ଅଛି। ହାରିବା ଓ ଜିତିବା ଖେଳର ଗୋଟିଏ ଅଂଶ। ତେଣୁ ସେମାନେ ଆଦୌ ଭାଙ୍ଗି ପଡ଼ିବା କଥା ନୁହେଁ ବୋଲି ମୋଦି ଉଭୟଙ୍କୁ କହିଛନ୍ତି।
ଏହାବାଦ୍ ମୋଦି ଟ୍ୱିଟ ଯୋଗେ ମହିଳା ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ “ଆମ ହକି ଟିମ୍ର ପ୍ରଦର୍ଶନ ଯୋଗୁ ଆମେ ଟୋକିଓ ଅଲିମ୍ପିକ୍ସ ୨୦୨୦କୁ ମନେ ରଖିବୁ। ଆଜି ଓ ପୂରା ଗେମ୍ସରେ ଆମ ମହିଳା ହକି ଟିମ୍ ଅତ୍ୟନ୍ତ ସାହାସ ଓ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ଟିମ୍ ପାଇଁ ଆମେ ସମସ୍ତେ ଗର୍ବିତ। ଆସନ୍ତା ମ୍ୟାଚ୍ ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା ବୋଲି ମୋଦି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/Hockey.jpg2_.jpg)