Advertisment

ବିଶ୍ୱକପ୍ ହକି: ଅନ୍‌ଲାଇନ୍‌ରେ ଟିକେଟ୍ ପାଇବା ଆଶା ଶୂନ, ଆସନ୍ତାକାଲିଠୁ ଅଫ୍‌ଲାଇନ୍ ଟିକଟ ବିକ୍ରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ବିଶ୍ୱକପ୍ ହକି ପାଇଁ ଆସନ୍ତାକାଲିଠୁ ଅଫ୍‌ଲାଇନ୍ ଟିକଟ ବିକ୍ରି ହେବ। ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେବ ଟିକଟ। ତେବେ ଟିକଟ ପାଇବେ ନା ନାହିଁ ତାକୁ ନେଇ ଆଶା ଆଶଙ୍କାରେ ଦର୍ଶକ। କାରଣ ଭାରତ ଖେଳିବାକୁ ଥିବା ସମସ୍ତ ମ୍ୟାଚ୍‌ର ଅନ୍‌ଲାଇନ୍ ଟିକଟ ବିକ୍ରି ସରିଯାଇଛି। ସେହିପରି ଅଫ୍‌ଲାଇନ୍‌ କେତେ ଟିକଟ ବିକ୍ରି ହେବ ତାହା ବି ସ୍ପଷ୍ଟ ନାହିଁ। ଏନେଇ ମୁହଁ ଖୋଲୁ ନାହାନ୍ତି ଆୟୋଜକ। ଜାନୁଆରୀ ୧୩ରୁ ଓଡ଼ିଶାରେ […]

ଅଦ୍ୟତନ ହୋଇଛି
ବିଶ୍ୱକପ୍ ହକି: ଅନ୍‌ଲାଇନ୍‌ରେ ଟିକେଟ୍ ପାଇବା ଆଶା ଶୂନ, ଆସନ୍ତାକାଲିଠୁ ଅଫ୍‌ଲାଇନ୍ ଟିକଟ ବିକ୍ରି

stadium

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ବିଶ୍ୱକପ୍ ହକି ପାଇଁ ଆସନ୍ତାକାଲିଠୁ ଅଫ୍‌ଲାଇନ୍ ଟିକଟ ବିକ୍ରି ହେବ। ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେବ ଟିକଟ। ତେବେ ଟିକଟ ପାଇବେ ନା ନାହିଁ ତାକୁ ନେଇ ଆଶା ଆଶଙ୍କାରେ ଦର୍ଶକ। କାରଣ ଭାରତ ଖେଳିବାକୁ ଥିବା ସମସ୍ତ ମ୍ୟାଚ୍‌ର ଅନ୍‌ଲାଇନ୍ ଟିକଟ ବିକ୍ରି ସରିଯାଇଛି। ସେହିପରି ଅଫ୍‌ଲାଇନ୍‌ କେତେ ଟିକଟ ବିକ୍ରି ହେବ ତାହା ବି ସ୍ପଷ୍ଟ ନାହିଁ। ଏନେଇ ମୁହଁ ଖୋଲୁ ନାହାନ୍ତି ଆୟୋଜକ।

Advertisment

ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେଉଛି ବିଶ୍ୱକପ୍‌ ହକି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ଏବଂ ରାଉରକେଲା ବିର୍ଶା ମୁଣ୍ଡା ଷ୍ଟାଡିୟମର ଦୁଇ ଓ ଛଅ ନମ୍ବର ଗେଟ୍‌ରେ ମିଳିବ ଟିକଟ। ଦିନ ୧୧ଟାରୁ ସଂଧ୍ୟା ୭ଟା ମଧ୍ୟରେ ଟିକଟ ବିକ୍ରି କରାଯିବ। ତେବେ ଅଫ୍‌ଲାଇନ୍‌ ଟିକେନ୍ ନ ମିଳିବା ଆଶଙ୍କାରେ ହକି ପ୍ରେମୀ।

୨୦୧୮ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିଶ୍ୱକପ ବେଳେ ଘଣ୍ଟା ଘଣ୍ଟା ଲାଇନ୍‌ରେ ଠିଆ ହୋଇଥିଲେ ବି ଟିକଟ ନପାଇ ନିରାଶ ହୋଇଥିଲେ ଅନେକ ଖେଳ ପ୍ରେମୀ। ତେଣେ ନଭେମ୍ବର ୨୫ରୁ ଅନ୍‌ଲାଇନ୍ ଟିକଟ ବିକ୍ରି ଆରମ୍ଭ ହୋଇଥିଲା। ମାତ୍ର ସାଇଟ୍ ଖୋଲୁ ଖୋଲୁ ଭାରତ ଖେଳିବାକୁ ଥିବା ମ୍ୟାଚ୍‌ର ଟିକଟ ସରିଯାଇଥିଲା। ତେଣୁ ଏଥର ବି ଖେଳ ଦେଖିବାର ସୁଯୋଗ ପାଇବେ ନା ନାହିଁ ତାକୁ ନେଇ ହକି ପ୍ରେମୀମାନଙ୍କ ଭିତରେ ଅଶା ଆଶଙ୍କା ବଢିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe