Advertisment

ମିଳିଗଲା ଭାରତକୁ ନୂଆ ‘ୱାଲ୍’, ଟ୍ୱିଟ୍ କଲା ହକି ଇଣ୍ଡିଆ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ସୋମବାର ମହିଳା ହକିର କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଭାରତ ଅପରାଜେୟ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ହରାଇ ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି। ମ୍ୟାଚରେ ଭାରତ ପାଖରେ ହରାଇବାକୁ କିଛି ନଥିଲା, କିନ୍ତୁ ପାଇବା ପାଇଁ ବହୁତ କିଛି ଥିଲା। ଏହି କାରଣରୁ ଭାରତ ପାଇଁ ପ୍ରତିଟି ଖେଳାଳି ଶତପ୍ରତିଶତ ଯୋଗଦାନ ଦେଇଥିଲେ। ଏଥିପାଇଁ ଭାରତୀୟ ମହିଳା ହକି ଟିମର ଏହି ବିଜୟର ଶ୍ରେୟ […]

author-image
Ranjit Kumar Jena
ମିଳିଗଲା ଭାରତକୁ ନୂଆ ‘ୱାଲ୍’, ଟ୍ୱିଟ୍ କଲା ହକି ଇଣ୍ଡିଆ

svita

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ସୋମବାର ମହିଳା ହକିର କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଭାରତ ଅପରାଜେୟ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ହରାଇ ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି। ମ୍ୟାଚରେ ଭାରତ ପାଖରେ ହରାଇବାକୁ କିଛି ନଥିଲା, କିନ୍ତୁ ପାଇବା ପାଇଁ ବହୁତ କିଛି ଥିଲା। ଏହି କାରଣରୁ ଭାରତ ପାଇଁ ପ୍ରତିଟି ଖେଳାଳି ଶତପ୍ରତିଶତ ଯୋଗଦାନ ଦେଇଥିଲେ। ଏଥିପାଇଁ ଭାରତୀୟ ମହିଳା ହକି ଟିମର ଏହି ବିଜୟର ଶ୍ରେୟ ପୂରା ଟିମକୁ ଦିଆଯାଉଛି। କିନ୍ତୁ ଏଭଳି ଜଣେ ଖେଳାଳି ଥିଲେ, ଯିଏ ଏହି ମ୍ୟାଚରେ ଶତପ୍ରତିଶତରୁ ବହୁତ ଅଧିକ ନିଜର ଯୋଗଦାନ କରିଥିଲେ। ଆଉ ତାଙ୍କରି ପ୍ରଦର୍ଶନ ଦ୍ୱାରା ହିଁ ଭାରତକୁ ଏହି ଐତିହାସିକ ବିଜୟ ମିଳିଲା।

Advertisment

ଆମେ କହୁଛୁ ଭାରତୀୟ ମହିଳା ହକି ଟିମର ଗୋଲକିପର ସବିତା ପୁନିଆଙ୍କ କଥା। ସବିତା ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ୱାଲ୍ (କାନ୍ଥ) ଭଳି ଛିଡ଼ା ହୋଇ ରହିଥିଲେ ଏବଂ ଟିମକୁ ବିଜୟୀ କରାଇଥିଲେ। ବିଶ୍ୱର ଦୁଇ ନମ୍ବର ହକି ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ଏବଂ ପ୍ରଥମ କ୍ୱାର୍ଟରରେ ବହୁ ପ୍ରୟାସ ସତ୍ତ୍ୱେ ଅଷ୍ଟ୍ରେଲିଆକୁ ଲିଡ୍ କରିବାକୁ ଦେଇନଥିଲା।

https://twitter.com/TheHockeyIndia/status/1422055775862616064?s=20

ଦ୍ୱିତୀୟ କ୍ୱାର୍ଟରରେ ଭାରତ ଦମଦାର ଖେଳ ଦେଖାଇଥିଲା ଏବଂ ଗୋଟିଏ ଗୋଲ୍ ଦେଇ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଥିଲା। ଭାରତ ଏହି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ କାଏମ ରଖି ବିଜୟୀ ହୋଇଥିଲା। ଭାରତ ପାଇଁ ଏକମାତ୍ର ଗୋଲ୍ ଦେଇଥିଲେ ଗୁରଜିତ୍ କୌର୍। ୨୨ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୁରଜିତ୍ ଗୋଲରେ ପରିଣତ କରିଥିଲେ। ଗୁରଜିତଙ୍କ ବ୍ୟତୀତ ସବିତା ଅଷ୍ଟ୍ରେଲିଆର ପ୍ରତିଟି ଆକ୍ରମଣକୁ ପ୍ରତିହତ କରିଥିଲେ।

Advertisment

https://twitter.com/AstroWaffen/status/1422064487545278470?s=20

Savita Punia: Last Woman Standing | Forbes India

ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥିରୁ ୭ଟି ପେନାଲ୍ଟି କର୍ଣ୍ଣରକୁ ସବିତା ଏକାକୀ ରୋକିବାରେ ସଫଳ ହୋଇଥିଲେ। ସେହିପରି ସେ ଦୁଇଟି ନିଶ୍ଚିତ ଫିଲ୍ଡ ଗୋଲ୍ ରୋକି ଅଷ୍ଟ୍ରେଲିଆକୁ ଗୋଟିଏ ବି ଗୋଲ୍ କରିବାକୁ ଦେଇନଥିଲେ। ସବିତାଙ୍କ ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। ଏପରିକି ହକି ଇଣ୍ଡିଆ ଟ୍ୱିଟ୍ କରି ତାଙ୍କୁ ଭାରତର ନୂଆ ୱାଲ୍ ଆଖ୍ୟା ଦେଇଛି। ହକି ଇଣ୍ଡିଆ ଏହି ଟ୍ୱିଟକୁ ବହୁ ପ୍ରଶଂସକ ରିଟ୍ୱିଟ୍ କରିଛନ୍ତି।