Advertisment

ହକି ବିଶ୍ୱକପ: ୫-୧ ଗୋଲ୍‌ରେ ଜିତିଲା ସ୍ପେନ୍

ରାଉରକେଲା: ହକି ବିଶ୍ୱକପରେ ଆଜି ଖେଳା ଯାଇଥିବା ଅନ୍ୟ ଗୋଟିଏ ମ୍ୟାଚ୍‌ରେ ସ୍ପେନ ପ୍ରଥମ ଥର ପାଇଁ ବିଜୟର ହାସଲ କରିଛି। ସ୍ପେନକୁ ସାମ୍ନା କରୁଥିବା ୱେଲ୍ସ ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚରେ ପରାଜିତ ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ସ୍ପେନ୍‌ ୫-୧ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ଏହି ୯ମ ମ୍ୟାଚ୍‌‌ର ପ୍ରଥମ କ୍ୱାର୍ଟରରେ ଉଭୟ ସ୍ପେନ୍‌ ଓ ୱେଲ୍ସ ମଧ୍ୟରେ କଡ଼ା ମୁକାବିଲା […]

ଅଦ୍ୟତନ ହୋଇଛି
ହକି ବିଶ୍ୱକପ: ୫-୧ ଗୋଲ୍‌ରେ ଜିତିଲା ସ୍ପେନ୍

spain

Advertisment

ରାଉରକେଲା: ହକି ବିଶ୍ୱକପରେ ଆଜି ଖେଳା ଯାଇଥିବା ଅନ୍ୟ ଗୋଟିଏ ମ୍ୟାଚ୍‌ରେ ସ୍ପେନ ପ୍ରଥମ ଥର ପାଇଁ ବିଜୟର ହାସଲ କରିଛି। ସ୍ପେନକୁ ସାମ୍ନା କରୁଥିବା ୱେଲ୍ସ ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚରେ ପରାଜିତ ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ସ୍ପେନ୍‌ ୫-୧ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଛି।

Advertisment

ଟୁର୍ଣ୍ଣାମେଣ୍ଟର ଏହି ୯ମ ମ୍ୟାଚ୍‌‌ର ପ୍ରଥମ କ୍ୱାର୍ଟରରେ ଉଭୟ ସ୍ପେନ୍‌ ଓ ୱେଲ୍ସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ସ୍ପେନ କ୍ରମାଗତ ଭାବେ ୨ଟି ଗୋଲ ଦେଇଥିଲା। ଟିମ୍‌ର ଖେଳାଳି ରେନେ ମାର୍କ ୧୬ତମ ମିନିଟ ଓ ୩୮ତମ ମିନିଟ୍‌ରେ ଫିଲ୍ଡ ଗୋଲ୍ଡ ଦେଇଥିଲେ। ସେହିପରି ୩୨ତମ ମିନିଟ ଓ ୫୬ତମ ମିନିଟ୍‌ରେ ମିରାଲେସ ମାର୍କ ଗୋଲ ଦେଇଥିଲେ। ସେହିପରି ଅଧିନାୟକ ଇଗଲେସିଆସ ଆଲଭାରୋ ୨୨ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ।

ୱେଲ୍ସ ପକ୍ଷରୁ କାରସନ୍‌ ଜେମ୍‌ସ ୫୨ ମିନିଟରେ ଏକମାତ୍ର ଗୋଲ ଦେଇ ନିଜ ଟିମ୍‌ର ସମ୍ମାନ ରଖିଥିଲେ।

Advertisment

ସୂଚନା ଥାଉକି, ସ୍ପେନ୍ ପୂର୍ବରୁ ଆୟୋଜକ ଭାରତ ଠାରୁ ୦-୨ ଗୋଲ୍‌ରେ ପରାସ୍ତ ହୋଇଥିଲା। ଯେତେବେଳେ କି ୱେଲ୍ସ ଇଂଲଣ୍ଡ ଠାରୁ ୦-୫ ଗୋଲରେ ପରାସ୍ତ ହୋଇଥିଲା।

ସ୍ପେନ୍ ଆଗାମୀ ଚୂଡ଼ାନ୍ତ ଗ୍ରୁପ୍ ମ୍ୟାଚ୍ ଚଳିତ ମାସ ୧୯ ତାରିଖରେ ଇଂଲଣ୍ଡ ସହ ଭୁବନେଶ୍ୱରରେ ଖେଳିବ। ଯେତେବେଳେ କି ୱେଲ୍ସ ସହ ଭାରତର ମୁକାବିଲା ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe