Advertisment

୪୮ ବର୍ଷ ହେଲା ହକି ବିଶ୍ୱକପ ଜିତିନି ଭାରତ, କିନ୍ତୁ ଏଥର ମେଡାଲ ଲକ୍ଷ୍ୟର ଶ୍ରୀଜେଶ

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭାରତ ମଧ୍ୟ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଅପେକ୍ଷା କରି ରହିଛି। ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ ହେଉଥିବା ବେଳେ ଭାରତ ନିଶ୍ଚିତ ଇତିହାସ ରଚିବ ବୋଲି ହକି ଟିମ୍‌ର ଭେଟରାନ ଗୋଲକିପର ପିଆର ଶ୍ରୀଜେଶ ଆଶା ରଖିଛନ୍ତି। ଶ୍ରୀଜେଶ ନିଜର ୪ର୍ଥ ବିଶ୍ୱକପ ଖେଳୁଥିବା ବେଳେ […]

author-image
Hemant Lenka
୪୮ ବର୍ଷ ହେଲା ହକି ବିଶ୍ୱକପ ଜିତିନି ଭାରତ, କିନ୍ତୁ ଏଥର ମେଡାଲ ଲକ୍ଷ୍ୟର ଶ୍ରୀଜେଶ

pr-sreejesh

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭାରତ ମଧ୍ୟ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଅପେକ୍ଷା କରି ରହିଛି। ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ ହେଉଥିବା ବେଳେ ଭାରତ ନିଶ୍ଚିତ ଇତିହାସ ରଚିବ ବୋଲି ହକି ଟିମ୍‌ର ଭେଟରାନ ଗୋଲକିପର ପିଆର ଶ୍ରୀଜେଶ ଆଶା ରଖିଛନ୍ତି। ଶ୍ରୀଜେଶ ନିଜର ୪ର୍ଥ ବିଶ୍ୱକପ ଖେଳୁଥିବା ବେଳେ ଭାରତ ମାଟିରେ ୩ୟ ବିଶ୍ୱକପ ଖେଳିବେ। ତେଣୁ ସେ ନିଜ ହକି କ୍ୟାରିୟରକୁ ମେଡାଲ ସହ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଦୀର୍ଘ ୪୮ ବର୍ଷ ହେଲା ଟିମ ଇଣ୍ଡିଆ ହକି ବିଶ୍ୱକପରେ ମେଡାଲ ଜିତିନି। ଦଳ ୧୯୭୫ରେ ଶେଷଥର ପାଇଁ କ୍ୱାଲାଲମ୍ପପୁରରେ ଆୟୋଜିତ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା। ସେତେବେଳେ ଅଜିତ ପଲ ସିଂହ କ୍ୟାପ୍ଟେନ ଥିଲେ। ସେବେଠାରୁ ଆଜି ଯାଏ ଭାରତ କେବେ ହେଲେ ବିଶ୍ୱକପର ଟପ୍‌ ୩ ଦଳ ମଧ୍ୟରେ ରହିବାକୁ ସକ୍ଷମ ହୋଇନି। କିନ୍ତୁ ଚଳିତ ବିଶ୍ୱକପରେ ଭାରତର ଭାଗ୍ୟ ଓଡ଼ିଶାରେ ବଦଳିବ ବୋଲି ସମସ୍ତେ ଆଶା ରଖିଛନ୍ତି।

ଚଳିତ ବିଶ୍ୱକପର ଗ୍ରୁପ ଡି’ରେ ଭାରତ ରହିଛି। ଏହି ଗ୍ରୁପ୍‌ରେ ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ରହିଛନ୍ତି। ଭାରତ ୧୩ ତାରିଖ ସନ୍ଧ୍ୟା ୭ଟାରେ ସ୍ପେନ ବିପକ୍ଷ ମ୍ୟାଚ୍‌ରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

Advertisment

ଏହାପୂର୍ବରୁ ଶ୍ରୀଜେଶ କହିଛନ୍ତି, “ଦେଶ ପାଇଁ ୪ଟି ବିଶ୍ୱକପ ଖେଳିବା ମୋ ପାଇଁ ଭାଗ୍ୟର ବିଷୟ। ଏହା ମଧ୍ୟରେ ସବୁଠାରୁ ସ୍ୱତନ୍ତ୍ର ହେଲା ଯେ ମୁଁ ତୃତୀୟ ଥର ପାଇଁ ଭାରତ ମାଟିରେ ବିଶ୍ୱକପ ଖେଳିବାକୁ ଯାଉଛି। ମୁଁ ଭାବୁନି ଅନ୍ୟ କୌଣସି ଖେଳାଳି ମୋ ପରି ଭାଗ୍ୟ ପାଇଥିବେ। ୨୦୧୮ ବିଶ୍ୱକପରେ ଆମେ ସେମିରେ ପହଞ୍ଚି ପାରି ନଥିଲୁ। ବର୍ତ୍ତମାନ ଆମ ପାଖରେ ଭାଗ୍ୟ ବଦଳାଇବାକୁ ଆଉ ଗୋଟିଏ ସୁଯୋଗ ରହିଛି। ଆମର ଆଶା ଆମେ ଭଲ ପ୍ରଦର୍ଶନ କରି ଶୀର୍ଷରେ ଅଭିଯାନ ଶେଷ କରିବୁ।”

୨୦୧୮ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ଭାରତ ଟପ୍‌ରେ ରହିଥିଲା। କିନ୍ତୁ କ୍ୱାର୍ଟର ଫାଇନାଲରେ ଦଳ ବିଶ୍ୱକପରେ ରନର୍ସ ଅପ ହୋଇଥିବା ନେଦରଲ୍ୟାଣ୍ଡ୍ସ ଠାରୁ ୨-୧ରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା।

ଦୀର୍ଘ ୪୧ ବର୍ଷ ପରେ ଭାରତ ନିକଟରେ ଶେଷ ହୋଇଥିବା ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ତେଣୁ ଏଥର ମଧ୍ୟ ବିଶ୍ୱକପରେ ୪୮ ବର୍ଷ ଧରି ଫ୍ୟାନ୍ସ କରିଥିବା ଅପେକ୍ଷାର ଅନ୍ତ ଘଟିବ ବୋଲି ଶ୍ରୀଜେଶ କହିଛନ୍ତି। ସେ ବିଶ୍ୱକପରେ ନିଜର ୧୦୦% ଦେବେ ଓ ଭଲ ଖେଳ ସହ ଅଭିଯାନ ଶେଷ କରିବେ ବୋଲି କହିଛନ୍ତି।