Advertisment

ମାତ୍ର ୩୦ ବର୍ଷରେ ହକି ଛାଡ଼ିଲେ ରୂପିନ୍ଦର ପାଲ୍ ସିଂହ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ଷ୍ଟାର୍ ଡ୍ରାଗ୍ ଫ୍ଲିକର ରୂପିନ୍ଦର ପାଲ୍ ସିଂହ ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୩୦ ବର୍ଷୀୟ ରୂପିନ୍ଦର ନିଜର ୧୩ ବର୍ଷର କ୍ୟାରିୟରରେ ଭାରତୀୟ ଦଳ ପାଇଁ ୨୨୩ ମ୍ୟାଚ୍ ଖେଳିଛନ୍ତି। ରୂପିନ୍ଦର ସୋଶାଲ ମିଡିଆ ଜରିଆରେ ନିଜର ଅବସର ସୂଚନା ଦେଇଛନ୍ତି। ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ମୁଁ ଭାରତୀୟ ହକି ଟିମରୁ […]

ଅଦ୍ୟତନ ହୋଇଛି
ମାତ୍ର ୩୦ ବର୍ଷରେ ହକି ଛାଡ଼ିଲେ ରୂପିନ୍ଦର ପାଲ୍ ସିଂହ

rupinder-pal-singh

Advertisment

ନୂଆଦିଲ୍ଲୀ: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ଷ୍ଟାର୍ ଡ୍ରାଗ୍ ଫ୍ଲିକର ରୂପିନ୍ଦର ପାଲ୍ ସିଂହ ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୩୦ ବର୍ଷୀୟ ରୂପିନ୍ଦର ନିଜର ୧୩ ବର୍ଷର କ୍ୟାରିୟରରେ ଭାରତୀୟ ଦଳ ପାଇଁ ୨୨୩ ମ୍ୟାଚ୍ ଖେଳିଛନ୍ତି।

Advertisment

ରୂପିନ୍ଦର ସୋଶାଲ ମିଡିଆ ଜରିଆରେ ନିଜର ଅବସର ସୂଚନା ଦେଇଛନ୍ତି। ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ମୁଁ ଭାରତୀୟ ହକି ଟିମରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଉଛି। ଗତ କିଛି ମାସ ଧରି ମୋ ଜୀବନ ସର୍ବଶ୍ରେଷ୍ଠ ରହିଛି। ଟୋକିଓରେ ସାଥୀ ଖେଳାଳିଙ୍କ ସହ ପୋଡିୟମରେ ଛିଡ଼ା ହେବାର ଅନୁଭୂତିକୁ କେବେବି ଭୁଲିପାରିବି ନାହିଁ।

ସେ କହିଛନ୍ତି, ମୋ ମତରେ ଏବେ ଯୁବ ଓ ପ୍ରତିଭାଶାଳୀ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର, ଯାହା ଭାରତ ପାଇଁ ଖେଳି ମୁଁ ୧୩ ବର୍ଷ ଧରି ଅନୁଭୂତି କରିଛି। ଭାରତ ପକ୍ଷରୁ ୨୨୩ ମ୍ୟାଚରେ ପ୍ରତିନିଧିତ୍ୱ କରିଥିବାରୁ ନିଜକୁ ସମ୍ମାନିତ ମନେ କରୁଛି। ଟୋକିଓ ଅଲିମ୍ପିକ୍ସରେ ଆମ ସମସ୍ତଙ୍କର ଯେଉଁ ସ୍ୱପ୍ନ ସାକାର ହୋଇଛି, ତାହା ସମସ୍ତଙ୍କ ମନରେ ଖୁସି ଦେଇଛି। ବିଶ୍ୱ ହକିରେ ଏତେ ପ୍ରତିଭାଶାଳୀ ହକି ଖେଳାଳିଙ୍କ ସହ ଖେଳିବା ମୋ ପାଇଁ ସବୁଠାରୁ ବଡ଼ ମୁହୂର୍ତ୍ତ। ଆଉ ଏହି ସ୍ମରଣୀୟ ମୁହୂର୍ତ୍ତ ସହ ହକିକୁ ଅଲବିଦା କହୁଛି। ବର୍ଷ ବର୍ଷ ଧରି ମୋ ସାଥୀ ଖେଳାଳି ସର୍ବଦା ମୋତେ ସମର୍ଥନ କରିଆସିଛନ୍ତି। ଆଗାମୀ ଦିନରେ ଟିମ୍ ଆହୁରି ସଫଳତା ହାସଲ କରୁ ମୁଁ ଶୁଭକାମନା ଜଣାଉଛି। ଶେଷରେ ରୂପିନ୍ଦର ସମର୍ଥନ ପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

https://twitter.com/rupinderbob3/status/1443463857297633280?s=20

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ପଦକ ନିଜ ନାଁରେ କରିଥିଲା। ଏହି ମୁକାବିଲାରେ ରୂପିନ୍ଦର ପାଲ୍ ସିଂହ ମଧ୍ୟ ଗୋଟିଏ ଗୋଲ୍ ଦେଇଥିଲେ। ତାଙ୍କ ବ୍ୟତୀତ ସିମରନଜିତ ସିଂହ ଦୁଇଟି, ହାର୍ଦ୍ଦିକ ସିଂହ ଓ ହରମନପ୍ରୀତ ସିଂହ ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। ରୂପିନ୍ଦର ଓ ସାଥୀ ଖେଳାଳି ଗୁରଜନ୍ତ ସିଂହଙ୍କୁ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe