Advertisment

ଜୁନିୟର ମହିଳା ହକି ବିଶ୍ୱକପ୍ ଟିମରେ ଦୁଇ ସୁନ୍ଦରଗଡ଼ ଝିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ୍ ମହିଳା ହକି ଜୁନିୟର ବିଶ୍ୱକପ୍। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଭାରତୀୟ ଜୁନିୟର ମହିଳା ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ଲାଲରେମସିଆମିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଡିଫେଣ୍ଡର ଇଶିକା ଚୌଧୁରୀଙ୍କୁ ଭାଇସ୍-କ୍ୟାପଟେନ୍ କରାଯାଇଛି। ସେହିପରି ଟିମରେ ଦୁଇ ଓଡ଼ିଶା ଖେଳାଳି ଭାବେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋଙ୍କୁ ସୁଯୋଗ ମିଳିଛି। ଟୋକିଓ […]

ଅଦ୍ୟତନ ହୋଇଛି
ଜୁନିୟର ମହିଳା ହକି ବିଶ୍ୱକପ୍ ଟିମରେ ଦୁଇ ସୁନ୍ଦରଗଡ଼ ଝିଅ

indian-women-hockey

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ୍ ମହିଳା ହକି ଜୁନିୟର ବିଶ୍ୱକପ୍। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଭାରତୀୟ ଜୁନିୟର ମହିଳା ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ଲାଲରେମସିଆମିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଡିଫେଣ୍ଡର ଇଶିକା ଚୌଧୁରୀଙ୍କୁ ଭାଇସ୍-କ୍ୟାପଟେନ୍ କରାଯାଇଛି। ସେହିପରି ଟିମରେ ଦୁଇ ଓଡ଼ିଶା ଖେଳାଳି ଭାବେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋଙ୍କୁ ସୁଯୋଗ ମିଳିଛି।

Advertisment

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମରେ ଲାଲରେମସିଆମି ସ୍ଥାନ ପାଇଥିଲେ। ଟୋକିଓ ଗେମ୍ସରେ ଭାରତୀୟ ମହିଳା ସେମିଫାଇନାଲରେ ପହଞ୍ଚିଥିଲେ ହେଁ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲା। ଟିମରେ ବିକଳ୍ପ ଖେଳାଳି ଭାବେ ପ୍ରୀତି ଓ ପ୍ରଭଲୀନ କୌରଙ୍କୁ ସାମିଲ୍ କରାଯାଇଛି।

ଟିମ୍ ଚୟନକୁ ନେଇ ମୁଖ୍ୟ କୋଚ୍ ଜାନେକ୍ ସ୍କପମ୍ୟାନ୍ କହିଛନ୍ତି, ଗତମାସରେ ଆମେ ୨୮ ଜଣିଆ ସମ୍ଭାବ୍ୟ ଟିମ୍ ଚୟନ କରିଥିଲୁ। ଆଉ ସେଥିରୁ ଚୂଡ଼ାନ୍ତ ୧୮ ଜଣିଆ ସ୍କ୍ୱାଡ ବାଛିବା ନିଶ୍ଚିତ ଭାବେ କଠିନ ଥିଲା। କିନ୍ତୁ ଏହି ଟିମ୍ ଶ୍ରେଷ୍ଠ ବୋଲି ଆମେ କହିପାରିବା ଏବଂ ଏମାନେ ଜୁନିୟର ବିଶ୍ୱକପରେ ସବୁ ଦଳକୁ କଡ଼ା ଟକ୍କର ଦେବେ ବୋଲି ଆମର ବିଶ୍ୱାସ। ଟିମରେ ସିନିୟର ଓ ଯୁବ ଖେଳାଳିଙ୍କ ମିଶ୍ରଣ ରହିଛି।

Advertisment

News Details

ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଭାରତୀୟ ଜୁନିୟର ମହିଳା ଟିମ୍ ଗ୍ରୁପ୍-ସି’ରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଭାରତ ସହ ରୁଷ୍, ଡିଫେଣ୍ଡିଂ ଚାମ୍ପିୟନ୍ ଆର୍ଜେଣ୍ଟିନା ଓ ଜାପାନ ରହିଛନ୍ତି। ସେହିପରି ଗ୍ରୁପ୍-ଏ’ରେ ନେଦରଲ୍ୟାଣ୍ଡସ୍, କୋରିଆ, ଆୟର୍ଲ୍ୟାଣ୍ଡ ଓ ଜିମ୍ବାୱେ; ଗ୍ରୁପ୍-ବି’ରେ ଇଂଲଣ୍ଡ, ବେଲଜିୟମ, କାନାଡା ଓ ଉରୁଗୁଏ ଏବଂ ଗ୍ରୁପ୍-ଡି’ରେ ସ୍ପେନ୍, ଜର୍ମାନୀ, ଆମେରିକା ଓ ଆୟୋଜକ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଭାରତ ଡିସେମ୍ବର ୬ ତାରିଖରେ ତା’ର ପ୍ରଥମ ମ୍ୟାଚରେ ରୁଷକୁ ଭେଟିବ। ଏହା ପରେ ଭାରତ ଡିସେମ୍ବର ୭ରେ ଆର୍ଜେଣ୍ଟିନା ଏବଂ ୯ରେ ଜାପାନକୁ ଭେଟିବ। ଡିସେମ୍ବର ୧୦ରୁ ୧୬ ତାରିଖ ଯାଏ ନକଆଉଟ୍ ମ୍ୟାଚ୍ ଖେଳାଯିବ।

ସୂଚନାଯୋଗ୍ୟ, ୨୦୧୬ରେ ଶେଷଥର ପାଇଁ ଆୟୋଜିତ ବିଶ୍ୱକପରେ ଆର୍ଜେଣ୍ଟିନା ଚାମ୍ପିୟନ୍ ହୋଇଥିଲା। ଭାରତୀୟ ମହିଳା ଜୁନିୟର ଟିମ୍ ୨୦୧୩ରେ ଇଂଲଣ୍ଡକୁ ବ୍ରୋଞ୍ଜ ପଦକ ଜିତି ତା’ର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା।

ଘୋଷିତ ଭାରତୀୟ ମହିଳା ଜୁନିୟର ଟିମ୍: ବିଚୁ ଦେବୀ ଖରିବାମ୍ (ଗୋଲକିପର), ଖୁସ୍‌ବୁ (ଗୋଲକିପର), ଅକ୍ଷତା ଆବାସୋ ଢେକାଲେ, ଇଶିକା ଚୌଧୁରୀ (ଭାଇସ୍ କ୍ୟାପଟେନ୍), ପ୍ରିୟଙ୍କା, ମାରିନା ଲାଲରାମଙ୍ଗହାକି, ଆଜମିନା କୁଜୁର, ବଲଜିତ୍ କୌର, ରୀତ୍, ବୈଷ୍ଣବୀ ବିଠଲ ଫାଲକେ, ସାଲିମା ଟେଟେ, ଶର୍ମିଲା ଦେବୀ, ଲାଲରେମସିଆମି (କ୍ୟାପଟେନ୍), ବିୟୁଟୀ ଡୁଙ୍ଗଡୁଙ୍ଗ, ଦୀପିକା, ମୁମତାଜ୍ ଖାନ୍, ସଙ୍ଗୀତା କୁମାରୀ, ଜୀବନ କିଶୋରୀ ଟପ୍ପୋ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe