Advertisment

ବ୍ରିଟେନ ଜିତିଲା, କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ବ୍ରିଟେନ ପାଇଁ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଜି ଗ୍ରୁପ ଏ’ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବ୍ରିଟେନ ପ୍ରତିପକ୍ଷ ଆୟର୍ଲ୍ୟାଣ୍ତକୁ ହରାଇବାରୁ ଭାରତ ଆପେଆପେ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି। ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ୪-୩ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ତେବେ ଏହି ବିଜୟ ଭାରତକୁ କ୍ୱାର୍ଟର୍ସରେ ପହଞ୍ଚାଇବାକୁ ଯଥେଷ୍ଟ ନଥିଲେ। ଆୟର୍ଲ୍ୟାଣ୍ଡ ଓ ବ୍ରିଟେନ ମଧ୍ୟରେ ଅନୁଷ୍ଠିତ […]

ବ୍ରିଟେନ ଜିତିଲା, କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ

Tokyo

Advertisment

ଟୋକିଓ: ବ୍ରିଟେନ ପାଇଁ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଜି ଗ୍ରୁପ ଏ’ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବ୍ରିଟେନ ପ୍ରତିପକ୍ଷ ଆୟର୍ଲ୍ୟାଣ୍ତକୁ ହରାଇବାରୁ ଭାରତ ଆପେଆପେ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି।

Advertisment

ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ୪-୩ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ତେବେ ଏହି ବିଜୟ ଭାରତକୁ କ୍ୱାର୍ଟର୍ସରେ ପହଞ୍ଚାଇବାକୁ ଯଥେଷ୍ଟ ନଥିଲେ। ଆୟର୍ଲ୍ୟାଣ୍ଡ ଓ ବ୍ରିଟେନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ଭାରତର ଭାଗ୍ୟ ନିର୍ଭର କରିଥିଲା।

ଯଦି ଆୟର୍ଲ୍ୟାଣ୍ତ ହାରିବ କିମ୍ବା ମ୍ୟାଚ୍‌ ଡ୍ର ରହିବ, ତା’ହେଲେ ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ। ଗ୍ରେଟ ବ୍ରିଟେନ ସନ୍ଧ୍ୟାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ତକୁ ୨-୦ ପରାସ୍ତ କରିଛି। ଏହି ରେଜଲ୍ଟ ପରେ ଭାରତୀୟ ମହିଳା ଟିମ୍‌ରେ ଖୁସିର ମାହୋଲ ଦେଖା ଯାଇଛି।

Advertisment

ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମ୍‌ କ୍ରମାଗତ ୩ଟି ମ୍ୟାଚ୍‌ ହାରିଥିଲା। କିନ୍ତୁ ଗତକାଲି ଆୟର୍ଲ୍ୟାଣ୍ତକୁ ୧-୦ ଗୋଲରେ ପରାସ୍ତ କରିବା ପରେ ଦଳର କ୍ୱାର୍ଟର ଫାଇନାଲ ଖେଳିବାର ଆଶା ସୃଷ୍ଟି ହୋଇଥିଲା। ଏଥିସହ ଆଜି ସକାଳେ ଦଳ ଦକ୍ଷିଣ ଆଫ୍ରିକାକୁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ହରାଇବା ପରେ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଉତ୍କଣ୍ଠା ଆହୁରି ବଢ଼ି ଯାଇଥିଲା।

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଗୋଟିଏ ସମୟରେ ଉଭୟ ଦଳ ୩-୩ ସ୍ଥିତିରେ ଥିଲେ। କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଭାରତର ବନ୍ଦନା କଟିୟାର ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା ଓ ଶେଷରେ ମ୍ୟାଚ୍‌ ଜିତି ଯାଇଥିଲା। ପୂର୍ବରୁ ହୋଇଥିବା ୩ଟି ଗୋଲ ମଧ୍ୟରୁ ବନ୍ଦନା ୨ଟି ଗୋଲ ଦେଇଥିଲେ।

ତେଣୁ ଚଳିତ ଅଲିମ୍ପିକ୍ସରେ ସେ ପ୍ରଥମ ମହିଳା ଖେଳାଳି ଭାବେ ଗୋଟିଏ ମ୍ୟାଚ୍‌ରେ ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି। ସେ ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିବା ବେଳେ ୧୭ଶ ଓ ୪୯ତମ ମିନିଟ୍‌ରେ ଅନ୍ୟ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ୩୨ତମ ମିନିଟ୍‌ରେ ଭାରତ ପକ୍ଷରୁ ନେହା ଗୋଟିଏ ଗୋଲ୍ ସ୍କୋର କରିଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe