Advertisment

ହକି ସିରିଜ୍: ଜାପାନକୁ ୨-୦ରେ ହରାଇଲା ଭାରତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତ-ଜାପାନ ୪ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଆୟୋଜକ ଭାରତ ବିଜୟୀ ହୋଇଛି। ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତ ଭ୍ରମଣକାରୀ ଜାପାନକୁ ୨-୦ ଗୋଲରେ ପରାସ୍ତ କରିଛି। ପ୍ରଥମ ଗୋଲଟି ଏସ.ଉଥାପ୍ପା ସ୍କୋର କରିଥିବା ବେଳେ ଦ୍ୱିତୀୟ ଗୋଲଟି ଧରମବୀର ସିଂ ଗୋଲ କରିଥିଲେ। ଏହି ମ୍ୟାଚରେ ଭାରତକୁ ଗୋଟିଏ ପେନାଲଟି କର୍ଣ୍ଣର ଏବଂ ଜାପାନକୁ ଦୁଇଟି ପେନାଲଟି କର୍ଣ୍ଣର ସୁଯୋଗ ମିଳିଥିଲା। ହେଲେ ପେନାଲଟି କର୍ଣ୍ଣରକୁ ଗୋଲରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ହକି ଟେଷ୍ଟ ସିରିଜ୍ :ଭାରତର ବିଜୟଯାତ୍ରା ଜାରି,ଶେଷ ମ୍ୟାଚ ୯ରେ

indhocky

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତ-ଜାପାନ ୪ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଆୟୋଜକ ଭାରତ ବିଜୟୀ ହୋଇଛି। ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତ ଭ୍ରମଣକାରୀ ଜାପାନକୁ ୨-୦ ଗୋଲରେ ପରାସ୍ତ କରିଛି। ପ୍ରଥମ ଗୋଲଟି ଏସ.ଉଥାପ୍ପା ସ୍କୋର କରିଥିବା ବେଳେ ଦ୍ୱିତୀୟ ଗୋଲଟି ଧରମବୀର ସିଂ ଗୋଲ କରିଥିଲେ। ଏହି ମ୍ୟାଚରେ ଭାରତକୁ ଗୋଟିଏ ପେନାଲଟି କର୍ଣ୍ଣର ଏବଂ ଜାପାନକୁ ଦୁଇଟି ପେନାଲଟି କର୍ଣ୍ଣର ସୁଯୋଗ ମିଳିଥିଲା। ହେଲେ ପେନାଲଟି କର୍ଣ୍ଣରକୁ ଗୋଲରେ କନର୍ଭଟ କରିବାକୁ ସକ୍ଷମ ହୋଇପାରିନଥିଲା ଜାପାନ । ପ୍ରଥମ ମ୍ୟାଚରେ ଜାପାନ ଓ ଭାରତ ମଧ୍ୟରେ ୧-୧ ଗୋଲରେ ମ୍ୟାଚ ଡ୍ର ରହିଥିଲା। ଏହି ମ୍ୟାଚ ବିଜୟୀ ହେବା ପରେ ଭାରତ ସିରିଜ୍ ୧-୦ ରେ ଆଗୁଆ ରହିଛି । ତୃତୀୟ ମ୍ୟାଚ ମେ’୭ ରେଏବଂ ଚତୁର୍ଥ ତଥା ଶେଷ ମ୍ୟାଚ ମେ’୯ ତାରିଖରେ ଖେଳାଯିବ।

Advertisment