Advertisment

ହକି ଟେଷ୍ଟ ସିରିଜ୍ :ଭାରତର ବିଜୟଯାତ୍ରା ଜାରି,ଶେଷ ମ୍ୟାଚ ୯ରେ

ବଲାଙ୍ଗୀର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତ-ଜାପାନ ୪ଟିକିଆ ହକି ଟେଷ୍ଟ ସିରିଜ୍ କୁ ଭାରତ କବଜା କରିଛି। ଗତକାଲି ଖେଳାଯାଇଥିବା ତୃତୀୟ ମ୍ୟାଚରେ ଆୟୋଜକ ଭାରତ ଭ୍ରମଣକାରୀ ଜାପାନକୁ ୨-୧ ଗୋଲେର ପରାସ୍ତ କରିଛି। ମ୍ୟାଚରେ ଆକାଶଦୀପ ସିଂହ ପ୍ରଥମେ ଫିଲ୍ଡ ଗୋଲ କରି ଦଳକୁ ଆଗୁଆ କରିଥିଲେ। ପରେ ଭି.ରଘୁନାଥ ଏକ ପେନାଲ୍ଟି କର୍ଣ୍ଣରକୁ  ଗୋଲରେ ପରିଣତ କରି ଭାରତକୁ ସିରିଜ୍ ବିଜୟରେ ସାହାର୍ଯ୍ୟ କରିଥିଲେ। ସେପେଟେ ଜାପାନ ମଧ୍ୟ ଗୋଟିଏ ପନାଲ୍ଟି କର୍ଣ୍ଣରକୁ […]

ଅଦ୍ୟତନ ହୋଇଛି
ହକି ଟେଷ୍ଟ ସିରିଜ୍ :ଭାରତର ବିଜୟଯାତ୍ରା ଜାରି,ଶେଷ ମ୍ୟାଚ ୯ରେ

indhocky

Advertisment

ବଲାଙ୍ଗୀର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତ-ଜାପାନ ୪ଟିକିଆ ହକି ଟେଷ୍ଟ ସିରିଜ୍ କୁ ଭାରତ କବଜା କରିଛି। ଗତକାଲି ଖେଳାଯାଇଥିବା ତୃତୀୟ ମ୍ୟାଚରେ ଆୟୋଜକ ଭାରତ ଭ୍ରମଣକାରୀ ଜାପାନକୁ ୨-୧ ଗୋଲେର ପରାସ୍ତ କରିଛି। ମ୍ୟାଚରେ ଆକାଶଦୀପ ସିଂହ ପ୍ରଥମେ ଫିଲ୍ଡ ଗୋଲ କରି ଦଳକୁ ଆଗୁଆ କରିଥିଲେ। ପରେ ଭି.ରଘୁନାଥ ଏକ ପେନାଲ୍ଟି କର୍ଣ୍ଣରକୁ  ଗୋଲରେ ପରିଣତ କରି ଭାରତକୁ ସିରିଜ୍ ବିଜୟରେ ସାହାର୍ଯ୍ୟ କରିଥିଲେ। ସେପେଟେ ଜାପାନ ମଧ୍ୟ ଗୋଟିଏ ପନାଲ୍ଟି କର୍ଣ୍ଣରକୁ ଗୋଲ କରିବାରେ ସଫଳ ହୋଇଥିଲା। ପ୍ରଥମ ମ୍ୟାଚ ଡ୍ର ରହିଥିବାବେଳେ ଦ୍ୱିତୀୟ ମ୍ୟାଚ ୨-୦ ଗୋଲରେ ଏବଂ ତୃତୀୟ ମ୍ୟାଚ ୨-୧ ଗୋଲରେ ଭାରତ ଜାପାନକୁ ହରାଇଛି। ଆସନ୍ତା ୯ ତାରିଖରେ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ ଖେଳାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe